30 C
Bhubaneswar
Monday, November 30, 2020

କେନ୍ଦ୍ର ଓ ରାଜ୍ୟ ସରକାର ଦଳିତ ବିରୋଧୀ : ଡ. ସ୍ମୃତିରଞ୍ଜନ ଲେଙ୍କା ।

Must read

ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର ।

ନୂଆଦିଲ୍ଲୀ,ତା୩୦/୧୧;-ଚଣ୍ଡିଗଡ଼, ଦିଲ୍ଲୀ-ବାହାଦୂରଗଡ ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶ ମାର୍ଗରେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ପ୍ରବେଶ / ପ୍ରସ୍ଥାନ ପଏଣ୍ଟରେ ଚାଲିଥିବା...

କୃଷକମାନେ ଅମିତ ଶାହାଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରନ୍ତି ।

ନୂଆଦିଲି,ତା୩୦/୧୧;କୃଷକଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ନୂତନ ସର୍ତ୍ତ ରଖିଛନ୍ତି ଏବଂ କେନ୍ଦ୍ରର ନାମ ଦାବି କରିଛନ୍ତି...

ରୁବିନା ଦିଲାଇକ୍ ପ୍ରକାଶ କରିଛନ୍ତି ଅଭିନାଭ ଶୁକ୍ଲା ଛାଡପତ୍ର ହେବାକୁ ଯାଉଥିଲେ ।

ମୁମ୍ବାଇ,ତା,୩୦/୧୧ ୱିକେଣ୍ଡ କା ଭରରେ ହୋଷ୍ଟ ସଲମାନ ଆଉ ଏକ ବଡ ମୋଡ଼ ପ୍ରକାଶ କରିଥିଲେ ଯାହା ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା...

ଡିସେମ୍ବର ୪ ରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ନୂଆଦିଲୀ,ତା୩୦/୧୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ଫ୍ଲୋର ନେତାଙ୍କ ସହ ଭର୍ଚୁଆଲ ବୈଠକ କରି ଦେଶରେ ଚାଲିଥିବା କରୋନାଭାଇରସ ପରିସ୍ଥିତି ଉପରେ ଆଲୋଚନା...

ଭୂବନେଶ୍ୱର, ୮ ।୧୧(ନି.ପ୍ର): ଉଭୟକେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜାତିଓ ଜନଜାତି ଛାତ୍ରଛାତ୍ରୀ ମାନଙ୍କର ବୃତି ରାଶିକାଟ କରି ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବକଂଗ୍ରେସ ସଭାପତି ଡ. ସ୍ମୃତି ରଂଜନଲେଙ୍କା ଅଭିଯୋଗ କରିଛନ୍ତି । ରାଜ୍ୟସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତିବିଭାଗ ୨୦୨୦ ମସିହା ନଭେମ୍ବର ୩ତାରିଖ ଦିନ ଉପନିର୍ବାଚନର ଠିକ୍ ଭୋଟପଡିବା ପରେ ଏକ ବିଜ୍ଞପ୍ତି ଜାରିକରିଛନ୍ତି । ଯେଉଁଥିରେ ଦେଖାଯାଉଛି ସରକାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତରେ କଂଟା ସାଜିଛନ୍ତି । ସେମାନଙ୍କୁ ମାଟି୍ରକ୍ପରେ ମିଳୁଥିବା ବୃତିରାଶିକୁ କମାଇ ଦେଇଛନ୍ତି, ଯାହା ଛାତ୍ରଛାତ୍ରୀମାନଙ୍କୁ ଅତ୍ୟନ୍ତ ନିରୁତ୍ସାହିତ କରିବ ବୋଲି ଡ.ଲେଙ୍କା କ୍ଷୋଭ ପ୍ରକାଶ କରିଛନ୍ତି ।

ଏହାଏକ କେନ୍ଦ୍ରୀୟ ଯୋଜନା, କେନ୍ଦ୍ରରେ ଉପାସରକାର ଥିଲାବେଳେ ୨୦୧୩-୧୪ପର୍ଯ୍ୟନ୍ତ ଶତ ପ୍ରତିଶତ ଅନୁଦାନ ମିଳୁଥିଲା ।କିନ୍ତୁ ଦୁଃଖର ବିଷୟ କେନ୍ଦ୍ରରେ ମୋଦିସରକାର ଏହାକୁ କେଉଁ ଆଧାରରେ କାଟିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏବେ ବର୍ତମାନ ସମଗ୍ର ବିଶ୍ୱ କରୋନା ମହାମାରୀ ସହ ଲଢ଼େଇ କରୁଥିବାବେଳେ ଲୋକମାନେ ଜୀବନ ଜୀବିକାସହ ସଂଘର୍ଷ କରୁଛନ୍ତି । ରୋଜଗାରର ପନ୍ଥାବନ୍ଦ ହୋଇଯାଇଛି । ଲୋକମାନଙ୍କର ଆର୍ଥିକ ସ୍ଥିତି ଭୁଷୁଡି ଯାଇଛି । ଠିକ୍ ଏହିସମୟରେ ବୃତିରାଶି କାଟ୍ କରିବା କେତେଦୂର ଯଥାର୍ଥ ବୋଲି ଡ. ଲେଙ୍କାପ୍ରଶ୍ନ କରିଛନ୍ତି ।ଯେଉଁ ବି-ଟେକ୍ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ୬୦ ହଜାରଟଙ୍କା ବୃତି ମିଳୁଥିôଲା, ଏବେ ତାହା କମି୨୫ ହଜାରରେ ପହଂଚିଥିବା ବେଳେଏମ୍.ଟେକ୍ ୬୬ ହଜାର ପରିବର୍ତେ୨୫ ହଜାର, ବିଏଏମ୍ଏସ୍ ୪୫ ହଜାରପରିବର୍ତେ ୨୫ ହଜାର, ଏମ୍ବିଏ ୬୫ହଜାର ପରିବର୍ତେ ୨୫ ହଜାର,ଏମ୍ସିଏ ୪୦ ହଜାର ପରିବର୍ତେ ୨୫ହଜାର, ବିଏଚ୍ଏମ୍ଏସ୍ ୪୦ ହଜାରପରିବର୍ତେ ଏହା କମି ୭୨୦୦ ଟଙ୍କାରେପହଂଚିଛି ।

ସେହିପରି ବହୁ କୋର୍ସରବୃତିରାଶି କମାଇ ଦିଆଯାଇଛି । ଏହି ପରିସ୍ଥିତିରେ ଅନୁସୂଚିତ ଜାତି ଓଜନଜାତିର ଛାତ୍ରଛାତ୍ରୀମାନେ କିପରିପାଠ ପଢ଼ିବେ ତାହା ସନ୍ଦେହ ସୃଷ୍ଟିକରୁଛି । ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମବର୍ଷରେ ପୁରୁଣା ବୃତିରାଶି ପାଇଛନ୍ତି,ଏବେ ସେମାନେ ଆସନ୍ତା ବର୍ଷମାନଙ୍କରେ ଏତେ କମ୍ ରାଶି ପାଇକେମିତି ପାଠ ପଢିବେ ତାହାକୁ ନେଇଦୃଢ଼ ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି ଡ.ଲେଙ୍କା । ଓଡିଶା ସରକାର ପ୍ରତିଟିବିଲ୍ରେ କେନ୍ଦ୍ର ସରକାରକୁ ଦୃଢ଼ସମର୍ଥନ କରିଆସିଛନ୍ତି ରାଜ୍ୟ ସରକାର ।କିନ୍ତୁ ଏ କ୍ଷେତ୍ରରେ କ’ଣ ପାଇଁ ରାଜ୍ୟସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ତେଣୁଏଥିରୁ ପ୍ରମାଣିତ ଉଭୟ ସରକାର ଆଦିବାସୀ ଓ ଦଳିତ ବିରୋଧୀ । ଯଦିଆଗାମୀ ଦିନରେ ଉଭୟ ସରକାରଏହାର ଉତର ରଖିବା ସହ ଏହି ବୃତିରାଶିକୁ ବଢ଼ାଇ ପୁରୁଣା ବୃତିରାଶି ଅନୁସାରେ ନ ଦିଅନ୍ତି ତେବେ ଯୁବକଂଗ୍ରେସ ଓଡିଶାର ସମସ୍ତ ଆଦିବାସୀ ଓଦଳିତ ଛାତ୍ରଛାତ୍ରୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ଉଭୟ ସରକାରଙ୍କମନ୍ତ୍ରୀଙ୍କୁ ଘୋର ବିରୋଧ କରାଯିବ ବୋଲିଡ. ଲେଙ୍କା ଚେତାବନୀ ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେସଂକୁନା କହଁର, ରଂଜିତ ପାତ୍ର, ସ୍ୱାଗତକର, ନଳିନୀକାନ୍ତ ନାୟକ, ଅମ୍ରିତା ଦାସ,ବିଶ୍ୱରଂଜନ ଦାସ, ଆଦିତ୍ୟ ପ୍ରସାଦପରିଡା, ସୁଦୀପ୍ କର, ରିତୁଲ୍ ମହାରଣାପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -କେନ୍ଦ୍ର ଓ ରାଜ୍ୟ ସରକାର ଦଳିତ ବିରୋଧୀ : ଡ. ସ୍ମୃତିରଞ୍ଜନ ଲେଙ୍କା ।

More articles

LEAVE A REPLY

Please enter your comment!
Please enter your name here

- Advertisement -କେନ୍ଦ୍ର ଓ ରାଜ୍ୟ ସରକାର ଦଳିତ ବିରୋଧୀ : ଡ. ସ୍ମୃତିରଞ୍ଜନ ଲେଙ୍କା ।

Latest article

ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର ।

ନୂଆଦିଲ୍ଲୀ,ତା୩୦/୧୧;-ଚଣ୍ଡିଗଡ଼, ଦିଲ୍ଲୀ-ବାହାଦୂରଗଡ ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶ ମାର୍ଗରେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ପ୍ରବେଶ / ପ୍ରସ୍ଥାନ ପଏଣ୍ଟରେ ଚାଲିଥିବା...

କୃଷକମାନେ ଅମିତ ଶାହାଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରନ୍ତି ।

ନୂଆଦିଲି,ତା୩୦/୧୧;କୃଷକଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ନୂତନ ସର୍ତ୍ତ ରଖିଛନ୍ତି ଏବଂ କେନ୍ଦ୍ରର ନାମ ଦାବି କରିଛନ୍ତି...

ରୁବିନା ଦିଲାଇକ୍ ପ୍ରକାଶ କରିଛନ୍ତି ଅଭିନାଭ ଶୁକ୍ଲା ଛାଡପତ୍ର ହେବାକୁ ଯାଉଥିଲେ ।

ମୁମ୍ବାଇ,ତା,୩୦/୧୧ ୱିକେଣ୍ଡ କା ଭରରେ ହୋଷ୍ଟ ସଲମାନ ଆଉ ଏକ ବଡ ମୋଡ଼ ପ୍ରକାଶ କରିଥିଲେ ଯାହା ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା...

ଡିସେମ୍ବର ୪ ରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ନୂଆଦିଲୀ,ତା୩୦/୧୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ଫ୍ଲୋର ନେତାଙ୍କ ସହ ଭର୍ଚୁଆଲ ବୈଠକ କରି ଦେଶରେ ଚାଲିଥିବା କରୋନାଭାଇରସ ପରିସ୍ଥିତି ଉପରେ ଆଲୋଚନା...

ଓଡିଶାର ଦୈନିକ କୋଭିଡ -୧୯ ମାମଲା ଏବଂ ମୃତ୍ୟୁ ତୀବ୍ର ହ୍ରାସ ପାଇଛି ।

ଭୁବନେଶ୍ୱର,ତା ୩୦/୧୧; ଓଡିଶାରେ ଦୈନିକ କୋଭିଡ -୧୯ ପଜିଟିଭ ଏବଂ ମୃତ୍ୟୁହାର ସୋମବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଉଛି। ସରକାର ଏହାର...