ନୂଆଦିଲ୍ଲୀ,୮/୧୧: ମହାନଦୀ ଜଳ ବିବାଦ ମାମଲାରେ ଆଜିର ଟ୍ରିବୁନାଲ୍ରେ ଶୁଣାଣି ଶେଷ ହୋଇଛି । ଓଡିଶାର ଆଡଭୋକେଟ ଜେନେରାଲ ଅସୁସ୍ଥ ଥିବାରୁ ତାଙ୍କ ଅନୁପସ୍ଥିତିରେ ଓଡ଼ିଶା ପାଇଁ ଆଜିପକ୍ଷ ରଖିଲେ ବରିଷ୍ଠ ଆଇନଜୀବି ମୁକୁଲ ରୋହତଗି । ଆଜିର ଶୁଣାଣିରେ ଓଡ଼ିଶା ମୁଖ୍ୟତଃ ଦୁଇଟି ଦାବି ଉପସ୍ଥାପନା କରିଥିଲା । ଅଣମୌସୁମୀ ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଜଳ ହୀରାକୁଦଜଳ ଭଣ୍ଡାରକୁ ଛାଡିବା ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ବାରମ୍ବାର ବୈଠକ ବିଫଳ ହୋଇଛି । ଉଭୟ ପକ୍ଷ ମଧ୍ୟରେ କୌଣସିପ୍ରକାର ସମାଧାନର ବାଟ ବାହାରି ପାରୁନାହିଁ ।
ତେଣୁ ଡିସେମ୍ବରରେ କୌଣସି ଏକ ତାରିଖରେ ମାମଲାର ଚୁଡାନ୍ତ ଶୁଣାଣି କରି ଉଭୟ ପକ୍ଷଙ୍କ ଦାବି ଅନୁସାରେ ଟ୍ରିବୁନାଲ୍ ରାୟ ଦେବାକୁ ଓଡିଶା ଦାବିକରିଛି ।ମହାନଦୀ ଜଳ ବିବାଦ ମାମଲାରେ ପକ୍ଷଭୁକ୍ତ ରାଜ୍ୟଙ୍କ ମଧ୍ୟରେ ଦସ୍ତାବିଜ ନଥିପତ୍ର ଆଦାନପ୍ରଦାନ ପାଇଁ ଦୁଇ ଆସେସର ମାନଙ୍କ ଦ୍ୱାରା କମନ ଇନଫରମେସନ ଫର୍ମାଟ୍ ଚୂଡ଼ାନ୍ତ ହୋଇଥିବାବେଳେ ଓଡିଶା ଏଥିରେ ଛତିଶଗଡ଼ ଦ୍ୱାରା ନିର୍ମାଣ ହୋଇଥିବା ବ୍ୟାରେଜ ତଥ୍ୟରଖିବାକୁ ଦାବି କରିଛି ।
ଛତିଶଗଡ଼ କେତେ ବ୍ୟାରେଜ କରିଛି, ଏହାର କ୍ଷମତା କେତେ,ଉଚ୍ଚତା କେତେ ଭଳି ସବିଶେଷ ତଥ୍ୟ ଆସେସରଙ୍କୁ ନ ଦେଲେ ଓଡିଶା ଟ୍ରିବୁନାଲ୍ ରେ ଆବେଦନ କରିପାରିବ ବୋଲି ଟ୍ରିବୁନାଲ କହିଛନ୍ତି । ଏହାସହ ମୂଳ ଆବେଦନର ଶୁଣାଣିସମୟ ନିର୍ଦ୍ଧାରଣ ପାଇଁ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଲେ ଟ୍ରିବୁନାଲ୍ । ମାମଲାର ପରବର୍ତ୍ତୀଶୁଣାଣି ଡିସେମ୍ବର ୫ରେ ହେବ ବୋଲି ସୂଚନା ମିଳିଛି ।