ମାଲକାନଗିରି,୮/୧୧ ସ୍ଵାଭିମାନଅଂଚଳକୁ ଦକ୍ଷିଣାଞ୍ଚଳ ଡିଆଇଜି ସଫିନଅହମ୍ମଦ ଗସ୍ତ କରିଛନ୍ତି । ଡିଆଇଜିଙ୍କ ସହମାଲକାନଗିରି ଏସପି ରିଶିକେଷ ଖିଲାରି ମଧ୍ୟଥିଲେ । ସ୍ୱାଭିମାନ ଅଂଚଳରେ ନୂତନ ଭାବେନିର୍ମାଣ କରାଯାଇଥିବା ବିଏସଏଫ କ୍ୟାମ୍ପକୁତଦାରଖ କରିବା ସହ ଏହି ଅଂଚଳକୁ କିପରିସୁରକ୍ଷା ପ୍ରଦାନ କରାଯାଇପାରିବ ସେନେଇ ସେଏସପିଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଆଗାମୀ ଦିନରେ ଆଗକୁ କିପରି ପୁଲିସ ବଢିବଏବଂ ଏଠାରେ ସଂପୂର୍ଣ୍ଣ ଭାବେ ନକ୍ସଲକୁମୂଳପୋଛ କରିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା । ସ୍ୱାଭିମାନ ଅଂଚଳରେ ନକ୍ସଲଏବେ ବେକଫୁଟରେ ପହଞ୍ଚିଛି ।ଏଠାରେ ସୂଚନାଯୋଗ୍ୟ ଯେ ଆଜିସ୍ୱାଭିମାନ ଅଂଚଳକୁ ବିଏସଏଫ ପହଞ୍ଚିବା ଏବଂ ଯୋଗାଯୋଗର ବ୍ୟବସ୍ଥା କରିବା ପଛରେ ଡିଆଇଜି ଶ୍ରୀ ଅହମ୍ମଦଙ୍କ ହାତ ରହିଛି । ସ୍ୱାଭିମାନଅଂଚଳରେ ଚାରୋଟି ନୂତନ ଏୟାରଟେଲ ଟାଓ୍ାରନିର୍ମାଣ ହୋଇପାରିଛି ।
ସୁରକ୍ଷାକୁ କଡାକଡି କରିବାରୁଏଠାରେ ରାସ୍ତା ପହଞ୍ଚିପାରିଛି । ଆଗକୁ ଡାକ୍ତରଆସିବେ, ସ୍କୁଲ ଖୋଲିବ ବୋଲି ଶ୍ରୀ ଅହମ୍ମଦପ୍ରକାଶ କରିଛନ୍ତି । ଦିନ ଥିଲା ଏଠାରେ ନକ୍ସଲଙ୍କରରାଜ ଚାଲିଥିଲା । କିନ୍ତୁ ଆଜି ଏଠାରେ ପୁଲିସରରାଜ ଚାଲିଛି । ନକ୍ସଲ ପୁଲିସର ବିରୋଧରେଲୋକଙ୍କୁ ଏଠାରେ ମତାଉଥିଲେ । ଲୋକେ ମଧ୍ୟବାଧ୍ୟ ହୋଇ ଶୁଣୁଥିଲେ । କିନ୍ତୁ ଏବେ ଲୋକେନିଜ ପାଖରେ ପୁଲିସକୁ ପାଇ ପୁଲିସରବ୍ୟବହାରକୁ ଜାଣିବା ପରେ ଖୁସି ମନାଇଛନ୍ତି ।ସେମାନେ ଜାଣିପାରିଛନ୍ତି ଯେ ନକ୍ସଲ ସେମାନଙ୍କପାଇଁ କେବେ ମଧ୍ୟ ବିକାଶର ମାର୍ଗ ନୁହନ୍ତି ।କେବଳ ପ୍ରଶାସନ ହିଁ ବିକାଶର ମାର୍ଗୟ ଆଜିସ୍ଵାଭିମାନ ଅଂଚଳରେ ରାସ୍ତା, ପାନୀୟଜଳ, ସ୍କୁଲ, ସ୍୍ୱାସ୍ଥ୍ୟ ପହଞ୍ଚି ପାରିଛ ।ଲୋକେ ଏହାର ଫାଇଦା ଉଠାଉଛନ୍ତି ।ଡଆଇଜି ଶ୍ରୀ ଅହମ୍ମଦଲୋକଙ୍କ ନିକଟରେ ପହଞ୍ଚିଛନ୍ତି ।କୋରାସେତୁରେ ହୋଇଥିବାବିଏସଏଫ କ୍ୟାମ୍ପକୁ ପରିଦର୍ଶନ କରିସେ ବହୁ ଯବାନଙ୍କ ବଳିଦାନକୁମନେ ପକାଇଛନ୍ତି ।
ଆଜି ଯଦିପୁଲିସ ଏଠାରେ ପହଞ୍ଚିପାରିଛି ତେବେ ପୂର୍ବରୁ ବହୁପୁଲିସ,ବିଏସଏଫ ଏବଂ ସିଆରପିଏଫଙ୍କବଳିଦାନ ରହିଥିବା କହିଥିଲେ । ଆଗକୁ ସ୍ୱାଭିମାନଅଂଚଳରେ ସେମସ୍ତ ବିକାଶ କାର୍ଯ୍ୟ ତ୍ୱବାରାନ ବଞ୍ଚିହେବ ବୋଲି କହିଥିଲେ ।ଏସପି ରିଶିକେଶ ଖିଲାରିମଧ୍ୟ ଏଠାରେ ନକ୍ସଲଙ୍କର ପତିଆରାକୁ ଉଚିତଜବାବ ଦିଅଆଯାଇ ସେମାନଙ୍କ ପଛକୁ ହଟିବାକୁବାଧ୍ୟ କରାଯିବ ବୋଲି କହିଥିଲେ । ଲୋକେ ଏଥରଶାନ୍ତିରେ ଶୋଇବେ । ପୁଲିସ ପଇଁତରା ମାରିବବୋଲି କହିଥିଲେଯଶୁଭ ଦିନ ଆଗକୁ ଆସୁଛି ।ଫେରିଥିବା ଲୋକେ ପୁଣି ଆସିବେ । ନିଜରଭିଟାମାଟିକୁ ଫେରି ନିଜର ଶାନ୍ତିପୂର୍ଣ୍ଣ ଜୀବନଯାପନକରିବେ । ଗୋରାସେତୁ ଏବଂ ଯଡାମ୍ବରେରହିଥିବା ନକ୍ସଲଙ୍କର ସ୍ମାରକୀଗୁଡିକକୁ ନଷ୍ଟକରାଯିବ ନାହିଁ ବୋଲି ଡିଆଇଜି କହିଥିଲେ ।କାରଣ ଭବିଷ୍ୟତରେ ଏଠାକାର ପିଲାମାନେଏହାକୁ ଦେଖିବା ସହ ପୂର୍ବର ଇତିହାସକୁ ମନେପକାଇବେ ।କିପରି ନକ୍ସଲ ଏଠାରେରାଜ କରୁଥିଲେ ଏବଂ ପୁଲିସ ସେମାନଙ୍କୁତଡିବାରେ ସଫଳ ହୋଇପାରିଥିଲା ।ଲୋକମାନଙ୍କ ଶାନ୍ତି ପାଇଁପୁଲିସ ସବୁବେଳେନିରନ୍ତର ସହଯୋଗ କରିଆସୁଛି ଏବଂ ଆସିବ ବୋଲି ଦୁଇ ପୁଲିସ ଅଧିକାରୀକହିଥିଲେ ।