ନୂଆଦିଲ୍ଲୀ,୮/୧୧: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ରଆଇପିଏଲ ଟ୍ରଫି ଜିତିବାର ସ୍ୱପ୍ନ ପୁଣି ଥରେ ଧୂଳିସାତ ହୋଇଛି । ବିରାଟ କୋହଲିଙ୍କ ନେତୃତଧୀନ ଧୀନ ଆରସିବିକୁ ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୬ୱିକେଟରେ ପରାସ୍ତ କରି ଆଇପିଏଲରୁବିଦା କରିଛି ।ଏହି ପରାଜୟ ପରେ ପୂର୍ବତନଭାରତୀୟ ଓପନର ଗୌତମ ଗମ୍ଭୀରକହିଛନ୍ତି, ବେଙ୍ଗାଲୁରୁ ପାଇଁ ବର୍ତ୍ତମାନ ସମୟ ଆସି ଯାଇଛି ଯେ ଦଳ ଅଧିନାୟକପଦ ବିଷୟରେ ବିରାଟ କୋହଲିଙ୍କଠୁ ଆଗକୁ ଚିନ୍ତା କରନ୍ତୁ । ସେ କହିଛନ୍ତି ଯଦିସେ ବେଙ୍ଗାଲୁରୁ ଟିମର ପ୍ରବନ୍ଧକ ଥାନ୍ତେ ତେବେ କୋହଲିଙ୍କୁ ଅଧିନାୟକ ପଦରୁହଟାଇ ଦିଅନ୍ତେ । କୋହଲି ୨୦୧୩ରେ ଆରସିବିର ଅଧିନାୟକତ୍ୱ ଭାର ସମ୍ଭାଳିଥିଲେ । ମାତ୍ରତେବେଠୁ ଏ ପର୍ଯ୍ୟନ୍ତ ୮ ସିଜିନରେ ଦଳ ୩ଥର ପ୍ଲେଅଫ୍ ପର୍ଯ୍ୟନ୍ତ ପହଞ୍ଚି ପାରିଛି ।
୨୦୧୬ ସଂସ୍କରଣରେ ଦଳ ଉପ ବିଜେତା ରହିଥିଲେ ମଧ୍ୟ ଗତ ୨ଟି ସିଜିନରେ ପଏଣ୍ଟ ତାଲିକାର ନିମ୍ନ ଦଳ ମଧ୍ୟରେ ରହିଥିଲା । ଦୁଇ ଥର ଚମ୍ପିଆନ ହୋଇଥିବା କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଥିବା ଗମ୍ଭୀର କହିଛନ୍ତି, ସମୟ ଆସି ଯାଇଛିଯେ ଆରସିବି କୋହଲିଙ୍କଠୁ ଆଗକୁ ଯାଇଚିନ୍ତା କରନ୍ତୁ । କୋହଲି ଆଗକୁ ଆସନ୍ତୁଏବଂ ଦଳର ପରାଜୟ ପାଇଁ ନିଜକୁ ଦାୟୀକରନ୍ତୁ । ଯଦି ସେ ଫ୍ରାଞ୍ଚାଇଜିର ପ୍ରଭାରୀ ଥାନ୍ତେ ତେବେ କଣ ଅଧିନାୟକ ପରିବର୍ତ୍ତନ କରନ୍ତେ ? ଏହି ପ୍ରଶ୍ନର ଉତ୍ତରରେ ଗମ୍ଭୀର କହିଛନ୍ତି ୧୦୦ ପ୍ରତିଶତ କାରଣ ପ୍ରସଙ୍ଗଉ ତ୍ତରଦାୟିତ୍ୱର ରହିଛି । ଟୂର୍ଣ୍ଣାମେଣ୍ଟରେ ଆଠବର୍ଷ ପର୍ଯ୍ୟନ୍ତ ଅଧିନାୟକ ରହିବା ପରେ ମଧ୍ୟଦଳ ଥରୁଟିଏ ମଧ୍ୟ ଚମ୍ପିଆନ ହୋଇପାରିନାହିଁ ଆଠ ବର୍ଷ ବହୁତ ଲମ୍ବା ସମୟ ହୋଇଥାଏ । ଅନ୍ୟ ଅଧିନାୟକ ବିଷୟରେ ଭୁଲି ଯାଆନ୍ତୁ । ମୋତେ କେବଳ ଜଣେ ଅଧିନାୟକଙ୍କ ବିଷୟରେ କହି ଦିଅନ୍ତୁ ଯିଏଆଠ ବର୍ଷ ଦଳର ମଙ୍ଗ ସମ୍ଭାଳିବା ପରେମଧ୍ୟ ହାତ ଖାଲି ରହିଛି ।
ତେଣୁ ଅଧିନାୟକଙ୍କୁ ଉତ୍ତରଦାୟୀ ହେବାର ଆବଶ୍ୟକତା ରହିଛି ।ଗମ୍ଭୀର କହିଛନ୍ତି, ଆଠ ବର୍ଷ ଏକବହୁତ ଲମ୍ବା ସମୟ । ରବିଚନ୍ଦ୍ରନଙ୍କ ସହିତକଣ ହେଲା । କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁଦୁଇ ବର୍ଷ ଅଧିନାୟକ ରହିଥିଲେ ଏବଂପରିଣାମ ଦେଇ ନପାରିବାରୁ ତାଙ୍କୁ ପଦରୁହଟାଇ ଦିଆଗଲା । ଆମେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ରୋହିତ ଶର୍ମାଙ୍କ ବିଷୟରେ କଥା ହେଉଛନ୍ତିୟ ମାତ୍ର ବିରାଟ କୋହଲିଙ୍କ ବିଷୟରେ ଭୁଲି ଯାଉଛନ୍ତି । ଧୋନୀ ନିଜ ଦଳକୁ ତିନି ଥର ଚମ୍ପିଆନଏବଂ ରୋହିତ ଶର୍ମା ଚାରି ଥର ଚମ୍ପିଆନ କରାଇ ସାରିଛନ୍ତି ।ଏହି କାରଣରୁ ସେମାନଙ୍କୁଏତେ ଲମ୍ବା ସମୟ ଦଳର ଅଧିନାୟକ ଦାୟିତ୍ୱ ମିଳିଛି ।କାରଣ ସେମାନେ ନିଜକୁ ସାବ୍ୟସ୍ତ କରିଛନ୍ତି । ମୋତେ ବିଶ୍ୱାସ ଯେଯଦି ରୋହିତ ଶର୍ମା ନିଜକୁ ସାବ୍ୟସ୍ତ କରିପାରିନଥାନ୍ତେ ତେବେ ତାଙ୍କୁ ତାଙ୍କର ଫ୍ରାଞ୍ଚାଇଜି ପଦରୁ ହଟାଇ ସାରନ୍ତାଣିୟ ଭିନ୍ନଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ନୀତି ହେବାଉଚିତ ନୁହେଁ ବୋଲି ଗମ୍ଭୀର କହିଛନ୍ତି ।