ବାଲେଶ୍ୱର,୨୪ା୨(ନି.ପ୍ର): ଉକ୍ରଳୀୟପାରମ୍ପାରିକ ଖାଦ୍ୟ ପ୍ରତି ଜନସାଧାରଣରେଆଗ୍ରହ ସୃଷ୍ଟି ପାଇଁ ଇଣ୍ଡିଆନ୍ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚର ‘ଇନ୍ଟାକ୍’ବାଲେଶ୍ୱର ଚାପ୍ଟର ପକ୍ଷରୁ ସହରର ମହିଳାମାନଙ୍କୁ ନେଇ ପିଠା ପ୍ରଦର୍ଶନୀ ଓ ପ୍ରତିଯୋଗିତା ସ୍ଥାନୀୟ ଟାଉନହଲ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ ।
ଇନଟାକ୍ର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଏହି ପ୍ରଦର୍ଶନୀ ସମାଜିକ ସ୍ତରର ଲୋକଙ୍କ ମଧ୍ୟରେ ପାରମ୍ପାରିକ ଖାଦ୍ୟ ପ୍ରତି ନିଶ୍ଚିତ ଆଗ୍ରହ ସୃଷ୍ଟି କରିବ ବୋଲି ସେ ଆଶା ପକାଶ କରିଥିଲେ । ଇନଟାକ୍ ବାଲେଶ୍ୱର ଚାପ୍ଟରର ଆବାହକ ଶିଳ୍ପୋଦ୍ୟୋଗୀ ହିମାଂଶୁ ଦାସ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ପ୍ରଦର୍ଶନୀ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସହ-ଆବାହକ ଉଦୟ ରଂଜନ ଦାସ, ଚାନ୍ଦିପୁର ପାନ୍ଥ ନିବାସ ପରିଚାଳକ ସୟଦ ତାରିକ୍ ଅଲ୍ଲି, ଅଧ୍ୟାପିକା ବନ୍ଦନା ମହାପାତ. ଅଧ୍ୟାପିକା କୁମକୁମ ଦାସ, ଗୀତାଞ୍ଜଳି ପାଣିଗ୍ରାହୀ, ସଂଘମିତ୍ରା ମହ ।ନ୍ତି ପ୍ରମୁଖ ଏଥିରେ ଯୋଗଦେଇ ମହିଳାଙ୍କ ମଧ୍ୟରେ ପାରମ୍ପାରିକ ପିଠାପଣା ପ୍ରତି ଆଗ୍ରହ ସୃଷ୍ଟିରେ ଏହି କାର୍ଯ୍ୟକ୍ରମ ବେଶ ସହାୟକ ହୋଇପାରିଛି ବୋଲି କହିଥିଲେ ।
ପିଠା ପ୍ରଦର୍ଶନୀ ଓ ପ୍ରତିଯୋଗିତାରେ ଶ୍ରେଷ୍ଠ ପିଠା ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଯଶୋଦା ନନ୍ଦନ ଆଶ, କିଶୋର ଚକ୍ରବର୍ତୀ, ହରେନ୍ ରଣା, ସୌରଭ ବେହେରା, ମାତୃଦତ ଦାସ, ସତ୍ୟନାରାୟଣ ନନ୍ଦ, ଅର୍ଚ୍ଚନା ନନ୍ଦୀ, ଭାବଗ୍ରାହୀ ମହାନ୍ତି, ନିକୁଞ୍ଜ ବିହାରୀ ଦାସ, ବିଶ୍ୱନାଥ ରଣା, ସପନ ମହାପାତ୍ର, ପ୍ରଦୀ ପ୍ତ ପଣ୍ଡା ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ