ନୂଆଦିଲ୍ଲୀ,୭/୧୧: ଭାରତୀୟ ସେନାର”ଦୃଢ଼ ଏବଂ ଶକ୍ତିଶାଳୀ’ ମୁକାବିଲା କାରଣରୁ ଲଦାଖଅଞ୍ଚଳରେ ଚୀନର “ପିପୁଲ୍ସ୍ ଲିବରେସନ୍ ଆର୍ମି’ ତା’ରଦୁଃସାହସ ନିମନ୍ତେ ଅପ୍ରତ୍ୟାଶିତ ପରିଣାମର ସମ୍ମୁଖୀନହେଉଛି ବୋଲି ଶୁକ୍ରବାର ଦିନ “ଚିଫ୍ ଅଫ୍ ଡିଫେନ୍ସେ ଷ୍ଟାଫ’ (ସିଡିଏସ୍) ବିପିନ ରାୱତ କହିଛନ୍ତି ।ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରୁ ସାମରିକ ସଂଘର୍ଷ ହ୍ରାସ କରିବା ନମିନ୍ତେ ଆଜି ଭାରତ ଓ ଚୀନର ଆଲୋଚନା କରୁଥିବା ବେଳେ ଜେନେରାଲ ରାୱତ ଏଭଳି ମନ୍ତବ୍ୟ ଦେଇଛନ୍ତି ।
ବିପିନ ରାୱତଙ୍କ ସିଧା ଚେତାବନୀ
ଆଜି “ନ୍ୟାସନାଲ୍ ଡିଫେନ୍ସ୍ କଲେଜ୍’ର ହୀରକଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ସେକହିଲେ, ସୀମାନ୍ତ ସଂଘର୍ଷ, ନିୟମ ଉଲ୍ଲଂଘନ ଏବଂ ଅଯଥା ଯୋଜନାବଦ୍ଧ ସାମରିକ କାର୍ଯ୍ୟାନୁଷ୍ଠାନ କ୍ରମେ ବଡ଼ ବିବାଦ ପାଲଟି ଯାଇଥିବାରୁ ସାମଗ୍ରିକ ନିରାପତ୍ତା ଆକଳନ ଅନୁସାରେ ସେ ବିବାଦକୁ ହ୍ରାସ କରାଯାଇପାରିବ ନାହିଁ । ଆମର ଆଚରଣ ଅସ୍ପଷ୍ଟ ନୁହେଁ ।ବାସ୍ତବ ନିୟନ୍ତ୍ରଣରେଖା ଘୁଞ୍ଚାଯିବା କଥାକୁ ଆମେ ଗ୍ରହଣ କରିବୁ ନାହିଁ ।ଏହାଛଡ଼ା, ଚୀନ୍ ଓ ପାକିସ୍ତାନ ମିଳିତଭାବେ ଷଡ଼ଯନ୍ତ୍ର କରୁଥିବା କଥା ମଧ୍ୟ ରାୱତ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି ଯେ,ଆଣବିକ ଅସ୍ତ୍ରଧାରୀ ଦୁଇ ପଡ଼ୋଶୀଙ୍କ ସହନିରାପତ୍ତା ସଂକ୍ରାନ୍ତ ଚାଲେଞ୍ଜ୍ ରହିଛି । ପୂର୍ବରୁ ମଧ୍ୟଭାରତ ଏହି ଦୁଇ ପଡ଼ୋଶୀଙ୍କ ସହ ଯୁଦ୍ଧ ଲଢ଼ିଛି ।
ଏବେ ସୃଷ୍ଟି ହୋଇଥିବା ସୀମା ବିବାଦ ଆଗକୁ ବୃହତ୍ତର ରୂପ ଧାରଣ କରିବାର ଆଶଙ୍କା ରହିଛି ବୋଲି ସେ ମତ ଦେଇଛନ୍ତି । ଆମେ ଯଦି ପୂରା ସୁରକ୍ଷା ବ୍ୟବସ୍ଥା ଓ ସ୍ଥିତିକୁ ହିସାବକୁ ନେବା,ତା’ହେଲେ ·ଚାଇନା ସହ ସିଧାସଳଖ ବିବାଦବଢ଼ିବାର ସମ୍ଭାବନା ବହୁତ କମ । କିନ୍ତୁ ମୁହାଁମୁହିଁସ୍ଥିତି, ଟ୍ରାନ୍ସଗ୍ରେସନ ଓ ଉସକାଇବା ଭଳି ପ୍ରତିରକ୍ଷା କାର୍ଯ୍ୟାନୁଷ୍ଠାନ ଯୋଗୁ ସୃଷ୍ଟି ହେବାକୁ ଥିବା ବିବାଦ ଆଗକୁ ବୃହତ୍ତର ରୂପ ନେଇପାରେ ବର୍ତ୍ତମାନ ଏଲଏସିରେ ସ୍ଥିତି ଉତ୍ତେଜନାମୂଳକ ରହିଛି । ପିଏଲଏ ଲଦାଖରେ ଯେକୌଣସି ହରକତ କରିବାକୁ ଚେଷ୍ଟାକଲେ ମଧ୍ୟ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ୁଛି । କାରଣ ଭାରତୀୟ ଫୋର୍ସ ସତର୍କ ହୋଇ ରହିଛନ୍ତି । ଏପ୍ରିଲ ମାସର ସ୍ଥିତାବସ୍ଥା ସପକ୍ଷରେ ଆମେରହିଛୁ । ଏଲଏସିରେ କୌଣସି ପ୍ରକାରର ପରିବର୍ତ୍ତନକୁ ଆମେ ଗ୍ରହଣ କରିବୁନାହିଁ କିମ୍ବା ସୀମାରୁ ପଛକୁ ଘୁଞ୍ଚିବୁ ନାହିଁ ବୋଲି ସିଡିଏସ କହିଛନ୍ତି।