ନୂଆଦିଲ୍ଲୀ,୭/୧୧:କେନ୍ଦ୍ରସରକାର ଯେଭଳି ଭାବେ ଧିରେଧିରେ ରାଜ୍ୟ ସରକାରଙ୍କ ନିକଟରେ ଥିବାବିଭିନ୍ନ କ୍ଷମତାକୁ ସଂକୁଚିତ କରି ନିଜ ହାତକୁ ନେବାକୁ ଉଦ୍ୟମ କରୁଛନ୍ତି, ରାଜ୍ୟସରକାର ମାନେ ବି ସେମିତି ଭାବେ ନିଜ ନିଜକ୍ଷମତାର ଉପଯୋଗ କରି କେନ୍ଦ୍ର ପଞ୍ଝାରୁବର୍ତ୍ତିବାକୂ ଉଦ୍ୟମ ଚଳାଇଛନ୍ତି । ଯାହା ଜଣାପଡ଼ୁଛି, ଦେଶର ସର୍ବୋଚ୍ଚ କେଦ୍ରୀୟତ ଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ରାଜ୍ୟସରକାର ମାନେ ବିଶ୍ୱାସ ହରାଉଛନ୍ତି ।ରାଜସ୍ଥାନ, ମହାରାଷ୍ଟ୍ର ଏବଂ କେରଳ ପରେଏବେ ଝାଡଖଣ୍ଡ ସରକାର ରାଜ୍ୟରେ ତଦନ୍ତକରିବାକୁ ସିବିଆଇକୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରି ନେଇଛନ୍ତି ।ତେଣୁ ଏଣିକି ସିବିଆଇ ତଦନ୍ତ କରିବାକୁ ଝାଡ଼ଖଣ୍ଡ ଯିବାକୁ ଚାହିଁବ ତେବେ ପ୍ରଥମେସେ ରାଜ୍ୟସରକାରଙ୍କ ଅନୁମତି ନେବାକୁପଡିବ ।
ଏ ନେଇ ଗୁରୁବାର ରାଜ୍ୟକ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ଏଭଳି ପଦକ୍ଷେପ ଗ୍ରହଣ କରିବାରେ ଦେଶର ଅଷ୍ଟମ ରାଜ୍ୟ ହୋଇଛି ଝାଡ଼ଖଣ୍ଡ ।ଏହା ପୂର୍ବରୁ ମହାରାଷ୍ଟ୍ର,ରାଜସ୍ଥାନ,ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ,ଛତିଶଗଡ ଆଦିରାଜ୍ୟଗୁଡିକ ଅନୁରୂପ ନିଷ୍ପତ୍ତି ନେଇଥିଲେ । ସିବିଆଇ ଉପରେ ଏଭଳି ନିଷ୍ପତ୍ତି ନେଇଥିବା ରାଜ୍ୟଗୁଡିକ ଅଭିଯୋଗ କରିଛନ୍ତି କି କେନ୍ଦ୍ର ସରକାର ରାଜନୈତିକ ବିରୋଧୀମାନଙ୍କୁ ହଇରାଣ କରିବାକୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ବାସିବିଆଇର ଅପବ୍ୟବହାର କରୁଛନ୍ତି ।ପ୍ରଥମଥର ପାଇଁ ୨୦୧୮ ମସିହାରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଏଭଳି ନିଷ୍ପତ୍ତି ନେଇଥିଲେ ।ଏହାପରେ ଆନ୍ଧ୍ରପ୍ରଦେଶର ତକ୍ରାଳୀନ ମୁଖ୍ୟମନ୍ତ୍ରୀଚନ୍ଦ୍ରବାବୁ ନାଇଡୁ ସିବିଆଇ ପାଇଁ ଆନ୍ଧ୍ରପ୍ରଦେଶର ଦ୍ୱାର ବନ୍ଦ୍ କରିଥିଲେ ।
ସେହିଭଳି ୨୦୧୯ ଜାନୁଆରୀ ମାସରେ ଛତିଶଗଡର କଂଗ୍ରେସ ସରକାର ସିବିଆଇକୁ ଦେଇଥିବା ସାଧାରଣ ସମ୍ମତି ପ୍ରତ୍ୟାହାର କରିନେଲେ । ତେବେ ଚଳିତବର୍ଷ ଜୁଲାଇ ମାସରେ ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାର ବି ସମାନ ନିଷ୍ପତ୍ତି ନେଇଥିଲେ । ଏହା ସହ କିଛିଦିନ ତଳେ ମହାରାଷ୍ଟ୍ର ସରକାର ଓ ଦୁଇଦିନ ତଳେକେରଳ ବାମଫ୍ରଣ୍ଟ ସରକାର ବିସିବିଆଇକୁ ବିନା ଅନୁମତିରେ ରାଜ୍ୟରେପ୍ରବେଶ ନକରିବାକୁ କ୍ୟାବିନେଟ୍ବୈଠକରେ ନିଷ୍ପତ୍ତି ନେଇଥିଲେ ।ଅନ୍ୟପଟେ ଗୁରୁବାର ଦିନ ଝାଡ଼ଖଣ୍ଡରଜେଏମଏମ୍ ସରକାର ଏଭଳି ନିଷ୍ପତ୍ତି ନେବାପରେ ଏହା ଦେଶର ସଂଘୀୟ ବ୍ୟବସ୍ଥା ପ୍ରତିଉପହାସ ଭଳି ମନେ ହେଉଛି