ଭୁବନେଶ୍ବର 07/11: ଆଳୁ ଓ ପିଆଜ ଭାରତବର୍ଷର ପ୍ରତ୍ୟକ ଘର ଧନୀ ହେଉ କି ଗରିବ ଏହା ଏକ ଆବଶ୍ୟକ ଖାଦ୍ୟ ପରିବା କିନ୍ତୁ କିଛି ଦିନ ରୁ ଏହା ର ମାର୍କେଟ ଦର ବଢି ଚାଲିଛି, ଯାହା ଯୋଗୁଁ ଗରିବ ଏବଂ ସାଧାରଣ ଘରେ ଆଳୁ ଏବଂ ପିଆଜ ର ଆୟତ ବହୁତ କମିଛି, ଦୀପାବଳି ପର୍ଯନ୍ତ ଆଳୁ ଓ ପିଆଜ ର ଦାମ ଆହୁରି ବଢିବ ଏହା ଅନୁମାନ ଲଗା ଯାଉଛି, କିନ୍ତୁ ଆଳୁ ଓ ପିଆଜ ର ଦାମ ଏତେ ବଢିଲା କେମିତି ଆଉ କେବେ କମିବେ ଏ ଦାମ ।
କାହିଁ ବଢିଲା ଆଳୁ ଏବଂ ପିଆଜ ର ଦାମ?
ଆଳୁ ଓ ପିଆଜ ର ଦାମ ବଢିବା କାରଣ ଜାଣିବା ଆଗରୁ କିଛି କଥା ଜାଣିବା ଅତି ଆବଶ୍ୟକ. ପ୍ରଥମେ, ଆଳୁ ଓ ପିଆଜ ହେଲେ ଆବଶ୍ୟକ ଖାଦ୍ୟ ପଦାର୍ଥ ସେଥି ପାଇ ପୂର୍ବରୁ କେନ୍ଦ୍ର ସରକାର ଆଳୁ, ପିଆଜ, ରୋଷାଇ ତେଲ ଏବଂ ଅନ୍ୟ ଆବଶ୍ୟକ ଖାଦ୍ୟ ପଦାର୍ଥ କୁ ଏସେନଶିୟାଲ କୋମ୍ମୋଡିଟି ଆକ୍ଟ କିମ୍ବା ଜରୁରି ସାମଗ୍ରୀ ଆକ୍ଟ ତଳେ ଏହି ଆବଶ୍ୟକ ଖାଦ୍ଯ ସାମଗ୍ରୀ କିଣା, ବିକା ଏବଂ ସଂରକ୍ଷଣ ର ଦାଈତ୍ଵ ସରକାର ଙ୍କ ହାତ ରେ ଦେଇଥିଲା, କିନ୍ତୁ ଯେବେ ଠାରୁ ଆଳୁ, ପିଆଜ ଏବଂ ଅନ୍ୟ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଏହି ଆକ୍ଟ ରୁ ବାହାର କରା ଯାଇଛି ସେବେ ଠାରୁ ସରକାର ଙ୍କ ଏହି ସାମଗ୍ରୀ ଉପରେ କୌଣସି ନିୟନ୍ତ୍ରଣ ନାହି। ଯାହା ଯୋଗୁଁ ଏବେ ଆଳୁ ପିଆଜ ର ସଂରକ୍ଷଣ କରୁଥିବା ଲୋକୋମାନେ ଆଳୁ ଓ ପିଆଜ ର ମାର୍କେଟ ରେ ଜାଣି ବୁଝି ଆଭାବ ସୃଷ୍ଟି କରି ପାରିବେ।
କେବେ କମିବ ଦାମ?
କରନା ର ସାରା ବିଶ୍ଵ ଉପରେ ପଡିଥିବା ପ୍ରଭାବ ଜୋଗୁ ବିଶ୍ଵ ର ଆର୍ଥିକ ଏବଂ ମାନସିକ ସ୍ତିତି ଠିକ ନଥିବା ବେଳେ କେନ୍ଦ୍ର ସରକାରଙ୍କ ନିସ୍ପତି ବିପଦକୁ ଖୋଲା ଆମନ୍ତ୍ରଣ, ଏବଂ ଏହି କଥା କାହାଠୁ ଭି ଲୁଚା ନୁହେ କି ଯେତେବେଳେ ପ୍ରାକୁର୍ତିକ ବିପତି ଆସିଛି, ମାର୍କେଟ ରେ ଆଳୁ ଏବଂ ପିଆଜ ର ଦାମ ଆଗେ ବଢିଛି, କିନ୍ତୁ ସେତେ ବେଳେ ସରକାର ନିଜେ ମାର୍କେଟ କୁ ନିୟନ୍ତ୍ରଣ କରି ଆଳୁ ପିଆଜ ର ରେଟ ନିୟନ୍ତ୍ରଣ ରେ ଆଣନ୍ତି। କିନ୍ତୁ କରନା ପରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ନିଆ ଯାଇଥିବା ଏହି ପଦକ୍ଷେପ ପରେ ସରକାର ଏବେ ଏହି କଥା ଉପରେ କିଛି ପଦକ୍ଷେପ ନବା ସ୍ଥିତି ରେ ନାହାନ୍ତି। ସେଥିପାଇଁ ଯେଉଁ ପର୍ଜନ୍ତ ସରକାର ଏସେନଶିୟାଲ କୋମ୍ମୋଡିଟି ଆକ୍ଟ କିମ୍ବା ଜାରୂରୀ ସାମଗ୍ରୀ ଆକ୍ଟ ଅନ୍ତର ରେ ଆଉଥରେ ଆଳୁ ଓ ପିଆଜ କୁ ଆଣି ନାହାନ୍ତି ସେହି ପର୍ଯ୍ୟନ୍ତ ଆଳୁ ଓ ପିଆଜ ର ଦାମ କମିବା ସମ୍ଭାବନା ବହୁତ କମ।