ହିଞ୍ଜିଳିକାଟୁ,୬ ।୧୧ ;କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଓ ମନରେଗା ଶ୍ରମିକଙ୍କ ପଞ୍ଜିକରଣ ପାଇଁ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ରାଳବ ଗ୍ରାମ ପଞ୍ଚାୟତର୧୭୭, ଦରୁଭଦ୍ରା ୯୩, କଞ୍ଚୁରୁ ୨୮, ସାରୁ ୨୨୮, ଦୁରୁବନ୍ଧ ୧୪, ଶାସନ ଆମ୍ବ ଗାଁ ୨୨୫, ପୋଚିଲିମା ୭୨, ପୁଟିଆ ପଦର ୧୨, ମକରଝୋଳ ୧୧୯,ସିକିରି,୨୦ ଓ ଅନ୍ତରି ଗାଁ ୩୦ ଶ୍ରମିକ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୀର୍ଘ୨୦ ମାସ ତଳେ ଆବେଦନ ପତ୍ର ଦାଖଲ କରିଥିଲେ । ବର୍ତ୍ତମାନ ସୁଦ୍ଧା ପଞ୍ଜିକରଣକରି ନାହାନ୍ତି ବରଂ ଜିଲ୍ଲା ଶ୍ରମ ଅଧିକାରୀ ଭୂଆବୁଲା କଥା କହି ସମୟ ପରେ ସମୟ ଗଡେଇ ଚାଲିଛନ୍ତି । ବିବାହ ସହାୟତା ପାଇଁ ଆବେଦନ କରିଥିବା ଶ୍ରମିକଙ୍କ ଫାଇଲ ହଜିଯାଉଥିବା ଏବଂ ମୃତୁ୍ୟକାଳୀନ ସହାୟତା ପାଇଁ ଆବେଦନ କରିଥିବା ଶ୍ରମିକଙ୍କ ଷ୍ଟେଟମେଣ୍ଟ ନେବା ପାଇଁ ୧ ବର୍ଷ ଲାଗିବା ଏବଂ ଷ୍ଟେଟମେଣ୍ଟ ନେବାର ୧୦ ମାସବିତି ଯାଇଥିଲେ
ସୁଦ୍ଧା ସହାୟତା ପ୍ରଦାନ କରିବାରେ ଅବହେଳା, ଶିକ୍ଷା ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କ୍ଷେତ୍ରରେ ବାରମ୍ବାର ନୂତନ ନୀତି କରି ରିଜେକ୍ଟ କରି ଶ୍ରମିକଙ୍କୁ ବଞ୍ଚିତ କରିବା, ଲକଡାଉନ ସହାୟତା ୧୫୦୦ ଟଙ୍କା ପାଇବାରୁ ୬ ହଜାର ଶ୍ରମିକବଞ୍ଚିତ ହେବା ଏବଂ ଶ୍ରମବିଭାଗ ଅବହେଳା ପାଇଁ ୪୦ ହଜାର ଶ୍ରମିକ ନବୀକରଣ କରିନପାରି ସମସ୍ତ ସୁବିଧା ସୁଯୋଗ ରୁ କାହିଁକି ବଞ୍ଚିତ ହେଲେ । ଏ ସମସ୍ତ ସମସ୍ୟା ସମାଧାନ ପାଇଁ ଟ୍ରେଡ ୟୁନିଅନ ସେଣ୍ଟର ଅଫ ଇଣ୍ଡିଆ ସହ ସହବନ୍ଧିତ ଓଡ଼ିଶା ନିର୍ମାଣଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ, ଗଞ୍ଜାମଜିଲ୍ଲାପାଳ, ଯୁଗ୍ମ ଶ୍ରମ କମିଶନର, ଜିଲ୍ଲା ଆରଖି ଅଧୀକ୍ଷକ, ହିଞ୍ଜିଳିକାଟୁ ଗୋଷ୍ଠୀଉନୟନ ଅଧିକାରୀ,ଜିଲ୍ଲା ଆରକ୍ଷୀ ଅଧୀକ୍ଷକ(ପୋଲିସ), ସଂପୃକ୍ତ ଗ୍ରାମ ପଞ୍ଚାୟତ ସରପଞ୍ଚ ମାନଙ୍କୁ ଗତ ଅକ୍ଟୋବର ୨୦୨୦ରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଚେତାବନୀ ପ୍ରଦାନ କରାଯାଇଥିଲା ଯେ ଶ୍ରମିକଙ୍କ ଭବିଷ୍ୟତ ସହ ଖେଳ ଖେଳିଲେ ଆନେ୍ଦାଳନା ତ୍ମାକ ପନ୍ଥା ଅବଲମ୍ବନ କରାଯିବ ।
ଏଦିଗରେ ଶ୍ରମିକଙ୍କ ଦାବି ପ୍ରତିବିଶେଷ ଅଗ୍ରଗତି ନହେବାରୁ ୪ ଅକ୍ଟୋବର ୨୦୨୦ରେ ହିଞ୍ଜିଳିକାଟୁ କନକ ଦୁର୍ଗାକଲ୍ୟାଣ ମଣ୍ଡପରେ ଶ୍ରମିକମାନଙ୍କ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଓଡିଶା ର୍ନିମାଣ ଶ୍ରମିକ ୟୁନିଅନର ଜିଲ୍ଲା ଉପସଭାପତି ଦନାର୍ଦନ ସେଠୀ ଏହି ବୈଠକରେଅଧ୍ୟକ୍ଷତାରେ କରିଥିଲେ । ଜିଲ୍ଲା ସଭାପତି ଶଙ୍କର ସାହୁ ଯୋଗଦେଇ ଶ୍ରମିକ ମାନଙ୍କମତାମତ ଲୋଡିଥିଲେ । ଶ୍ରମିକମାନଙ୍କ ଗୋଟିଏ ନିଷ୍ପତ୍ତି ଆମ କଥା ଶ୍ରମ ଅଧିକାରୀ ରଖିବାକୁ ହେବ, ୧୧ ନଭେମ୍ବର ୨୦୨୦ରେ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ ହେବ । ଆମ ଦାବି ହାସଲ ହେବ ନଚେତ ପରିସ୍ଥିତି ଭୟଙ୍କର ହେବ ଅନ୍ୟପଟେ ଜିଲ୍ଲା ଶ୍ରମ ଅଧିକାରୀ ଏକ ମୌଖିକ ଆଲୋଚନା ପାଇଁ ଅପରାହ୍ନରେ ଆମନ୍ତ୍ରଣ କରିଥିଲେ ।
ଆଲୋଚନାରେ ଜିଲ୍ଲା ସଭାପତି ଶଙ୍କର ସାହୁ, ଉପସଭାପତିଦନାର୍ଦନ ସେଠୀ, ଟିୟୁସିଆଇ ରାଜ୍ୟ କମିଟି ସଦସ୍ୟ ପି.ଯୋଗେନ୍ଦ୍ର, ନୀଳ ଭଉଳ,ରାଜେନ୍ଦ୍ର ସେଠି ଆଦି ଭାଗ ନେଇଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁକାର୍ଯ୍ୟସ୍ଥଳରେ ଆସନ୍ତାକାଲି ଠାରୁ ଯାଞ୍ଚ ହେବ ଯଥାସମ୍ଭବ ପଞ୍ଜିକରଣ କରି ପରିଚୟପତ୍ର ପ୍ରଦାନ କରାଯିବ ବୋଲି ଜଣାଇ ଘେରାଉ ନକରିବା ପାଇଁ ଅନୁରୋଧ କରିଛନ୍ତି । କିନ୍ତୁ ୟୁନିଅନ ପକ୍ଷରୁ କୁହାଯାଇଥିଲା ଯେଉଁ ଅଧିକାରୀ କାର୍ଯ୍ୟସ୍ଥଳୀରେ ରହି ଶ୍ରମିକଙ୍କକାର୍ଯ୍ୟ ଯାଞ୍ଚ କରିବେ, ସେ ଶ୍ରମିକ ମାନଙ୍କୁ ବୁଝାଇବା ଆବଶ୍ୟକ । ଶ୍ରମ ଅଧିକାରୀ ଓଶ୍ରମ ନୀରିକ୍ଷକଙ୍କ ବାର୍ତ୍ତାରେ ଶ୍ରମିକ ମାନଙ୍କ ଅସହମତି ହେଲେ ଆସନ୍ତା ୧୧ ନଭେମ୍ବର୨୦୨୦ରେ ନିଶ୍ଚିତ ଭାବେ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ ହେବ ବୋଲିଅରୁଣ ଏବଂ ନୀଳ ଭଉଳ ଜଣାଇଛନ୍ତି