28.1 C
Bhubaneswar
Friday, July 30, 2021

ସୀତାରାମଛକ ରେଳବାଇ ଅଣ୍ଡରପାସ୍ ରାସ୍ତା ମରଣଯନ୍ତା

Must read

ଜଟଣୀ,୨୪ା୨(ନି.ପ୍ର): ଜଟଣୀ ସୀତାରାମ ଛକ ରେଳବାଇ ଅଣ୍ଡରପାସ୍ ରାସ୍ତା ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି । କୁଦିଆରୀ ଗ୍ରାମରୁ ଜଣେ ସାମାଜିକ କର୍ମୀ ଶ୍ରୀନିବାସ ମଙ୍ଗରାଜ ଜଣାଇଛନ୍ତି,ରେଳବାଇ ଅଣ୍ଡରବି୍ରଜ୍ ରାସ୍ତାରେ ସର୍ବଦା ଜଳ ପ୍ରବାହିତ ହେଉଛି । ଅଣ୍ଡରବ୍ରିଜ୍ ଠାରୁ ତଳ ଏବଂ ରାସ୍ତାର ଉଭୟ ପାଶ୍ୱର୍ରେ ୨୦ ଫୁଟ ପର୍ଯ୍ୟନ୍ତ ଜମି ଖୋର୍ଦ୍ଧାରୋଡ଼ ରେଳବାଇର । ଏହି ସ୍ଥାନରେ ସବୁ ବେଳେ ମଇଳା ଜଳର
ସୂଅ ଛୁଟୁଛି । ରାସ୍ତାରେ ବଡ଼ ବଡ଼ ଗାଡ଼ ହୋଇଯାଇଛି ।

ଜଳ ଜମି ରହୁଛି । ଗାଡ଼ ଓ ଜଳ ଏକାକାର ହୋଇଯାଉଛି । ଲୋକ ଜାଣି ପାରୁ ନାହାନ୍ତି । ବାଇକ ସହ ପାଣି ଗାଡ଼ରେ ପଡ଼ୁଛନ୍ତି । ରାସ୍ତା ଉପରେ ଦିର୍ଘ ଦିନ ଧରି ଜଳ ଜମି ରହିବା ଯୋଗୁ ସିମେଣ୍ଟ କଂକି୍ରଟ ଛାଡ଼ିଯାଇଛି । ଗେଟି ଓ ଲୁହାଛଡ଼ ବାହାରି ପଡ଼ିଛି । ଜଟଣୀ ସହର ମୁଖ୍ୟ ରାସ୍ତାରେ ଥିବା ରେଳବାଇ ଅଣ୍ଡରପାସ୍ ରାସ୍ତାରେ ଯାତାୟତ କରୁଥିବା ଗାଡ଼ି ମୋଟର,ମୋ ବସ୍,ଟ୍ରକ ଏହି ସ୍ଥାନରେ ପଡ଼ି ଭାଙ୍ଗି ରୁଜି ଯାଉଥିବା ବେଳେ ପ୍ରତି ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।

ବାଇକରୁ ପଡ଼ି ଲୋକ ଖଣ୍ଡିଆ ଖାବରା ହେଉଛନ୍ତି । ଖୋର୍ଦ୍ଧାରୋଡ଼ ରେଳବାଇ ତା’ ଅଧିନରେ ଥିବା ଅଣ୍ଡରପାସ୍ ରାସ୍ତାକୁ ମରାମତି କରୁ ନଥିବା ବେଳେ ଅଣ୍ଡରପାସ୍ ରାସ୍ତାରେ ବାକୀ ଥିବା ରାସ୍ତାକୁ ରାଜ୍ୟ ସରକାର ମରାମତି କରୁନାହାନ୍ତି । ରାଜ୍ୟ ସରକାରଙ୍କ ଅଧିନରେ ଥିବା ଅଣ୍ଡରପାସ୍ ରାସ୍ତା ମଧ୍ୟ ଖାଇଯାଇଛି । ରାସ୍ତା ମଝିରେ ଗାଡ଼ ସୃଷ୍ଟି ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ନର୍ଦମା ଭାଙ୍ଗି ରୁଜି ଯାଇଛି । ଦୁଇଟି ବସ୍ ଓ ଅନ୍ୟାନ ଗାଡ଼ି ଏକ ସମୟରେ ରାସ୍ତାରେ ଅତିକ୍ରମ କରି ପାରୁ ନାହିଁ । ଅସାବଧାନ ହୋଇ ଗାଡ଼ି ମୋଟର ଚକ ନର୍ଦମା ମଧ୍ୟରେ ଗଳି ପଡ଼ୁଛି । ରାସ୍ତା ଜାମ୍ ହୋଇଯାଉଛି ।

ରାସ୍ତାରେ ପ୍ରତିଦିନ ନେତା,ସରକାରୀବାବୁ ଓ ଯନ୍ତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟତ କରୁଛନ୍ତି । କିନ୍ତୁ କାହା ଆଖିରେ ଏ ସବୁ ପଡ଼ୁ ନାହିଁ । ଆଗକୁ ପ୍ରସିଦ୍ଧ ହରିରାଜପୁରମେଳଣ ଆସୁଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ମେଳଣ ଦେଖିବା ପାଇଁ ହଜାର ହଜାର ଲୋକ ଆସିବେ । ମେଳଣ ପୁର୍ବରୁ ଖୋର୍ଦ୍ଧାରୋଡ଼ ରେଳ ପ୍ରଶାସନ ଏବଂ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ମରାମତି କରିବାକୁ ଶ୍ରୀ ମଙ୍ଗରାଜ ଏବଂ କୁଦିଆରୀ ଗ୍ରାମବାସୀ ଅନୁରୋଧ କରିଛନ୍ତି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article