32.1 C
Bhubaneswar
Friday, June 25, 2021

ବ୍ରହ୍ମପୁର ଚକବନ୍ଦୀ ଯୁଗ୍ମ କମିଶନରଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ଆର୍ଡିସିଙ୍କୁ ସ୍ମାରକପତ୍ର ।

Must read

ବ୍ରହ୍ମପୁର,୬/୧୧: ଗଞ୍ଜାମଜିଲ୍ଲାର ଜମିକୁ ଚକ ମୁକ୍ତ କରିବା ନିମନ୍ତେଏବଂ ବିଶେଷ ଭାବରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳରେ ଆସୁଥିବା ଶେରଗଡ଼ ତହସିଲ ଅନ୍ତର୍ଗତ ନରେନ୍ଦ୍ର ପୁରଅଧୀନରେ କିପରି ପ୍ରଜା ବା ଚାଷୀମାନେ ହଇରାଣ ହେଉଛନ୍ତି ତାର ଜଳନ୍ତଉଦାହରଣ । ୨ବର୍ଷ ହେଲା ଚାଷୀଚକବନ୍ଦୀ ଉଚ୍ଛେଦ ପାଇଁ ନବୀନ ନିବାସଠାରୁ ଆରମ୍ଭ କରି ରାଜସ୍ୱ ପରିଷଦ,ଅତିରିକ୍ତ ଜିଲ୍ଲାପାଳ, ବ୍ରହ୍ମପୁର(ଚକବନ୍ଦୀ),ଜିଲ୍ଲାପାଳ, ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ସଚିବତହସିଲଦାର ଶେରଗଡ଼, ମୁଖ୍ୟମନ୍ତ୍ରୀଙ୍କସଚିବ ସବୁ ଅଧିକାରୀ ମାନଙ୍କୁ ଗୁହାରିକରି ୩ ବର୍ଷରୁ ଅଧିକ ସମୟ ଅତିବାହିତ ହୋଇ ଯାଇଥିଲେ, ମଧ୍ୟ କେହିଗୁହାରି ଶୁଣୁ ନାହାନ୍ତି । ୩୪ ବର୍ଷ ପୂର୍ବେଚକବନ୍ଦୀ କାର୍ଯ୍ୟକାରୀ ହୋଇ ପଟା ପ୍ରଦାନକରାଯାଇ ଥିଲା ।

ସଂପୃକ୍ତ ଚକ ଅନୁସାରେପ୍ରସ୍ତାବିତ ପଟା ଅନୁଯାଇ ଏହା କୌଣସିପ୍ରଜା ଦଖଲ କରି ପାରି ନାହାଁନ୍ତି ।ଏଠାରେ ଏହା ସମ୍ପୃଣ ବିଫଳ ହୋଇଛି । ତେଣୁ ଚକବନ୍ଦୀ ଉଚ୍ଛେଦ କରିବା ପାଇଁଆଜି ବିଜେପିର ପୂର୍ବତନ ରାଜ୍ୟ ସମ୍ପାଦକଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଦକ୍ଷିଣାଞ୍ଚଳରାଜସ୍ୱ କମିଶନରଙ୍କୁ ସ୍ମାରକ ପତ୍ର ପ୍ରଦାନକରିଥିଲେ । ୨ୟ ଦାବିଟି ହେଉଛି ଓଡ଼ିଶାରାଜସ୍ୱ ପରିଷଦ କଟକ ଅଧୀନରେବ୍ରହ୍ମପୁର ଓ ତାର ଏହି ଅଞ୍ଚଳରେ ଜିଲ୍ଲାସମୂହର ସୁବିଧା ନିମନ୍ତେ ଦୀର୍ଘ ୩୦ବର୍ଷରୁ ଅଧିକ ହେଲା ରାଜସ୍ୱ କମିଶନରଙ୍କଶାଖା ହିସାବରେ ଏକ ଯୁଗ୍ମ କମିଶନରଅଦାଲତ ଆରମ୍ଭ ହୋଇଥିଲା । ରାଜସ୍ୱବିଭାଗର ସର୍ଭେ ବନେ୍ଦାବସ୍ତ ଓ ଚକବନ୍ଦୀ କାର୍ଯ୍ୟର ତ୍ରୁଟି ଅସୁବିଧାକୁ ଦୃଷ୍ଟିରେ ରଖିପ୍ରଜାକୁ ଏହି ଅଦାଲତର ଆଶ୍ରୟ ନେବାକୁପଡୁଛି । ଦୁଃଖ ଓ ପରିତାପର ବିଷୟଏହିକି ଯେ ହଜାର ହଜାର ମୋକଦ୍ଦମାଦୀର୍ଘ ଦିନ ହେଲା ପଡି ରହିଛି । ଏହିଭଳିକି ଗତ ୧୦ ବର୍ଷରୁ ଅଧିକ ସମୟହେବ ଦାୟର ହୋଇଥିବା କେତକ ମୋକଦ୍ଦମା ମଧ୍ୟ ଫାଇସଲ ହୋଇପାରିନାହିଁ । ଏହି ଭଳି ଦୟନୀୟପରିସ୍ଥିତିରେ ଦୀର୍ଘ ୨ ବର୍ଷ ହେବାରୁ ଏହିଅଦାଲତ ଅଚଳ ଓ ସ୍ଥାନୁ ହୋଇ ପଡ଼ିଛି ।

ଗତ ୨୦୧୯ ମସିହା ଫେବୃଆରୀ ମାସରେ ଯୁଗ୍ମ କମିଶନର ଗଙ୍ଗାରାମପ୍ରଧାନ ଅବସର ଗ୍ରହଣ କରିବା ପରେବର୍ତ୍ତମାନ ପର୍ଯ୍ୟନ୍ତ ସଂପୃକ୍ତ ପଦବୀ ଖାଲିପଡ଼ିଛି । ଅଦାଲତ ଅଚଳ ଅବସ୍ଥାରେରହିଛି ଏବଂ ଏହି ଅଞ୍ଚଳ ଗଞ୍ଜାମ ଜିଲ୍ଲାସମେତ ଏକାଧିକ ଜିଲ୍ଲା ପ୍ରଜାଙ୍କଆର୍.ଓ. ଆର୍ (ପଟା) ତଥା ଚକବନ୍ଦୀଓ ବନ୍ଦୋବସ୍ତ କର୍ମଚାରୀଙ୍କ ଦ୍ୱାରାହୋଇଥିବା ତ୍ରୁଟିକୁ ସଂଶୋଧନ ହୋଇନପାରି ଲୋକ ହନ୍ତସନ୍ତ ହେଉଛନ୍ତି ।ଗତ ମାର୍ଚ୍ଚ ୨୦୧୯ ଠାରୁ ଆଜି ପର୍ଯ୍ୟନ୍ତଏକା ଧିକ ଅଧିକାରୀଙ୍କୁ ନିଯୁକ୍ତି ଏବଂବଦଳି ହୋଇଥିଲେ ମଧ୍ୟ କେହି ଯୋଗଦାନ କରୁନାହାନ୍ତି । କେତେକ ଆସିଅଳ୍ପ ଦିନ ରହି ତତସମ୍ବଧୀୟ କୌଣସିକାର୍ଯ୍ୟ ଆରମ୍ଭ ନକରି ବଦଳି ହୋଇଚାଲି ଯାଉଛନ୍ତି । ଏଣୁ ହଜାରହଜାର ପ୍ରଜାଙ୍କ ସ୍ୱାର୍ଥ ଏବଂ ସୁବିଧା ପାଇଁସରକାର ତୁରନ୍ତ ପଦକ୍ଷେପ ନେଇ ଏକସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁଜନସାଧାରଣ, ପ୍ରଜାବୃନ୍ଦ, ବୁଦ୍ଧିଜୀବୀଏବଂ ଚକବନ୍ଦୀ ଉଚ୍ଛେଦ ସଂଘର୍ଷ ସମିତିରଅ ।ବାହକ ଶ୍ରୀକାନ୍ତ ପାଢ଼ୀ ଏବଂ ସମସ୍ତକର୍ମକର୍ତ୍ତା ଗଣ ଦାବୀ କରିଛନ୍ତି । ରାଜସ୍ୱ କମଶନରଙ୍କୁ ସ୍ମାରକ ପତ୍ର ପ୍ରଦାନସମୟରେ ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେଶ୍ରୀକାନ୍ତ ପାଣିଗ୍ରାହୀ, ଅରୁଣ ପାଠୀ, ପ୍ରଶାନ୍ତପାଣିଗ୍ରାହୀ, ସନ୍ତୋଷ ପାଢ଼ୀ, ଲଡୁପାଣିଗ୍ରାହୀ, ଦଣ୍ଡପାଣି ପାଢ଼ୀ, ସୁଦର୍ଶନପାଣିଗ୍ରାହୀ ଏବଂ ବହୁ ସଂଖ୍ୟକ ପ୍ରଜାସାମିଲ୍ ହୋଇଥିଲେ । କମିଶନରସରକାରଙ୍କୁ ଏହି ବିଷୟରେ ଅବଗତକରାଇବା ପାଇଁ କହିଲେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article