ଭୁବନେଶ୍ୱର,୬ ।୧୧:ଶ୍ରୀଜଗନ୍ନାଥଧାମ ପୁରୀର ବିକାଶ ପାଇଁବ୍ୟାପକ ଯୋଜନା ଚାଲିଥିବାବେଳେ ଶ୍ରୀମନ୍ଦିର ସମ୍ପତ୍ତି ସୁରକ୍ଷା ପ୍ରସଙ୍ଗରେଏବେ ଦାବି ଜୋର ଧରୁଛି । ଶ୍ରୀମନ୍ଦିର ଚାରିପଟର ସୌନ୍ଦର୍ଯ୍ୟକରଣ ସହିତମନ୍ଦିର ଭିତରର ସୁରକ୍ଷା ଓ ନୀତିକାନ୍ତିର ଶୃଙ୍ଖଳା ଉପରେ କର୍ତ୍ତୃପକ୍ଷ ବିଶେଷଗୁରୁତ୍ୱ ଆରୋପ କରୁଛନ୍ତି । ଏମିତିକିଶ୍ରୀମନ୍ଦିରର ପ୍ରମୁଖ ଦ୍ୱାରଗୁଡିକର ରୂପାଛାଉଣି ଲାଗି ବି କାର୍ଯ୍ୟ ଆରମ୍ଭ ହୋଇଛି । ଏ ପରିପ୍ରେକ୍ଷୀରେ କିଛିବର୍ଷ ତଳେଏମାର ମଠର ଏକ ପରିତ୍ୟକ୍ତକୋଠରୀରୁ ବିପୁଳ ପରିମାଣର ରୂପାଇଟା ଉଦ୍ଧାର ହୋଇଥିବାବେଳେ ସେହିଇଟାର ବ୍ୟବହାର ଘେନି କିନ୍ତୁ ଏଯାବତ୍କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏଦିଗରେ ତୁରନ୍ତ ଆଇନ୍ଗତ ପ୍ରକ୍ରିୟାସମାପନ କରି ଉଦ୍ଧାର କରାଯାଇଥିବାବିପୁଳ ପରିମାଣର ରୂପା ଇଟାଗୁଡିକୁଠିକଣା ଭାବେ ବ୍ୟବହାର କରିବାକୁଜଗନ୍ନାଥପ୍ରେମୀମାନେ ମତବ୍ୟକ୍ତକରୁଛନ୍ତି । ସେହିପରି ରାଜ୍ୟ ଭିତରେଓ ବାହାରେ ବନେ୍ଦାବସ୍ତ ରେକର୍ଡମୁତାବକ ଶ୍ରୀମନ୍ଦିରର ୬୦,୪୦୦ଏକରରୁ ଅଧିକ ଜମି ଏଯାବô ଚିହ୍ନିତହୋଇଛି ।
ତେବେ ଏଥି ମଧ୍ୟରୁ୨୦ହଜାର ଏକରରୁ ଅଧିକ ଜମିରସଂଶୋଧିତ ସତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନାହିଁ । ଏହି ଭୂସମ୍ପତ୍ତିରୁଅଧିକାଂଶ ଜବରଦଖଲରେ ରହିଛି ।ଆଉ କେତେକ ସ୍ଥଳରେ ରେକର୍ଡରେବି ତ୍ରୁଟି ଥିବା ଘେନି ଅଭିଯୋଗ ହେଉଛି । ଏ ପରିପ୍ରେକ୍ଷୀରେ ଶ୍ରୀମନ୍ଦିରର ସମସ୍ତଭୂସମ୍ପତ୍ତି ସୀମିତ ସମୟ ମଧ୍ୟରେ କିଭଳିମନ୍ଦିର ପ୍ରଶାସନ ହାତକୁ ଆସିପାରିବଏବଂ ଏହି ଜମିରୁ ମନ୍ଦିରକୁ ପର୍ଯ୍ୟାପ୍ତପରିମାଣର ରାଜଭାଗ ପ୍ରାପ୍ତ ହେବ ସେଦିଗରେ ତହସିଲୱାରୀ ବ୍ୟବସ୍ଥା କରିବାକୁମଧ୍ୟ ମତପ୍ରକାଶ ପାଉଛି । ଶ୍ରୀମନ୍ଦିର ଭିତରରତ୍ନଭଣ୍ଡାର ୧୯୭୮ମସିହାରେଖୋଲାଯାଇଥିଲା । ଇତି ମଧ୍ୟରେ୪୨ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ଏହି ରତ୍ନଭଣ୍ଡାରଖୋଲାଯାଉନାହିଁ ।
କେତେବେଳେ ·ବିହଜିଛି ତ ଆଉ କେତେବେଳେ ଅନ୍ୟକୌଣସିଆଳ ଦେଖାଇ ରତ୍ନଭଣ୍ଡାରଖୋଲି ସେଠାରେ ଥିବା ସମ୍ପତ୍ତିରଠିକଣା ଆକଳନ କରାଯାଉନଥିବାରୁବିଭିନ୍ନ ମହଲରେ ସନେ୍ଦହର ସୂତ୍ରପାତହେବା ସ୍ୱାଭାବିକ । ଏଠାରେଉଲ୍ଲେଖନୀୟ ଯେ ଶ୍ରୀମନ୍ଦିର ଭିତରରତ୍ନଭଣ୍ଡାରର ·ବି ହଜିଛି ବୋଲିଜଣାପଡିବା ପରେ ଏହାର ତଦନ୍ତ ଲାଗିଜଣେ ଅବସରପ୍ରାପ୍ତ ହାଇକୋର୍ଟବି·ରପତିଙ୍କୁ ଦାୟିତ୍ୱ ଦିଆଯାଇଥିଲାଏବଂ ଏହି କମିଶନରେ ପ୍ରାୟ୨୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେବି ରତ୍ନଭଣ୍ଡାର ଖୋଲିବା ଘେନି କିଛିଫଳ ମିଳିନଥିଲା । ଅନ୍ୟ ପକ୍ଷରେରତ୍ନଭଣ୍ଡାର ·ବି ପରବର୍ତ୍ତୀ ସମୟରେପୁରୀ ଜିଲ୍ଲାପାଳଙ୍କ ରେକର୍ଡରୁମ୍ରୁମିଳିଥିବା କୁହାଯାଇଥିଲା ।
୧୯୭୮ମସିହାରେ କରାଯାଇଥିବା ସୁମାରିଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେସେତେବେଳେ ୧୨,୮୩୧ ଭରିଅଣାଏ ଓଜନର ସୁନା ଅଳଙ୍କାର ଓଅନ୍ୟାନ୍ୟ ସାମଗ୍ରୀ ଏବଂ୨୨,୧୫୩ ଭରି ରୂପା ବାସନ,ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷଥିଲା । ଏହାଛଡା ଆଉ ୧୪ଟି ସୁନାଓ ରୂପା ଜିନିଷ ଓଜନ କରାଯାଇପାରିନଥିଲା । ଏହି ସୁନା ରୂପାଅଳଙ୍କାର ମଧ୍ୟରେ ବି ଅନେକମୂଲ୍ୟବାନ ପଥର ରହିଥିଲା ।ତେବେ ୪୨ବର୍ଷ ମଧ୍ୟରେ ବିଭିନ୍ନସମୟରେ ଭକ୍ତମାନେ ଦେଇଥିବା ବ୍ୟାପକ ଦାନ ଦୃଷ୍ଟିରୁ ରତ୍ନଭଣ୍ଡାରରସାମଗ୍ରୀ କେତେ ବଢିଛି ଏବଂ ପୂର୍ବରୁସୁମାରି କରାଯାଇଥିବା ସାମଗ୍ରୀଗୁଡିକକିଭଳି ସୁରକ୍ଷିତ ରହିଛି ତାହାଶ୍ରୀମନ୍ଦିର ଆଇନ ଅନୁଯାୟୀ ନିୟମିତବ୍ୟବଧାନରେ ତନଖି କରିବାଲାଗିମତପ୍ରକାଶ ପାଉଛି