32.1 C
Bhubaneswar
Friday, June 25, 2021

ବିଜେଡିରୁ ପୂର୍ବତନ ବିଧାୟକ ନିଲମ୍ବିତ ।

Must read

ବାଲେଶ୍ୱର,୬/୧୧: ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି ।ଏନେଇ ଜୀବନ ପ୍ରଦୀପ ଦାଶ ନିଜ ପ୍ରତିକ୍ରିୟା ରଖିକହିଛନ୍ତି ଯେ, ଏ ସମ୍ପର୍କରେ ସେ ଆନୁଷ୍ଠାନିକ ଭାବେ କିଛି ସୂଚନା ପାଇନାହାନ୍ତି । ଯଦି ଏପରି କାର୍ଯ୍ୟାନୁଷ୍ଠାନ ହୋଇଥାଏ, ତାହେଲେ ଯେଉଁ ଅଭିଯୋଗ ସେଥିରେ ଦର୍ଶାଯାଇଛି,ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ସେ ସଫେଇ ଦେଇଛନ୍ତି ।

ଆସନ୍ତା କାଲିସେ ସାମ୍ବାଦିକ ସମ୍ମିଳନୀ ଡକାଇ ସବୁ ସୂଚନା ଦେବେ ବୋଲି କହିଛନ୍ତି ।ସୂଚନାଯୋଗ୍ୟ, ଚଳିତ ଉପନିର୍ବାଚନରେ ଜୀବନ ପ୍ରଦୀପ ଦାଶ ପୁଣିଥରେ ବିଜେଡି ପ୍ରାର୍ଥୀ ହେବା ନେଇ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ରଜେନାଙ୍କ ସହ ତାଙ୍କର କନ୍ଦଳ ଲାଗିରହିଥିଲା । ପରେ ଏହି ବିବାଦ ଥମିବାର ନାଁଧରିନଥିଲା ।

ଶେଷରେ ଦଳ ଏହି ଆସନରୁ ଜଣେ ପୂର୍ବତନ କାଉନସିଲରଙ୍କୁ ଟିକେଟ ଦେଇଥିଲା । ଗତ ମଙ୍ଗଳବାର ସଦର ଆସନ ପାଇଁ ଉପର୍ନିବାଚନ ଶେଷ ହୋଇଛି ।ଏଥିରେ ଜୀବନ ଦଳବିରୋଧୀ କାମ କରିଥିବା ଦଳୀୟ ସୁପ୍ରିମୋଙ୍କ କାନରେ ପକାଯାଇଥିଲା । ଆଜି ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ସୂଚନା ଆଯାଇଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article