ଭୁବନେଶ୍ୱର,୬/୧୧: ଆସନ୍ତା ୨୦ତାରିଖରେ ଓଡିଶାବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବାକୁ ଯାଉଥିବାରୁ ଅଗ୍ରାଧିକାର ଭିତ୍ତିରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛିା ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକୁ ଜୋରଦାର କରିଛନ୍ତି ।ତେବେ କୋଭିଡ ମହାମାରୀ ଏ କ୍ଷେତ୍ରରେ ଏକଆହ୍ୱାନ ହୋଇଛି । ଚଳିତବର୍ଷ ମାର୍ଚ୍ଚ ୨୦ ତାରିଖରୁ ରାଜ୍ୟସରକାର କୋଭିଡ ସହ ଲଢୁଥିବାବେଳେ ଆହୁରି କିଛିଦିନଏହା ଜାରି ରହିବ । ରାଜ୍ୟ ସରକାର ଏବେ କୋଭିଡପରିଚାଳନା ସହିତ ଲୋକଙ୍କ ଜୀବନ ଜୀବିକାକୁ ଅଗ୍ରାଧିକାରଦେଉଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ନିଜ ନିଜ ଆବଶ୍ୟକତା ଦର୍ଶାଇବାକୁ ସମସ୍ତ ସଚିବଙ୍କୁ କୁହାଯାଇଛି ।ପବ୍ଲିକ ଫାଇନାନ୍ସସିଆଲ ମ୍ୟାନେଜମେଣ୍ଟ (ପିଏଫ୍ଏମ୍)ସଂସ୍କାରର ଅଂଶ ଭାବେ ରାଜ୍ୟ ସରକାର ୨୦୨୦-୨୧ବର୍ଷର ବଜେଟ୍ ନୂତନ ଭାବେ ପ୍ରସ୍ତୁତ କରିଛନ୍ତି । ସେହିଆଧାରରେ ଅତିରିକ୍ତ ବଜେଟ୍ ପ୍ରସ୍ତୁତହେବ । ସୂଚନା ଅନୁଯାୟୀ କୋଭିଡମହାମାରୀ ଯୋଗୁଁ ବିଶ୍ୱ ଅର୍ଥନୀତି୨୦୨୦-୨୧ ବର୍ଷରେ -୪.୯ପ୍ରତିଶତ ରହିବାର ଆକଳନ କରାଯାଉଥିବାବେଳେ ଚଳିବର୍ଷର ପ୍ରଥମାର୍ଦ୍ଧରେ ଏହାର ନକରାତ୍ମକ ପ୍ରଭାବ ପଡିବ । ତେବେ ୨୦୨୧ବର୍ଷରେ ବିଶ୍ୱରେ ଅଭିବୃଦ୍ଧି ହାର୫.୪ ପ୍ରତିଶତ ରହିବାର ଆକଳନ ହୋଇଛି । ଆଇଏମ୍ଏଫ୍ମଧ୍ୟ ଭାରତର ଅର୍ଥନୀତି ୪.୫ ପ୍ରତିଶତ ବୃଦ୍ଧି ପାଇବା ସହିତ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୬ ପ୍ରତିଶତକୁ ବୃଦ୍ଧିପାଇପାରେ ବୋଲି କହିଛି ।ତେବେ କୋଭିଡ ମହାମାରୀ ଯୋଗୁଁ ୨୦୨୦-୨୧ ବର୍ଷରେ ଓଡିଶାର ଅର୍ଥନୀତି ଏକ ରୁ ଦୁଇପ୍ରତିଶତ ସଙ୍କୁଚିତ ହେବାର ଆକଳନ କରାଯାଉଥିବାବେଳେ୨୦୨୧-୨୨ ବର୍ଷରେ କିନ୍ତୁଏହା ୭ ପ୍ରତିଶତ ଅଭିବୃଦ୍ଧି ଆକଳନ ହୋଇଛି । ରାଜ୍ୟ ସରକାର ଏବେ ଉଭୟ ରାଜ୍ୟ ଓବ୍ୟକ୍ତିଗତ ସ୍ତରରେ ଅର୍ଥନୀତି ସୁଧାରିବା ଉପରେ ଗୁରୁତ୍ୱଦେଉଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କୃଷକ, ମିଶନଶକ୍ତିଓ ସ୍ୱୟଂ ସହାୟକ ଗୋଷ୍ଠି ଏବଂ ଏମ୍ଏସ୍ଏମ୍ଇକୁ ସହାୟତା ଯୋଗାଇଦେବା ଉପରେ ଜୋର ଦେଇଛନ୍ତି । ଏହାକୁ ଦୃଷ୍ଟିରେରଖି ଅତିରିକ୍ତ ବଜେଟ୍ ପ୍ରସ୍ତୁତ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।ବିଭିନ୍ନ ବିଭାଗର ବ୍ୟୟକୁ ସମୀକ୍ଷା କରାଯିବା ସହିତ ସେହି ଆଧାରରେ ଅର୍ଥ ବରାଦ କରାଯିବ । କରୋନା ମହାମାରୀ ଯୋଗୁଁବହୁ ବିଭାଗର ବ୍ୟୟ ହ୍ରାସ ପାଇଛି । ଏପ୍ରିଲ୍ ରୁ ସେପ୍ଟେମ୍ବର ମଧ୍ୟରେପାଖାପାଖି ୪୩ହଜାର କୋଟି ଟଙ୍କା ବ୍ୟୟ ହୋଇଛି ଯାହାକି ପୂର୍ବବର୍ଷ ତୁଳନାରେ କମ୍ । ତେବେ ରାଜ୍ୟ ସରକାର ସ୍ଥାୟୀ ସମ୍ପତ୍ତି ଏବଂ ଭିତ୍ତିଭୂମିଲାଗି ପୁଞ୍ଜି ବ୍ୟୟ ଉପରେ ଜୋର ଦେଉଛନ୍ତି । ଅନ୍ୟ ପକ୍ଷରେ ଅବଢାଯୋଜନାରେ ପୁରୀ ଓ ଏକାମ୍ର କ୍ଷେତ୍ରର ବିକାଶ ଭଳି ପ୍ରକଳ୍ପକୁ ମଧ୍ୟ ଅତିରିକ୍ତବଜେଟ୍ରେ ଗୁରୁତ୍ୱ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି