ବାଲେଶ୍ୱର,୨୪ା୨(ନି.ପ୍ର): ‘ସିଫୁଡ ଏକ୍ସପୋର୍ଟର୍ସ ଆସୋସିଏସନ ଅଫ ଇଣ୍ଡିଆ’ର ଓଡ଼ିଶା ଶାଖା, ଓଡ଼ିଶା ଆକ୍ୱାଟିକ୍ ଫିଡ୍ ଡିଲର୍ସ ଆସୋସିଏସନ୍ ଏବଂ ‘ଓଡ଼ିଶା ସ୍ରିମ୍ପ ଫାର୍ମାର୍ସ ଆସୋସିଏସନ’ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଚାଲିଛି ତିନିଦିନିଆ ‘ଆକ୍ୱା ଏକ୍ସପୋ’ ଏବଂ ‘ଆକ୍ୱା ଟ୍ରେଡ୍ ଫେୟାର’ । ଉତର ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଚାଷୀ ଏଥିିରେ ଯୋଗଦେଇ ଉନ୍ନତ ପ୍ରଣାଳୀରେ ଅଧିକ ଅମଳକ୍ଷମ ମତ୍ସ୍ୟ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ନେଉଛନ୍ତି । ପ୍ରତ୍ୟେକ ଦିନ ଅନୁଷ୍ଠିତ ହେଉଥିବା ସଚେତନତା କାର୍ଯ୍ୟକ୍ରମରେ ମତ୍ସ୍ୟଚାଷର ଆଧୁନିକ ଜ୍ଞାନ କୌଶଳ ପ୍ରୟାଗ ସମ୍ପର୍କରେ ବିଶେଷଜ୍ଞମାନେ ପ୍ରଶିକ୍ଷଣ ଦେଉଛନ୍ତି । ଏହି ମେଳା ମତ୍ସ୍ୟଚାଷ ପାଇଁ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହୋଇଥିବା ବେଳେ ପ୍ରତ୍ୟେକ ଚାଷୀ ଏହାର ସୁଯୋଗ ନେବା ଉଚିତ ବୋଲି କେତେକ ଚାଷୀ ପ୍ରକାଶ କରିଛନ୍ତି । ପୂର୍ବରୁ ଗ୍ରାମାଞ୍ଚଳର ଚାଷୀମାନେ ବିନା ଜ୍ଞାନ କୌଶଳରେ ଚିଙ୍ଗୁଡ଼ି ଓ ମାଛ ଚାଷ କରି କ୍ଷତି ସହୁଥିଲେ ।
ମାତ୍ର ବିଭିନ୍ନ କମ୍ପାନିଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ, ଔଷଧ, ଭିଟାମିନ୍ର ବ୍ୟବହାର ସମ୍ପର୍କରେ ଜାଣିବା ପରେ ସମ୍ପ୍ରତି ଚିଙ୍ଗୁଡ଼ି ଚାଷ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ଦେଖାଦେଇଛି । ତେବେ ସହରରେ ଏହି ମେଳା ଆୟୋ ଜନରେ ଓଡ଼ିଶାର ଉପକୂଳ ଜିଲ୍ଲାର ଗ୍ରାମାଞ୍ଚଳମାନଙ୍କରେ ରହୁଥିବା ସଂଖ୍ୟାଧିକ ଚାଷୀ ବିଶେଷ ଉପକୃତ ହୋଇ ପାରୁନଥିବା କେତେକ ଚାଷୀ ଆରୋପ କରିଛନ୍ତି । ସହର ପରିବର୍ତେ ଉପକୂଳ ଗ୍ରାମାଂଚଳରେ ଏହିଭଳି ମେଳା ଆୟୋଜନ କଲେ ଚାଷୀ ବିଶେଷ ଉପକୃତ ହୋଇପାରିବେ ବୋଲି ସେମାନେ କହିଛନ୍ତି । ଏହି ମେଳା ଆୟୋଜନର ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଥିବା ଆକ୍ୱାଟିକ୍ ଫିଡ ଡିଲର୍ସ ଆସୋସିଏସନର ସଭାପତି ତଥା ଆୟୋଜକ କମିଟି ଅଧ୍ୟକ୍ଷ ପ୍ରଭାରଂଜନ ପଟ୍ଟନାୟକ ମେଳାର ସଫଳତାକୁ ନେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମତ୍ସ୍ୟଚାଷରେ ଉତ୍ପାଦନ ବୃଦ୍ଧି ସାଙ୍ଗକୁ ସହଜ ର ପ୍ତାନୀ ପାଇଁ ଜ୍ଞାନକୌଶଳ ବୃଦ୍ଧିରେ ଏହି ମେଳା ବେଶ ସହାୟକ ହୋଇପାରିଛି ବୋଲି ସେ ମତ ପ୍ରକାଶ କରିଥିଲେ ।
ସାମ୍ପ୍ରତିକ ସ୍ଥିତିରେ ଚିଙ୍ଗୁଡ଼ି ଚାଷକୁ ଶିଳ୍ପର ମାନ୍ୟତା ମିଳିଥିବା ବେଳେ ଉତ୍ପାଦନ କରୁଥିବା ଚାଷୀ, ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥିବା ଫିଡ୍ସ, ଔଷଧ ଓ ବ୍ୟବହୃତ ଆନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନି ଏବଂ ଉତ୍ପାଦିତ ମାଛର ବିକ୍ରୟ ଦାୟିତ୍ୱ ନେଇଥିବାଏକ୍ସପୋର୍ଟର୍ସମାନଙ୍କ ମଧ୍ୟରେ ଉତମ ସମନ୍ୱୟ ସୃଷ୍ଟିରେ ଏହି ମେଳା ଏକ ସେତୁ ହୋଇପାରିଛି ବୋଲି ଶ୍ରୀ ପଟ୍ଟନାୟକ କହିଥ ିଲେ । ବାଲେଶ୍ୱରରେ ଆକ୍ୱା ମେଳା ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆୟୋଜକ କମିଟିର ସହ- ସମ୍ପାଦକ ଯୁବ ଉଦ୍ୟୋଗୀ ସଂଗ୍ରାମ ଦାସ ମେଳାର ସଫଳତାକୁ ନେଇ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।
ଓଡ଼ିଶାରେ ଚିଙ୍ଗୁଡ଼ି ତଥା ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହିତ କରିବା ଉଦେ୍ଦଶ୍ୟରେ ପ୍ରତି ଦୁଇବର୍ଷରେ ଆୟୋଜିତ ହେଉଥିବା ଏହି ମେଳାରେ ନୂତନ ଜ୍ଞାନ କୌଶଳ, ପ୍ରଯୁକ୍ତି ବିଦ୍ୟା, ଔଷଧୀୟ ରୋଗ ନିରାକରଣ, ଉନ୍ନତ ମାନର ଜାଆଁଳ ପ୍ରସ୍ତୁତି ଏବଂ ଉତ୍ପାଦିତ ମସô୍ୟର ପ୍ରୋସେସିଂ ଓ ବିକ୍ରୟ ସ ମ୍ବନ୍ଧୀୟ ତଥ୍ୟର ଆଦାନ ପ୍ରଦାନ ହୋଇପାରୁଛି ବୋଲି ଶ୍ରୀ ଦାସ କହିଛନ୍ତି । ଓଡ଼ିଶାରେ ବର୍ଷକୁ ଚିଙ୍ଗୁଡ଼ି ର ପ୍ତାନୀ ୩ ହଜାର ମେଟ୍ରିକ୍ ଟନ୍ରୁ ବୃଦ୍ଧି ପାଇ ୭୦ ହଜାର ମେଟ୍ରିକ୍ ଟନ୍ ରେ ପହଞ୍ଚିବା କ୍ଷେତ୍ରରେ ଏହି ଏକ୍ସପୋ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଛି ବୋଲି ସେ କହିଥିଲେ । ଏକ୍ସପୋରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଉଦ୍ୟୋଗୀ ଓ କମ୍ପାନିଙ୍କୁ ସ ମ୍ବର୍ଦ୍ଧିତ କରାଯାଇଥିଲା ।
ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଏକ୍ୱା ଏକ୍ସେପୋ ଆୟୋଜନ କମିଟିର ଅଧ୍ୟକ୍ଷ ତଥା ଓଡ଼ିଶା ସ୍ରିମ୍ପ ଫାର୍ମାର୍ସ ଆସୋସିଏସନର ସଭାପତି ସଂଜୟ ମହାନ୍ତି ଅଧ୍ୟକ୍ଷତା କରିବା ସହିତ ଭାରତରେ ଚିଙ୍ଗୁଡ଼ି ଚାଷର ଭବିଷ୍ୟତ ଓ ଚାଷୀମାନଙ୍କ ନିମନ୍ତେ ଆଗାମୀ ନୂତନ ଚାଷର ପ୍ରଣାଳୀ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆକ୍ୱାଟିକ୍ ଫିଡ୍ ଡିଲର୍ସ ଆସୋସିଏସନ୍ର ସଭାପତି ତଥା ଆୟୋଜନ କମିଟିର ଚେୟାରମ୍ୟାନ୍ ଶ୍ରୀ ପଟ୍ନଟ୍ଟକ, କାର୍ଯ୍ୟକାରୀ ସମ୍ପାଦକ ସଂଗ୍ରାମ ଦାସ, ଆବାହକ, ଅଭୟ ମହାପାତ୍ରଙ୍କ ସମେତ ମଇନୁଲ ଇସଲାମ, ପ୍ରଶାନ୍ତ ସାହୁ, ପ୍ରକାଶ ମହାନ୍ତି, ଜ୍ଞାନରଞ୍ଜନ ଦାସ, ବିରଞ୍ଚି ନାରାୟଣ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହି ପ୍ରଦର୍ଶନୀର ଶ୍ରେଷ୍ଠ ଷ୍ଟଲମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏଥି ସହିତ ସମସ୍ତ ଅଂଶଗ୍ରହଣକାରୀ ଷ୍ଟଲମାନଙ୍କୁ ମୋମେଣ୍ଟ ଦେଇ ସ ମ୍ବର୍ଦ୍ଧିତ କରାଯାଇଥିଲା । ଏହି ମେଳା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା
ଦିଆଯାଇଛି