26 C
Bhubaneswar
Sunday, September 27, 2020

ରାଜନୈତିକ ଅସହିଷ୍ଣୁତା

Must read

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ବିଶ୍ୱର ଏହି ଶକ୍ତିଶାଳୀ ନେତା କେତେକ କାରଣରୁ ଅବଶ୍ୟ ବିବାଦୀୟ । ପ୍ରେସିଡେଣ୍ଟ ନିର୍ବାଚନ ପୂର୍ବରୁ ତାଙ୍କର ଉତ୍ସୃଙ୍ଖଳ
ଯୌନଜୀବନ, ନିର୍ବାଚନରେ ବିଦେଶୀ ରାଷ୍ଟ୍ରର ହସ୍ତକ୍ଷେପ ପରି ଅଭିଯୋଗ ଏବଂ ନିଜର ବହୁ ବରିଷ୍ଠ
ସହଯୋଗୀମାନଙ୍କୁ ସାଙ୍ଗରେ ନେଇ ଚାଲିନପାରିବା ଭଳି ସମସ୍ୟା ତାଙ୍କର ରହିଛି । ତେବେ ଏସବୁ
ହେଲା ଯୁକ୍ତରାଷ୍ଟ୍ର ଆମେରିକାର ନିଜସ୍ୱ ସମସ୍ୟା । ଏହି ସବୁ ଅଭିଯୋଗକୁ ନେଇ ଅଳ୍ପଦିନ ତଳେ ତାଙ୍କ
ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ କାଟ୍ ଖାଇଯାଇଛି । ରାଜନୀତିରେ ଅଭିଯୋଗଗୁଡ଼ିକ କାଟ୍
ଖାଇଗଲା ପରେ ବାରମ୍ବାର ସେଗୁଡ଼ିକର ପୁନରାବୃତ୍ତି କରିବା ମୂଲ୍ୟହୀନ । ଲକ୍ଷଣୀୟ ବିଷୟ ଏହି କି
ଯୁକ୍ତରାଷ୍ଟ୍ର ଆମେରିକାରେ ଟ୍ରମ୍ପଙ୍କ ପ୍ରଭାବ କ୍ଷୁଣ୍ଣ ହୋଇନାହିଁ । ବିଶ୍ୱ କୂଟନୀତିରେ ଆମେରିକାର ପ୍ରତିପତ୍ତି
କମିନାହିଁ । ଆମେରିକାର ବୈଦେଶିକ ନୀତିରେ କୌଣସି ପରିବର୍ତ୍ତନ ଆସିନାହିଁ । ଯେତେ ବିବାଦୀୟ
ହେଲେ ବି ଟ୍ରମ୍ପଙ୍କ ପ୍ରଭାବ, ପ୍ରତିପତ୍ତି ଓ କ୍ଷମତା ଆଗରେ ସମଗ୍ର ବିଶ୍ୱ ନିଷ୍ପ୍ରଭ । ଖାଲି ସେତିିକି ନୁହେଁ
ଯୁକ୍ତରାଷ୍ଟ୍ର ଆମେରିକାର ସହଯୋଗ, ସମର୍ଥନ ଓ ସାହାଯ୍ୟ ପାଇବା ପାଇଁ ସତେ ଯେପରି ସମଗ୍ର ବିଶ୍ୱ
ବ୍ୟାକୁଳ । ଏହି ବିବାଦୀୟ ବ୍ୟକ୍ତିତ୍ୱ ଜଣକ ସହଜରେ ବିଦେଶ ଗସ୍ତରେ ଯିବାକୁ ଇଚ୍ଛା କରିନଥାନ୍ତି ।
ନିଜର ଶାସନକାଳ ମଧ୍ୟରେ ଏପର୍ଯ୍ୟନ୍ତ ମାତ୍ର ସେ ୧୮ଟି ଦେଶକୁ ଗସ୍ତରେ ଯାଇଛନ୍ତି । ଆମ ପଡ଼ୋଶୀ
ପାକିସ୍ତାନ ତାଙ୍କ ଭାରତ ଗସ୍ତ ସମୟରେ ଅଳ୍ପ କିଛି ସମୟ ପାଇଁ ହେଉ ପଛେ ପାକିସ୍ତାନ ଗସ୍ତ ପାଇଁ
ଯେତେ ନେହୁରା ହେଲେ ମଧ୍ୟ ସେ ଏହାକୁ ଗ୍ରହଣ କରିନାହାନ୍ତି । ଭାରତ ସହ ଆମେରିକାର ଅନେକ
କ୍ଷେତ୍ରରେ ମତପାର୍ଥକ୍ୟ ରହିଛି । ଏହା ଢ଼େର ପୂରୁଣା । ଦିନ ଥିଲା ଆମେରିକା ଭାରତର ଶିରି
ଦେଖିପାରୁନଥିଲା । ପାକିସ୍ତାନକୁ ଏକାନ୍ତ ବିଶ୍ୱାସ କରୁଥିବା ଏହି ଦେଶ ଭାରତକୁ ସୋଭିଏତ ରୁଷିଆର
ଏକ ବୋଲକରା ରାଷ୍ଟ୍ର ଭାବେ ପରୋକ୍ଷରେ ସମାଲୋଚନା କରୁଥିଲା । ଭାରତ ବିରୋଧରେ ଜାତିସଂଘ
ନିରାପତ୍ତା ପରିଷଦରେ ଅନେକ ଥର ଗୁରୁତର ଅଭିଯୋଗ ଆଣିଥିଲା । ବିଶେଷ କରି ଭାରତ ପାକିସ୍ତାନ
ବିବାଦରେ ଅନ୍ଧ ଭାବେ ପାକିସ୍ତାନକୁ ସମର୍ଥନ କରିଆସୁଥିଲା । ତେଣୁ ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ
ଜଣେ ସାଧାରଣ ଭାରତୀୟ ମଧ୍ୟ ସହଜରେ ମିତ୍ର ରାଷ୍ଟ୍ର ଭାବେ ଗ୍ରହଣ କରିପାରୁନଥିଲା ।
କିନ୍ତୁ ମନେ ରଖିବାକୁ ହେବ ଯେ, ସେଦିନ ଚାଲିଯାଇଛି । କାର୍ଗିଲ ଯୁଦ୍ଧରେ ଆମେରିକାର ତକ୍ରାଳୀନ
ପ୍ରେସିଡେଣ୍ଟ ହେନେରୀ କ୍ଲିଣ୍ଟନ ଖୋଲାଖୋଲି ଭାବେ ଭାରତକୁ ସମର୍ଥନ କରିବା ସହ ପାକିସ୍ତାନକୁ
ତୁରନ୍ତ ନିଜର ସେନ୍ୟ ପ୍ରତ୍ୟାହାର କରିବା ପାଇଁ ଯେଭଳି କଡ଼ା ନିଦେ୍ର୍ଦଶ ଦେଇଥିଲେ ତାହା ଭାରତ–
ଆମେରିକା ସମ୍ପର୍କର ଏକ ଯୁଗାନ୍ତକାରୀ ମୋଡ଼ ବୋଲି କୁହାଯାଇଥାଏ । ଭାରତର ତକ୍ରାଳୀନ ପ୍ରଧାନମନ୍ତ୍ରୀ
ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିତ୍ୱ ପ୍ରତି କ୍ଲିଣ୍ଟନଙ୍କ ଥିଲା ଯଥେଷ୍ଟ ସମ୍ମାନ । ଆତଙ୍କବାଦ ପ୍ରସଙ୍ଗରେ
ଦୀର୍ଘଦିନ ଧରି ଭାରତର ଅଭିଯୋଗକୁ ଆମେରିକା କର୍ଣ୍ଣପାତ କରୁନଥିଲା । କିନ୍ତୁ ଏହାର ପୂର୍ବତନ
ରାଷ୍ଟ୍ରପତି ବାରାକ ଓବାମା ଖୋଲାଖୋଲି ଭାବେ ଭାରତର ଅଭିଯୋଗକୁ ଗ୍ରହଣ କରିବା ସହ ପାକିସ୍ତାନକୁ
ଆତଙ୍କବାଦର ଏନ୍ତୁଡ଼ିଶାଳ ବୋଲି କହିବାକୁ କୁଣ୍ଠାବୋଧ କରିନଥିଲେ । ୨୬/୧୧ ମୁମ୍ବାଇ ଆତଙ୍କୀ
ଆକ୍ରମଣ ହେଉ ବା ବମ୍ବେ ସିରିୟଲ ବୋମା ବିସ୍ଫୋରଣ ହେଉ ପ୍ରତ୍ୟେକଟି ସମୟରେ ଆମେରିକା
ଭାରତ ପଛରେ ନିଜର ଦୃଢ଼ ସମର୍ଥନ ବ୍ୟକ୍ତ କରିଥିଲା । ଖାଲି ସେତିକି ନୁହେଁ ପୂର୍ବରୁ ପାକିସ୍ତାନକୁ
ଦିଆଯାଉଥିବା ପ୍ରଚୁର ଆର୍ଥିକ ଓ ସାମରିକ ସାହାଯ୍ୟକୁ ମଧ୍ୟ ପ୍ରତ୍ୟାହାର କରିଦେବା ସହ ନିଜ ମାଟିରେ
ଆତଙ୍କବାଦର କାର୍ଯ୍ୟକଳାପକୁ ଦୃଢ଼ ହସ୍ତରେ ଦମନ କରିବା ଲାଗି ପାକିସ୍ତାନକୁ ଆମେରକା ଖୋଲାଖୋଲି
ଧମକ ଦେବା ଏବଂ ଏହାର ଆର୍ଥିକ ଅନୁଦାନକୁ ବନ୍ଦ କରି ରଖିôବା କେବଳ ଭାରତୀୟ ଦୃଢ଼ ବୈଦେଶିକ
ନୀତିର ପ୍ରମାଣ ବୋଲି କହିବାରେ କୌଣସି ଦ୍ୱିଧା ପ୍ରକାଶ କରାଯିବା ଉଚିତ ନୁହେଁ । ଭାରତର ନେତୃବୃନ୍ଦଙ୍କ
ପ୍ରତି ବିଶେଷ କରି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ପ୍ରେସିଡେଣ୍ଟ ଟ୍ରମ୍ପଙ୍କ ଏକ ବିଶେଷ
ସମ୍ମାନବୋଧ ରହିଛି । ଭାରତକୁ ବିଶେଷ କରି ଜାତିସଂଘର ଗତ ସାଧାରଣ ଅଧିବେଶନ ସମୟରେ
ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନାର୍ଥେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ
ନିଜେ ବ୍ୟକ୍ତିଗତ ଭାବେ ସାମିଲ ହେବା, ଦୀର୍ଘ ସମୟ ଧରି ମୋଦିଙ୍କୁ ଆଲିଙ୍ଗନ କରିବା, ତାଙ୍କ ସହ
ଚାଲିଚାଲି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଲୋକଙ୍କ ସହ ମିଶିବା ଏବଂ ନିଜ ଭାଷଣରେ ‘ବିଶ୍ୱରେ
ବିପଦ ସୃଷ୍ଟି କରିଥିବା ଇସ୍ଲାମିକ ଆତଙ୍କବାଦ ବିରୋଧରେ ଲଢ଼େଇ କରୁଥିବା ଭାରତ ସହ ଆମେରିକା
କାନ୍ଧକୁ କାନ୍ଧ ମିଳାଇ ଲଢ଼େଇ ଜାରି ରଖିôବ’ ବୋଲି ବକ୍ତବ୍ୟ ଦେବା କିଛି କମ୍ କଥା ନୁହେଁ । ନିଜ
ଦେଶରେ କୌଣସି ଏକ ବିଦେଶୀ ପ୍ରଧାନମନ୍ତ୍ରୀଙ୍କୁ ଏପରି ଭବ୍ୟ ସ୍ୱାଗତ ପ୍ରଦାନ କରାଯିବା ଏବଂ ସେଥିରେ
ଆମେରିକାର ରାଷ୍ଟ୍ରପତି ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସମଗ୍ର ବିଶ୍ୱବାସୀଙ୍କୁ ଚକିତ କରିଥିଲା । ଆମ
ଦେଶରେ କଥାକଥାରେ ଆମେରିକାକୁ ବିରୋଧ କରୁଥିବା ଏବଂ ମୋଦିଙ୍କୁ ସହିନପାରୁଥିବା ବିରୋଧୀ
ଦଳମାନଙ୍କ ପାଇଁ ଏହାକୁ ବରଦାସ୍ତ କରିବା ବୋଧେ ସମ୍ଭବ ନଥିଲା । ଟ୍ରମ୍ପଙ୍କ ଭାରତ ପ୍ରୀତିର ଆଉ ଏକ
ନମୂନା ହେଉଛି ଭାରତ ବିରୋଧରେ ଅଭିଯୋଗ କରିବାକୁ ଆମେରିକା ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇମ୍ରାନ ଖାନଙ୍କ ଉପସ୍ଥିତିରେ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ‘ଆପଣ କେବେ ଭାରତ ଓ ପାକିସ୍ତାନ
ମଧ୍ୟରେ ଥିବା କାଶ୍ମୀର ସମସ୍ୟାକୁ ନେଇ ମଧ୍ୟସ୍ଥତା କରିବେ ?’ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ
ଇମ୍ରାନଙ୍କ ପ୍ରତି ଟ୍ରମ୍ପଙ୍କ ତାତ୍ସଲ୍ୟଭରା ଉକ୍ତି – ‘ଏଭଳି ଜନ୍ତୁକୁ କେଉଁଠୁ ଆଣିଛ ?’ ସେଦିନ ବିଶ୍ୱ
ଦରବାରରେ ପାକିସ୍ତାନକୁ ଯେଭଳି ଲଜ୍ଜିତ କରିଥିଲା ତାହା ମଧ୍ୟ ପାକିସ୍ତାନ ବିରୋଧରେ ଟ୍ରମ୍ପଙ୍କ କଡ଼ା
ଆଭିମୁଖ୍ୟର ଅନ୍ୟ ଏକ ପ୍ରମାଣ ।
ଅବଶ୍ୟ ବିଶ୍ୱ କୂଟନୈତିକ ବାଧ୍ୟବାଧ୍ୟକତା ଦୃଷ୍ଟିରୁ ଟ୍ରମ୍ପ ପାକିସ୍ତାନକୁ କିଛି ଅନୁଦାନ ଦେଇଛନ୍ତି ଏବଂ
କାଶ୍ମୀର ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥତା କଥା କହିଛନ୍ତି । କିନ୍ତୁ ଏହା ମଧ୍ୟ ଭୁଲିଗଲେ ଚଳିବ ନାହିଁ
ଯେ, କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ନିରାପତ୍ତା ପରିଷଦରେ ଭାରତକୁ ନିନ୍ଦିତ କରିବା ପାଇଁ
ପାକିସ୍ତାନର ସମସ୍ତ ପ୍ରୟାସକୁ ସିଧାସଳଖ ଟ୍ରମ୍ପ ପ୍ରଶାସନ ଖାରଜ କରିଦେଇଛି । ଖାଲି ସେତିକି ନୁହେଁ
ଭାରତ ବିରୋଧରେ ଚୀନ ଓ ପାକିସ୍ତାନର ଏକ ଅପବିତ୍ର ମେଣ୍ଟକୁ ପ୍ରତିହତ କରିବା ପାଇଁ ଭାରତ ସହ
ଟ୍ରମ୍ପ ପ୍ରଶାସନ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କୁଲଭୂଷଣ ଯାଦବ
ମାମଲାରେ ଆନ୍ତର୍ଜାତୀୟ ନ୍ୟାୟାଳୟରେ ହେଉ ବା ପାକିସ୍ତାନକୁ ଏଫଏଟିଏଫରେ କଳାତାଲିକାଭୁକ୍ତ
କରିବା ହେଉ ସମସ୍ତ ଘଟଣାରେ ଟ୍ରମ୍ପ ପ୍ରଶାସନ ଭାରତକୁ ଯେଭଳି ଦୃଢ଼ ସମର୍ଥନ କରିଆସିଛି । ଏହା
ମୋଦି-ଟ୍ରମ୍ପଙ୍କ ମଧ୍ୟରେ ଥିବା ପ୍ରଗାଢ଼ ବନ୍ଧୁତ୍ୱର ଏକ ନିଦର୍ଶନ ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ ।
ଏବେ ଟ୍ରମ୍ପଙ୍କୁ ଅହମ୍ମଦାବାଦ ଠାରେ ‘ନମସ୍ତେ ଟ୍ରମ୍ପ’ ଭଳି ଏକ ଅଦ୍ଭୁତପୂର୍ବ ଏବଂ ଉଚ୍ଛ୍ୱର୍ସିତ ସମ୍ବର୍ଦ୍ଧନା
ଦିଆଯିବାକୁ ନେଇ ଆମ ଦେଶର କେତେକ ବିରୋଧୀ ଦଳ ନେତା ଯେଭଳି ନିମ୍ନ ମାନସିକତାର ପରିଚୟ
ଦେଇଛନ୍ତି ତାହା ବାସ୍ତବରେ ଚିନ୍ତାର ବିଷୟ । ଲୋକସଭାରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀ
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ‘ମୋଗାମ୍ବେ’ ବୋଲି ବ୍ୟଙ୍ଗ କରିବା ଶିଷ୍ଟାଚାରର ସମସ୍ତ ସୀମା ସରହଦକୁ ଯେପରି ପାର୍
କରିଯାଇଛି । ଶ୍ରୀ ଚୌଧୁରୀ ବା ତାଙ୍କ ପରି ଟ୍ରମ୍ପଙ୍କ ଗସ୍ତକୁ ତାତ୍ସଲ୍ୟ କରୁଥିବା ଅନ୍ୟ ବିରୋଧୀମାନେ ମନେ
ରଖିବା ଉଚିତ ଯେ, ଭାରତର ପୂର୍ବତନ ବୈଦେଶିକ ନୀତି ଆମେରିକା ବିରୋଧୀ ହୋଇଥିଲେ ମଧ୍ୟ
ପ୍ରେସିଡେଣ୍ଟ କେନେଡିଙ୍କ ଭାରତ ଗସ୍ତକୁ ଯେଭଳି ଭାବେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ
ନେହରୁ ସ୍ମରଣୀୟ କରିବାକୁ ଚେଷ୍ଟା କରିଥିଲେ ତାହା ହେଉଛି ବିଶ୍ୱ କୂଟନୀତିର ଉଚ୍ଚ ପରମ୍ପରା । ପ୍ରଧାନମନ୍ତ୍ରୀ
ଇନ୍ଦିରା ଗାନ୍ଧି, ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ନିଜ କାର୍ଯ୍ୟକାଳରେ ଆମେରିକାର ପ୍ରେସିଡେଣ୍ଟମାନଙ୍କୁ
ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି । ସେମାନଙ୍କ ଗସ୍ତକୁ ସ୍ମରଣୀୟ କରିବା ଉଦେ୍ଦଶ୍ୟରେ ଏବଂ ସେମାନଙ୍କ
ସ୍ୱାଗତ ତଥା ଆତିଥ୍ୟରେ ସେମାନେ କୌଣସି ତ୍ରୁଟି କରିନାହାନ୍ତି । କଂଗ୍ରେସର ବର୍ତ୍ତମାନ ନେତୃମଣ୍ଡଳୀ
ଅନ୍ତତଃ ନିଜ ଦଳର ପୂର୍ବ ପ୍ରଧାନମନ୍ତ୍ରୀମାନଙ୍କ ଠାରୁ କିଛି ଶିଖିବାର ଆବଶ୍ୟକତା ଥିଲା । ଭାରତ ଓ
ଆମେରିକା ମଧ୍ୟରେ ଏବେ ବି ଅନେକ ବିଷୟରେ ମତପାର୍ଥକ୍ୟ ରହିଛି । ବିଶେଷ କରି ବିଶ୍ୱ ବାଣିଜ୍ୟ
ଚୁକ୍ତିରେ ଭାରତର ଆମେରିକା ବିରୋଧୀ ମନୋଭାବକୁ ପ୍ରେସିଡେଣ୍ଟ ଟ୍ରମ୍ପ ଖୋଲାଖୋଲି ଭାବେ ଅନେକଥର
ସମାଲୋଚନା କରିଛନ୍ତି । ବିଶ୍ୱ କୂଟନୀତିରେ ବିିଭିନ୍ନ ଦେଶ ଭିତରେ ଏଭଳି ବହୁ ମତପାର୍ଥକ୍ୟ ଏକ
ସ୍ୱାଭାବିକ ଘଟଣା । ଏଥର ମଧ୍ୟ ମୋଦି-ଟ୍ରମ୍ପ ଆଲୋଚନା ସମୟରେ ଅନେକ ବିଷୟରେ ମତପାର୍ଥକ୍ୟ
ଆସିବ । ଏକଥା ମଧ୍ୟ ସମ୍ଭବ ଯେ, ପ୍ରେସିଡେଣ୍ଟ ଟ୍ରମ୍ପ ଭାରତ ବିରୋଧରେ ଚାଲି ଆସିଥିବା ଧାର୍ମିକ
ଅସହିଷ୍ଣୁତା ଓ ସିଏଏ ପରି କିଛି ବିଷୟରେ ପ୍ରଶ୍ନ ଉଠାଇ ପାରନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଟ୍ରମ୍ପ
ଭାରତକୁ ବଦନାମ କରିବା ପାଇଁ ଆସୁଛନ୍ତି । ଟ୍ରମ୍ପ ସ୍ୱାଭାବରେ ଜଣେ ସ୍ପଷ୍ଟବାଦୀ । ସମ୍ମୁଖରେ ଥିବା ବ୍ୟକ୍ତି
ତାଙ୍କ କଥାକୁ ନେଇ କ’ଣ ଭାବୁଛି ସେଥିପାଇଁ ସେ ବେଶୀ ମୁଣ୍ଡଖେଳାନ୍ତି ନାହିଁ । ହୁଏତ ଟ୍ରମ୍ପଙ୍କ ଗସ୍ତ ଦ୍ୱାରା
ଭାରତକୁ ବହୁତ ବେଶୀ ଆର୍ଥିକ ଫାଇଦା ବି ମିଳିନପାରେ । ତଥାପି ବିଶ୍ୱର ଏହି ଶକ୍ତିଶାଳୀ ନେତାଙ୍କ ଗସ୍ତକୁ
ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ପ୍ରତି ଏଭଳି ଅସହିଷ୍ଣୁତା ପ୍ରକାଶ କରି କଂଗ୍ରେସ ଦଳ ନିଜର
ଅପରିପକ୍ୱତା ଏବଂ ଅପରିଣାମଦର୍ଶିତାର ହିଁ ପରିଚୟ ଦେଇଛି । ମନେ ରଖିବାକୁ ହେବ ଯେ, ଭାରତ
ଏକପାଖିଆ ଭାବେ ଆମେରିକା ଆଡ଼କୁ ଢଳି ଯିବା ଅଭିଯୋଗ ସମ୍ପୂର୍ଣ୍ଣ ଭ୍ରମାତ୍ମକ । ରୁଷ ଠାରୁ ଶକ୍ତିଶାଳୀ
ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ କ୍ରୟ କରିବା ପାଇଁ ଭାରତର ନିଷ୍ପତ୍ତିକୁ ଆମେରିକା ଦୃଢ଼ ବିରୋଧ
କରିଥିଲେ ମଧ୍ୟ ମୋଦିଙ୍କ ବ୍ୟକ୍ତିତ୍ୱ ପାଇଁ ହିଁ ଭାରତ ବିରୋଧରେ କୌଣସି ଆର୍ଥିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ
କରି ଟ୍ରମ୍ପ ପ୍ରଶାସନ ହାତ ବାନ୍ଧି ବସିରହିବା ଭାରତର ଶକ୍ତି ପ୍ରତି ଆମେିରକାର ସମ୍ମାନବୋଧକୁ ହିଁ ପ୍ରକାଶ
କରିଛି । ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବେ ଟ୍ରମ୍ପଙ୍କ ଯେତିକି ପି୍ରୟ, ରୁଷ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟ
ସେତିକି ଆପଣାର । ବିଶ୍ୱର ଏହି ଦୁଇ ଶକ୍ତି ମଧ୍ୟରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ
ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିବା ପରିବର୍ତ୍ତେ ଟ୍ରମ୍ପଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିବା କଂଗ୍ରେସର ଅସହିଷ୍ଣୁତା
ଓ ଦାୟିତ୍ୱହୀନତାକୁ ଉଜାଗର କରୁଛି ।ସୋମବାର ଦିନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ
ଗସ୍ତରେ ଆସୁଛନ୍ତି । ଏଥିପାଇଁ ଅହମ୍ମଦାବାଦ, ଆଗ୍ରା ଓ ଦିଲ୍ଲୀ ଚଳଚଞ୍ଚଳ । ବିଶ୍ୱର ଏହି ଶକ୍ତିଶାଳୀ
ନେତା କେତେକ କାରଣରୁ ଅବଶ୍ୟ ବିବାଦୀୟ । ପ୍ରେସିଡେଣ୍ଟ ନିର୍ବାଚନ ପୂର୍ବରୁ ତାଙ୍କର ଉତ୍ସୃଙ୍ଖଳ

ଓ ଦାୟିତ୍ୱହୀନତାକୁ ଉଜାଗର କରୁଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ସୌର ପାର୍କ ପ୍ରତିଷ୍ଠା ବିଳମ୍ବ ହେଉଛି ।

ଭୁବନେଶ୍ୱର,୨୫ ।୯: ଓଡିଶାରେ ସୌର ପାର୍କ ପ୍ରତିଷ୍ଠାର ପର୍ଯ୍ୟାପ୍ତ ସୁଯୋଗ ଥିବାବେଳେ ଏଥିରେ କିନ୍ତୁ ବିଳମ୍ବ ହେବାରେ ଲାଗିଛି । ଦେଶର ଅନ୍ୟ ରାଜ୍ୟଗୁଡିକ...