28.1 C
Bhubaneswar
Friday, July 30, 2021

ରାଜଧାନୀ ଉପକଣ୍ଠରେ ମହିଳାଙ୍କୁ ଗୁରୁତର କଲା

Must read

ଭୁବନେଶ୍ୱର,୨୪ା୨(ନି.ପ୍ର): ଆଜି ସକାଳେ ରାଜଧାନୀ ଭୁବ ନେଶ୍ୱରର ଉପକଣ୍ଠରେ ଏକ ନର ହନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଥିଲା । ଭୁବନେଶ୍ୱରର ଉପ କଣ୍ଠରେ ଥିବା ପାତ୍ରପଡ଼ା ମେଡି ସିନାଲ୍ ଗାର୍ଡ଼େନରେ ହାତୀକୁ ବନ ବିଭାଗ ଠାବ କରିଥିଲା । ଏଠାରେ ପୁଣି ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇ ଥିବାର ଖବର ମିଳିଛି । ଗୁରୁତର ମହିଳାଙ୍କୁ ଭୁବନେଶ୍ୱରର ଏମ୍ସରେ ଭର୍ତ କରା ଯାଇଛି । ସକାଳ ୫ ଟା ୩୦ରେ ମହିଳାଙ୍କୁ ଆକ୍ରମଣ କରିଥିବାର ସୂଚନା ମିଳିଛି । ଗତ ତିନି ଦିନ ହେଲା ପିପିଲି, ଡେଲାଙ୍ଗ ଏବଂ ନିମାପଡା ଅଂଚଳରେ ଘୁରି ବୁଲୁ ଥିବା ନରହନ୍ତା ହାତୀ ବନବିଭାଗକୁ ଚକମା ଦେଇ ଭୁବନେଶ୍ୱର ଉପ କଣ୍ଠରେ ପହଂଚିଥିବା କୁହାଯାଉଛି । ରାତି ଅଧରୁ ବନବିଭାଗ ହାତୀର ଟେର ପାଉନ ଥିବା ବେଳେ ଆଜି
ରାଜଧାନୀ ଉପକଣ୍ଠରେ ଦନ୍ତା ହାତୀଟି ଥିବାର ଜାଣିବାକୁ ପାଇଛି ବନବିଭାଗ । ତେବେ ଗଙ୍ଗୁଆ ନଦୀ ପାର ହୋଇ ହାତୀଟି ଭୁବନେଶ୍ୱର ଆସିଥିବା ସନେ୍ଦହ କରାଯାଉଛି । ଡେଲାଙ୍ଗ, ଖୋର୍ଦ୍ଧା, ଟାଙ୍ଗୀ, ବାଲି ପାଟଣା ଓ ଗୋପ ବନବିଭାଗ ଟିମ୍ ସହ ପିପିଲି ଓ ବଳଙ୍ଗା ପୁଲିସ, ହାତୀକୁ କାବୁ କରିବାକୁ ଉଦ୍ୟମ କରୁଛନ୍ତି । ହାତୀ ଘଉଡ଼ାଇବାରେ ବନବିଭାଗର ୭୦ କର୍ମ·ରୀ ଲାଗିଛନ୍ତି । ଡାକବାଜି ଯନ୍ତ୍ରରେ ବାହାରକୁ ନ ବାହାରିବାକୁ ସ୍ଥାନୀୟ ଅଂଚଳର ଲୋକଙ୍କୁ କୁହାଯାଉ ଥିବା ଜଣାଯାଇଛି । ପିପିଲି ଓ ନିମାପଡ଼ା ଅଂଚଳରେ ବଣୁଆ ହାତୀ ୪ ଜଣଙ୍କ ଜୀବନ ନେଇଥିବା ବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଖୋର୍ଦ୍ଧା ବନଖଣ୍ଡରୁ ଭାର୍ଗବୀ ଓ ଦୟା ନଦୀ ପାର କରି ପୁରୀ-ଭୁବ ନେଶ୍ୱର ଜାତୀୟ ରାଜପଥ ଦେଇ ପିପିଲିକୁ ହାତୀଟି ପଶି ଆସିଥିଲା । ଆତଙ୍କ ଖେଳାଇଥିବା ବଣୁଆ ହାତୀ ବର୍ତମାନ ପିପିଲି ଛାଡ଼ି ଭୁବ ନେଶ୍ୱର ଉପକଣ୍ଠରେ ପହଂଚିଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article