28.1 C
Bhubaneswar
Friday, July 30, 2021

ନରହନ୍ତା ଦନ୍ତା ଫେରିଲା, ହେଲେ ଦେଇଗଲା ଦୁଃଖ

Must read

ପିପିଲି,୨୪ା୨(ନି.ପ୍ର): ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଥିଲା ଦନ୍ତାହାତୀ । ୪ଜଣଙ୍କ ଜୀବନ ନେଲା । କିଛି ଲୋକଙ୍କୁ ଆକ୍ରମଣ କରି ଘାଇଲା କଲା । ମୃତକ ପରିବାରରେ ଶୋକର ଛାୟା ଖେଳାଇ ଦେଇ ଶାନ୍ତି ପାଇନଥିଲା । ବନ୍ୟା, ବାତ୍ୟା, ମରୁଡ଼ିରେ ପ୍ରଭାବିତ ହୋଇଥିବା ଚାଷୀକୂଳ ମେରୁଦଣ୍ଡ ସଳଖିବାକୁ କରିଥିବା ଉଦ୍ୟମରେ ମଧ୍ୟ ଶକ୍ତ ପ୍ରହାର କଲା । ଅମଳକ୍ଷମ ଫସଲ ଉଜାଡ଼ି ଦେଇ ଚାଷୀକୂଳକୁ ହତାଶ କରିଦେଲା ଦନ୍ତା । ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିିଛି ।

କେହି କେହି କହୁଛନ୍ତି ଦନ୍ତା ସିନା ଯାଇଛି ହେଲେ ଦେଇଯାଇଛି ଦୁଃଖ । ଫସଲ ଉଜାଡି ଚାଷୀକୂଳକୁ ହତାଶ କରିଛି । ଦନ୍ତାର ଦଳାଚକଟାରେ ଲଙ୍କା, ପୋଟଳ ଓ କଖାରୁ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ପିପିଲି ବ୍ଲକ ରାଜତେଇ ଗାଁର ଚାଷୀ । ରାଜତେଇ ଗାଁ ଗହୀରରେ ହାତୀ ଉପଦ୍ରବରେ ନଷ୍ଟ ହୋଇଛି କଖାରୁ, ଲଙ୍କା ଓ ପୋଟଳ । ଯାହାକୁ ଦେଖି ମୁଣ୍ଡରେ ହାତ ଦେଇଛି ଚଷା ପୁଆ ଏବେ ସରକାରୀ ସହାୟତା ହିଁ ଏମାନଙ୍କ ପାଇଁ ଏକମାତ୍ର ସ ମ୍ବଳ ହୋଇପାରିବ ।

ଧାର କରଜ କରି କଖାରୁ ଚାଷ କରିଥିଲେ ରାଜତେଇର ରାମଚନ୍ଦ୍ର ମିଶ୍ର । ଫସଲ ବାହାରିଥିଲେ ପରିବାର ମୁହଁରେ ଦାନା ଦେଇଥାନ୍ତେ । ହେଲେ ତାଙ୍କ ସ୍ୱପ୍ନ ଭାଙ୍ଗି ଦେଲା ଦନ୍ତା । ସେହି ଗାଁର ଲଙ୍କା ଚାଷୀ ପର୍ଶୁରାମ ମହାପାତ୍ର ସମିତିରୁ ଋଣ ଆଣି ଲଙ୍କା ଚାଷ କରିଥିଲେ । ଫଳ ପାକଳ ହୋଇସାରିଥିଲା । ପ୍ରଥମ ଅମଳ ହୋଇଥାନ୍ତା । କିନ୍ତୁ ଅମଳ ପୂର୍ବରୁ ଲଙ୍କା କ୍ଷେତକୁ ଧ୍ୱଂସକରି ଦେଇଛି ଦନ୍ତା ହାତୀ ।

ଏବେ ଋଣ କେମିତି ସୁଝିବେ ସେଇ ଚିନ୍ତାରେ ତାଙ୍କ ପେଟକୁ ଦାନା ଯାଉନି । ତେବେ ତହସିଲଦାର କହିଛନ୍ତି ବନବିଭାଗ ତଦନ୍ତ କରି କ୍ଷୟକ୍ଷତି ଆକଳନ କରିବ । ବିଲରେ ହାତୀ ଦଳିଥିବା କଖାରୁ ଓ ଲଙ୍କାକୁ ଦେଖିଭାଙ୍ଗି ପଡିଛନ୍ତି ଚାଷୀ । ଯେଉଁ କ୍ଷେତରୁ ପରିବାର ପେଟକୁ ଦାନା ଯାଇଥାନ୍ତା ସେହି କ୍ଷେତର ଉଜୁଡା ଦୃଶ୍ୟ ଦେଖି ନିଜକୁ ସ ମ୍ଭାଳି ପାରୁନି ସେ । ଅପେକ୍ଷା ସରକାରୀ ସହାୟତାକୁ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article