28.1 C
Bhubaneswar
Friday, July 30, 2021

ସୂତା କମ୍ପାନୀରେ ଅଗ୍ନିକାଣ୍ଡ ଘଟି ୩ଜଣ ମୃତ

Must read

ଯାଜପୁର,୨୪/୨ (ନି.ପ୍ର ) : ଗୁଜୁରାଟର ଅହମଦାବାଦସ୍ଥିତ ଏକ କପଡାଷ୍ଟିକରିଂ କମ୍ପାନୀ ଲୋଟସଲେ ବଲରେ ଅଗ୍ନିକାଣ୍ଡ ଘଟି ୨୨ତାରିଖ ସନ୍ଧ୍ୟାରେ ୭ଜଣଙ୍କ ମୃତୁ୍ୟ ଘଟିଥିଲା ତନ୍ମଧ୍ୟରୁ ୩ଜଣ ଓଡିଆ ଶ୍ରମିକ ଥିବାର ସୂଚନା ମିଳିଛି । ଏମାନେ ହେଲେ ଯାଜପୁର ସଦର ଥାନା ନିକ ଟସ୍ଥ ରେକାବୀ ବଜାରର ସ୍ୱର୍ଗତଃ ଲକ୍ଷ୍ମୀଧର ଖଂଟଆଙ୍କ ପୁୁଅ ଦୟାନିଧି ଖୁଂଟିଆ (୩୩), ଏବଂ ତାଙ୍କର ଦାଦା ପୁଅ ଭାଇ ଚିନ୍ମୟ ଖୁଂଟିଆ (୨୪) ଓ ଅଶୋକ କୁମାର ସିଂଙ୍କ ପୁତ୍ର କାମେଶ ସିଂ (୨୨) । ଏମାନେ
ସମସ୍ତେ ୪ବର୍ଷ ହେଲା ଲୋଟସ ଲେବଲ କମ୍ପାନୀରେ କାମ କରି ଆସୁଥିଲେ ଗତକାଲି ସଂଧ୍ୟାରେ କାର୍ଯ୍ୟରତ ଅବସ୍ଥାରେ ଗ୍ୟାସ ଲିକ୍ ଯୋଗୁ ଅଗ୍ନିକାଣ୍ଡ ଘଟି ସଂପୂର୍ଣ୍ଣ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା ମୃତ ୭ଜଣଯାକ ବିଲ୍ଡିଂର ତୃତୀୟ ମହଲାରେ କାମ କରୁଥିଲେ । କପଡା ଏବଂ ରଙ୍ଗରେ ଲାଗିଥିବା ନିଆଁର ଏତେ ପ୍ରକୋପ ଥିଲା ଯେ ସେଠାରୁ ବାହାରକୁ ଆସିବା ଅସ ମ୍ଭବ ହୋଇପଡିଥିଲା । ଧୂଆଁ ଏବଂ ନିଆଁର ପ୍ରକୋପରେ ଅଣ ନିଶ୍ୱାସୀ ହୋଇ ପେଟ ଚାଖଣ୍ଡକ ପାଇଁ ଦାଦନ ଖଟିବାକୁ ଯାଇଥିବା ରେକାବୀ ବଜାରର ୩ଜଣ ଯୁବକ ପ୍ରାଣ ହରାଇଥିଲେ । ମୃତ ଦୟାନିଧି
ଖୁିଂଟଆ ବିବାହିତ । ତାଙ୍କ ଘରେ ୨ଟି ଛୋଟଝିଅସହ ସ୍ତ୍ରୀ ଓ ରୋଗୀଣା ବାପା ମାଆ ଅଛନ୍ତି । ଦେଢ ବର୍ଷ ହେଲା ସେମାନେ ଘରକୁ ଆସି ନଥିଲେ । ଆସନ୍ତା ୨୪ ତାରିଖରେ ଘରକୁ ଆସିବେ ବୋଲି ସେମାନେ ନିଜନିଜ ଘରକୁ ଫୋନରେ ଜଣାଇ ଥିଲେ ।ଟ୍ରେନ ଟିକଟ ହୋଇଯାଇ ଥିଲା । କିନ୍ତୁ ବିଧିର ବିଧାନ ଥିଲା ବିଚିତ୍ର । ତା ପୂର୍ବରୁ ଘଟିଗଲା ଏହି ମର୍ମଦୁନ୍ତଅଗ୍ନିକାଣ୍ଡସ୍ତବ୍ଧ ହୋଇଯାଇଛି ଯମଧରଗ୍ରାମ । ବିଶ୍ୱାସ କରିପାରୁ ନାହାନ୍ତି ଗ୍ରମବାସୀ । ଆଜି ସକାଳୁ ପ୍ରଶାସନ ଖବର ପାଇବା ପରେ ଭାରପ୍ରାପ୍ତ ଜିଲ୍ଲାପାଳ, ଉପଜିଲ୍ଲା ପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡିଓ
ସମସ୍ତେ ଯାଇମୃତକଙ୍କ ପରି ବାରକୁ ଭେଟିଥିଲେ ଏବଂ ମୃତକଙ୍କ ଶବକୁ କେମିତିଅହମଦାବାଦରୁ ଯାଜ ପୁରକୁ ଆସିବସେପ୍ରତିଶୃତି ଦେଇ ଥିଲେ ଯାଜପୁର ବିଧାୟକଙ୍କ ପ୍ରତି ନିଧି ସେଠାରେ ପହଙ୍ଚି ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ ଆସନ୍ତା କାଲି ଏମାନଙ୍କ ମୃତଦେହ ଯାଜପୁରରେ ପହଂଚିବ ବୋଲି ସୂଚନା ମିଳିଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article