28.1 C
Bhubaneswar
Friday, July 30, 2021

ରେଳ ଲାଇନ୍ ପାଶ୍ୱର୍ ଅଂଚଳର ନିଷ୍କା ସନ ଅବ୍ୟବସ୍ଥାକୁ ନେଇ ଉଦ୍ବେଗ

Must read

ବାଲେଶ୍ୱର,୨୪ା୨(ନି.ପ୍ର): ନିର୍ମାଣଧୀନ ଶୋଭାରାମପୁର ରେଲୱେ ଓଭରବି୍ରଜ୍ ସହିତ ବର୍ଷାଜଳ ନିଷ୍କାସନ ପାଇଁ କର୍ତୃପକ୍ଷ ଦୃଷ୍ଟିଦେବା ଦାବିରେ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଗୋଡ଼ିପଦା ନିକଟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସନ୍ତୋଷ କୁମାର ବେଜ୍ ଅଧ୍ୟକ୍ଷତା କରିଥିଲେ । ପୂର୍ବତନ କାଉନ୍ସିଲର କୈଳାଶଚନ୍ଦ୍ର ଦାଶ ଓ ଚିତରଂଜନପଣ୍ଡା, ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ ଓ ଆଇନଜୀବୀ ନିରଞ୍ଜନ ପରିଡ଼ାଙ୍କ ସମେତ ସ୍ଥାନୀୟ ବାସିନ୍ଦା ସର୍ବଶ୍ରୀ ନିମାଇଁ ଚରଣ ଧଳ, ଶ୍ୟାମାନନ୍ଦ ରାଉଳ, ସନ୍ତୋଷ କୁମାର ସିଂ, ପଦାରବିନ୍ଦ ମହାପାତ୍ର, ରାମଚନ୍ଦ୍ର ଦାସ, ମାୟାଧର ନାୟକ, ଗିରିଧାରୀ ବିନ୍ଧାଣୀ, ଆନନ୍ଦଚନ୍ଦ୍ର ବରାଳ, ମିତାଲି ସାହା, ଗୀତାଞ୍ଜଳି ପୃଷ୍ଟି ପ୍ରମୁଖ ଏହି ସଭାରେ ଯୋଗଦେଇ ସହର ପାଶ୍ୱ ଜଳ ନିଷ୍କାସନ ଜନିତ ସମସ୍ୟା ଓ ତା’ର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ ।

ବର୍ଷାଦିନରେ ରେଳ ଧାରଣା କଡ଼ଦେଇ ତାମୁଳିଆ ପାଖରୁ ବର୍ଷାଜଳ, ଅଙ୍ଗାରଗଡ଼ିଆ, ଶୋଭାରାମପୁର, ଭାସ୍କରଗଞ୍ଜ-ବି, ଗୋଡ଼ିପଦା, ସତ୍ୟନଗର, ବାଲିଆ, କାଳିଦାସପୁର ଓ ପୋଷ୍ଟାଲ୍ କଲୋନୀର ବ୍ୟାପକ ତଳିଆ ଅଂଚଳ ଜଳାର୍ଣ୍ଣବ କରି ସୁରଜ ହୋଟେଲ ନିକଟରେ ଥିବା ପୋଲ ଦେଇ ଅତିକ୍ରମ କରେ । କିନ୍ତୁ ଅଧିକ ବର୍ଷା ହେଲେ ଜଳ ଏହି ପୋଲରେ ଅତିକ୍ରମ କରିନପାରି ସୁରଜ ହୋଟେଲ ଠାରୁ ବାଲିଆ ନୂଆସାହି ଛକ ପର୍ଯ୍ୟନ୍ତ ମୁଖ୍ୟସଡ଼କ ଉପରେ ପ୍ରବାହିତ ହେବାରୁ ବାଲେଶ୍ୱରରୁ ଏହି ସଡ଼କ ଦେଇ ଯାତାୟତ କରୁଥିବା ଯାନବାହନଗୁଡ଼ିକର ଦୀର୍ଘ ସମୟ ଧରି ଯାତାୟତରେ ବ୍ୟାଘାତ ସୃଷ୍ଟି ହୁଏ ।

ରେମୁଣା, ମିତ୍ରପୁର, ଉଦଳା, ମାଣତ୍ରୀ, ବାରିପଦା ଯାଉଥିବା ବସ୍ଗୁଡ଼ିକ ବେଶ୍ କିଛି ସମୟ ଧରି ଯାତାୟତ କରିପାରନ୍ତି ନାହିଁ । ତେଣୁ ସାଧାରଣରେ ଯାତ୍ରୀ ମାନେ ନାହିଁନଥିବା ଅବସ୍ଥାର ସମ୍ମୁଖୀନ ହୁଅନ୍ତି । ତାମୁଳିଆ ଠାରୁ ଆସୁଥିବା ବର୍ଷାଜଳ ବାଲେଶ୍ୱର-ରେମୁଣା ସଡ଼କ ନିକଟରେ ପହଂଚôବା ପୂର୍ବରୁ ଉପରୋକ୍ତ ଗ୍ରାମ ଗୁଡ଼ିକରବାସିନ୍ଦାମାନଙ୍କ ଘର ଭିତରକୁ ପାଣିପଶିଯାଇଥାଏ । ଏପରିକି ଦୁଇଦିନ ପର୍ଯ୍ୟନ୍ତ ସ୍ଥାନୀୟ ଅଂଚଳରେ ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇଯାଏ । ଏହାର ପ୍ରତିକାର ଦାବିକରି ଗତ ୩/୪ବର୍ଷ ତଳେ ଗଠିତ ‘ଜଳ ନିଷ୍କାସନ କମିଟି’ ବିଭିନ୍ନ ପଦସ୍ଥ ସରକାରୀ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ଅବଗତ କରାଇଆସୁଛନ୍ତି । କିନ୍ତୁ କୌଣସି ସୁଫଳ ମିଳିନାହିଁ ।

ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଓ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏ ବିଷୟରେ ଲିଖିତ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଛି । ଯଦି ରେଳବିଭାଗ ଓ ରାଜ୍ୟ ସରକାର ହଜାରହଜାର ପରିବାରଙ୍କ ଦୁର୍ଦ୍ଦଶାକୁ ହୃଦୟଙ୍ଗମ ନକରନ୍ତି ତେବେ ସ୍ଥାନୀୟ ଅଧିବାସୀମାନେ ‘ରେଳରୋକ’ କରିବାକୁ ବାଧ୍ୟହେବେ ବୋଲି ସଭାରେ ନିଷ୍ପତିଗ୍ର୍ରହଣ କରାଯାଇଛି । ଛତିଶ ଚନ୍ଦ୍ର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article