ଭୁବନେଶ୍ୱର,୨୮ା୧୦; ୭ ମାସ ହେଲା ସ୍କୁଲରେ ପାଠପଢ଼ା ବନ୍ଦ ରହିଛି । କ୍ଲାସ୍ ହେଉନି କି ଛାତ୍ରଛାତ୍ରୀ ଆସୁନାହାନ୍ତି,ଯେଉଁଥିପାଇଁ ୨୦୨୦-୨୧ ଶିକ୍ଷାବର୍ଷକୁ ନେଇ ଏବେ ଦ୍ୱନ୍ଦ୍ୱ ଲାଗି ରହିଛି । ସିଲାବସ୍କମିବ ନା ଶିକ୍ଷାବର୍ଷ ବିବ, ତାହାକୁ ନେଇ କେଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରୁ ନାହିଁ । କରୋନା ସଂକ୍ରମଣ ହେବା ଦିନଠାରୁ ଆଜିପର୍ଯ୍ୟନ୍ତ ଗୋଟିଏ ବି ସ୍କୁଲରେ କ୍ଲାସରୁମ୍ପାଠପା ହୋଇ ନ ଥିବାରୁ କେମିତି ଓ କିଭଳିଭାବେ ଶିକ୍ଷାବର୍ଷ ଶେଷ ହେବ, ତାହାକୁ ନେଇ ସମସ୍ତେ ଚିନ୍ତାରେ । ଶିକ୍ଷା ମନ୍ତ୍ରଣାଳୟ କିମ୍ବା ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍ ଓ କାଉନସିଲ୍ ଫର୍ ଇଣ୍ଡିଆନ୍ସ୍କୁଲ୍ ସାର୍ଟିଫିକେଟ୍ ଏକ୍ସାମିନେସନ ବୋର୍ଡପକ୍ଷରୁ କେଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରୁ ନାହିଁ ।
ଛାତ୍ରଛାତ୍ରୀଙ୍ କଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ସିଲାବସ୍ ଆହୁରି ୫୦% ଆହୁରି ହ୍ରାସ କରିବାକୁ କେତେଜଣ ଶିକ୍ଷାବିତ ମତ ହେଉଥିବା ବେଳେ ଆଉ କିଛି ଜଣ ଶିକ୍ଷାବର୍ଷକୁ ବୃଦ୍ଧିକରି ଉକ୍ତ ଦୁଇ ଶ୍ରେଣୀର ବୋର୍ଡ ପରୀକ୍ଷା୪୫ରୁ ୬୦ ଦିନ ବିଳମ୍ବ କରିବାକୁ ପ୍ରସ୍ତାବ ରଖିଛନ୍ତି ।ସୂଚନା ଅନୁଯାୟୀ ସିବିଏସ୍ଇ,ସିଆଇଏସ୍ସିଇ ସମେତ କେତେକ ରାଜ୍ୟବୋର୍ଡ ସିଲାବସକୁ ୨୫ରୁ ୩୦% ପର୍ଯ୍ୟନ୍ତହ୍ରାସ କରିଛନ୍ତି । ବିଦ୍ୟାଳୟ ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇପାରି ନାହିଁ । କେବଳ ଯାହା ଅନ୍ଲାଇନ୍ କ୍ଲାସ୍ ସମ୍ଭବପର ହୋଇଛି । ଯଦିଓ ଅକ୍ଟୋବର ୧୫ରୁ ବିଦ୍ୟାଳୟ ଖୋଲିବାକୁ କେନ୍ଦ୍ର ସରକାର ଅନଲକ୍ ୫.୦ରେଅନୁମତି ଦେଇଛନ୍ତି, ତେବେ ଉପସ୍ଥାନ ଆଶାନୁରୂପ ହୋଇପାରି ନାହିଁ । ଅଧିକାଂଶ ରାଜ୍ୟ ସରକାର ସ୍କୁଲ, କଲେଜ ଖୋଲିବା ସପକ୍ଷରେ ନାହାନ୍ତି ।
ଜୁଲାଇରେ ସିଲାବସ୍ ୩୦% ହ୍ରାସ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେଣସି କ୍ଲାସ ହୋଇପାରି ନାହିଁ । ଯଦିଏଭଳି ପରିସ୍ଥିତି ଜାରି ରୁହେ, ତେବେ ବୋର୍ଡପରୀକ୍ଷା ପାଇଁ ସିଲାବସ୍ ହ୍ରାସ ହେବାର ସମ୍ଭାବନା ଅଛି । ସିଲାବସ୍କୁ ଆହୁରି ହ୍ରାସକରିବା ଦ୍ୱାରା ତାହାର ପ୍ରଭାବ ପିଲାଙ୍କ ଭବିଷ୍ୟତ ଉପରେ ପଡ଼ିପାରେ । ଛାତ୍ରଛାତ୍ରୀବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହେବେ । ଅନ୍ୟପକ୍ଷରେ ୨୦୨୧ ଫେବ୍ଆରି ଓ ମାର୍ଚ୍ଚ ମାସରେ ଆରମ୍ଭ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ଦେରୁଦୁଇ ମାସ ବିଳମ୍ବ କରିବାରୁ ବି ପ୍ରସ୍ତାବରହିଛି । ଶିକ୍ଷାବର୍ଷକୁ ସଂଶୋଧନ କରାଯାଇ ଉଭୟ ଦଶମ ଓ ଶ୍ରେଣୀ ପରୀକ୍ଷା ଏପ୍ରିଲ୍ରୁ ଆରମ୍ଭ କରି ମେ’ ମାସରେ ଶେଷ କରିବାକୁ ଚିନ୍ତାକରାଯାଉଛି । ଏହା କରାଯିବା ଦ୍ୱାରା ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ କିଛି ପରିମାଣରେ ଶାରୀରିକ ଭାବେ କ୍ଲାସ କରିପାରିବେ । ଭୁବନେଶ୍ୱର ସ୍ଥିତ ସିବିଏସ୍ଇ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଅନଲାଇନ୍ କ୍ଲାସ୍ ସେତେଟା ଫଳପ୍ରଦ ହୋଇପାରି ନାହିଁ ।
ସହରାଞ୍ଚଳ, ଅର୍ଦ୍ଧସହରୀ ଓ ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ଭିନ୍ନଭିନ୍ନ ରହୁଛି । ତେଣୁ ପରୀକ୍ଷାପୂର୍ବରୁ ଯେକେଣସି ପ୍ରକାରେ କିଛି ଶାରୀରିକ ଶ୍ରେଣୀ କରାଇବାକୁ ଆଶା ରଖିଛୁ । ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ ଏବଂ ପରିସ୍ଥିତିର ସମୀକ୍ଷା କରିବାକୁ ହେବ । ତେଣୁ ଶ୍ରେଣୀଗୃହର ଶିକ୍ଷାଦାନ ଓସିଲାବସ୍ ସମାପ୍ତ ହେବା ପାଇଁ ବୋର୍ଡ ପରୀକ୍ଷାକୁ ଏପ୍ରିଲ୍ କିମ୍ବା ତା’ଠାରୁ ଅଧିକ ସ୍ଥାନାନ୍ତର କରିବାକୁ ପଡ଼ିପାରେ । ବିଦ୍ୟାଳୟଗୁଡ଼ିକ ମଧ୍ୟ ପରୀକ୍ଷା ତାରିଖ ସ୍ଥଗିତ ରଖିବା ସହ ସିଲାବସ୍ ୫୦% ହ୍ରାସକରିବାକୁ ପ୍ରସ୍ତାବ ଦେଇଛନ୍ତି । ସିଆଇଏସସିଇ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେରଖି ସିଲାବସ୍ ହ୍ରାସ ହେବାର ସମ୍ଭାବନା ରହିଛି । ଯଦିଓ ଏହା ବର୍ତ୍ତମାନ ପର୍ଯ୍ୟନ୍ତ କହିପାରିବ ନାହିଁ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନିଦେ୍ର୍ଦଶ ପରେ ହିଁ ନିଷ୍ପତ୍ତି ନିଅ ।ଯିବ