ନୂଆଦିଲ୍ଲୀ,୨୮ା୧୦,; ହୀରାକୁଦ ଜଳଭଣ୍ଡାର ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା୨୬,୦୦୦ରୁ ଅଧିକ ପରିବାରଙ୍କ ଥଇଥାନ ଏବଂ ପୁନଃବସତି କ୍ଷେତ୍ରରେ ସରକାରଙ୍କ ବିଫଳତା ମାମଲାରେ ଜାତୀୟ ମାନବ ଅଧିକାର କମିସନ୍(ଏନ୍ଏଚ୍ଆରସି) ଓଡ଼ିଶାର ମୁଖ୍ୟ ସଚିବଙ୍କୁ ସବିସ୍ତୃତବା “କମ୍ପ୍ରେହେନ୍ସିଭ୍ ରିପୋର୍ଟ’ ମାଗିଛନ୍ତି ।ସୁପ୍ରିମ୍କୋର୍ଟ ଓକିଲ ତଥା ଅଧିକାରକର୍ମୀ ରାଧାକାନ୍ତତ୍ରିପାଠୀ ରୁଜୁ କରିଥିବା ମାମଲାର ବି·ର କରି ଏବର୍ଷଡିସେମ୍ବର ୭ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ”ଏନ୍ଏଚ୍ଆର୍ସି’ ମୁଖ୍ୟ ସଚିବଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଉପଯୁକ୍ତ ଥଇଥାନ ଏବଂ ଅନୁକମ୍ପା ଅର୍ଥରାଶି ପାଇନ ଥିବା ବିସ୍ଥାପିତ ମାନଙ୍କ ଦୁର୍ଦ୍ଦଶା ପ୍ରସଙ୍ଗ ଶ୍ରୀ ତ୍ରିପାଠୀତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ । ହୀରାକୁଦ ଜଳଭଣ୍ଡାର ନିର୍ମାଣ ଯୋଗୁଁ ୩୬୦ ଗାଁ ସମ୍ବଳିତ ପ୍ରାୟ୧୨୩, ୦୦୦ ଏକର ଜମି ଜଳମଗ୍ନ ହୋଇଥିଲା ।
ସମ୍ପୃକ୍ତ ଅଞ୍ଚଳରୁ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଜନତା ବିସ୍ଥାପିତ ହୋଇଥିଲେ । ନଦୀବନ୍ଧ ନିର୍ମାଣ ହେବା ଠାରୁ ପ୍ରାୟ୭୦ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ବିପୀଡ଼ିତ ମାନଙ୍କର ତୃତୀୟ ପିି ଦୁର୍ନୀତିଗ୍ରସ୍ତ ଏବଂ ଆଳସ୍ୟପରାୟଣ ଅମଲାମାନଙ୍କ ଯୋଗୁଁ ନ୍ୟାୟପାଇବାରୁ ବଞ୍ଚିତ ହୋଇଛନ୍ତି ଶ୍ରୀ ତ୍ରିପାଠୀ ଅଭିଯୋଗକରିଛନ୍ତି ।ଏନ୍ଏଚ୍ଆରସିଙ୍କ ନିଦେ୍ର୍ଦଶ ମତେ, ଓଡ଼ିଶାର ଉତ୍ତର ମଣ୍ଡଳ “ରେଭିନ୍ୟୁ ଡିଭିଜିନାଲ୍ କମିସନର୍'(ଆରଡିସି) ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେଯେ, ୧୯୫୨-୫୩ ମସିହାରେ ହୀରାକୁଦ ଜଳଭଣ୍ଡାର ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ କରାଯାଇଥିଲାୟ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଏବଂସୁବର୍ଣ୍ଣପୁର ଅଞ୍ଚଳର ଏହି ବିସ୍ଥାପିତ ପରିବାରମାନଙ୍ କଅଭିଯୋଗର ମୀମାଂସା ନିମନ୍ତେ ବିଭିନ୍ନ ସମୟରେ ପଦକ୍ଷେପ ଗ୍ରହଣ କରାଯାଇଛି ।
କିନ୍ତୁ, କେତେକ ସମ୍ପ୍ରଦାୟର ଜନତାଙ୍କୁ ଏପର୍ଯ୍ୟନ୍ତ ପୂର୍ଣ୍ଣ ଅନୁକମ୍ପା ରାଶି ମିଳିନାହିଁ କି,ସେମାନେ ଥଇଥାନ ହୋଇପାରି ନାହାନ୍ତି ।ଏହି ମାମଲାର ସବିଶେଷ ତଦନ୍ତ ନିମନ୍ତେଏନ୍ଏଚ୍ଆରସି ସ୍ୱତନ୍ତ୍ର ପ୍ରତିନିଧି ମୁତୟନ କରିଥିଲେ ୟବହୁସଂଖ୍ୟକ ଜନତା ଅନୁକମ୍ପା ରାଶି ପାଇ ନାହାନ୍ତି ଏବଂଥଇଥାନ ମଧ୍ୟ ହୋଇନାହାନ୍ତି ବୋଲି ସ୍ୱତନ୍ତ୍ର ପ୍ରତିନିଧି ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିଲେ । ସମୁଦାୟ କେତେସଂଖ୍ୟକ ଗାଁକୁ ରାଜସ୍ୱ ଗ୍ରାମ ଭାବେ ଘୋଷଣା କରାଯିବବୋଲି ଉକ୍ତ ରିପୋର୍ଟ ଆଧାରରେ ଏନ୍ଏଚ୍ଆରସି ରାଜ୍ୟସରକାରଙ୍କୁ ପଚାରିଥିଲେ । ଏହାଛଡ଼ା, ହୀରାକୁଦଜ ଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ୬୩୨ ଫୁଟରୁ ୬୩୦ଫୁଟକୁ ହ୍ରାସ ପାଇଥିବାରୁ କେତେ ଜମି ଫେରସ୍ତଦିଆଯିବ, ତାହା ମଧ୍ୟ ଉଲ୍ଲେଖ କରିବାକୁ ଏନ୍ଏଚ୍ଆରସିରାଜ୍ୟ ସରକାରଙ୍କୁ ଜଣାଇବାକୁ ନିର୍ଦେଶ ଦେଇଥିଲେ ।