28.1 C
Bhubaneswar
Friday, July 30, 2021

ପେଟ୍ରୋଲ ପମ୍ପରେ ନିଆଁ ଲଗାଇଦେଲେ

Must read

ନୂଆଦିଲ୍ଲୀ,୨୪ା୨: ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧୀ ଆନେ୍ଦାଳନକାରୀ ଓ ସପକ୍ଷବାଦୀ ସମର୍ଥକଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ କ୍ରମେ ଉଗ୍ର ହେବା ସହ ବ୍ୟାପିବାକୁ ଆର ମ୍ଭ କରିଛି । ବିରୋଧୀ ଆନେ୍ଦାଳନକାରୀ ଓ ସପକ୍ଷବାଦୀ ସମର୍ଥକଙ୍କ ମଧ୍ୟରେ ଆର ମ୍ଭ ହୋଇଥିବା ସଂଘର୍ଷ ହିଂସାତ୍ମକ ରୂପ ନେଇଛି । ଏଥିସହ ଉତରପୂର୍ବ ଦିଲ୍ଲୀର ଭଜନପୁରା ଅଂଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ ଆନେ୍ଦାଳନକାରୀମାନେ ଆଜି ଅପରାହ୍ଣରେ ନିଆଁ ଲଗାଇ ଦେଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି କ୍ରମେ ନିୟନ୍ତ୍ରଣ ବାହାରକୁ ·ଲି ଯାଉଥିବା ଦେଖିବା ପରେ ଦିଲ୍ଲୀ ପ୍ରଶାସନ ପକ୍ଷରୁ ୧୦ଟି ଥାନା ଅଂଚଳରେ ୧୪୪ ଧାରା ଜାରି କରି ଦିଆଯାଇଛି । ଘଟଣା ଘଟିବା ଫଳରେ ରତନ ଲାଲ ନାମକ ଜନୈକ ପୁଲସ୍ ହେଡ୍ କନେଷ୍ଟବଲ ମୃତ୍ୟୁବରଣ କରିଛନ୍ତି । ସେ ଦିଲ୍ଲୀର ଗୋକାଲପୁରୀ ଏସିପିଙ୍କ କାର୍ଯ୍ୟାଳୟରେ ମୁତୟନ ଥିଲେ । ଏହି ଘଟଣ ।ପରେ ସମଗ୍ର ମୌଜପୁର ଥାନା ଅଂଚଳରେ ୧୪୪ ଧାରା ଲଗାଇ ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଆଜି ଅପରାହ୍ଣରେ ଦିଲ୍ଲୀର ମୌଜପୁର ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧୀ ଆନେ୍ଦାଳନକାରୀ ଓ ସପକ୍ଷବାଦୀ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଆର ମ୍ଭ ହୋଇଥିଲା । ପରସ୍ପର ପରସ୍ପର ଉପରକୁ ଟେକା ପଥର ମାଡ଼ କରିବା ପରେ ପରିସ୍ଥିତି ଉତେଜନା ପୂର୍ଣ୍ଣ ହୋଇ ପଡ଼ିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲସ୍ ହେଡ୍ କନେଷ୍ଟବଲ ରତନ ଲାଲ ଫୋର୍ସ ସହ
ଘଟଣାସ୍ଥଳକୁ ଯାଇଥିବା ବେଳେ ବିକ୍ଷୋଭକାରୀମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପୁଲସ୍ ହେଡ୍ କନେଷ୍ଟବଲ ରତନ ଲାଲ ଗୁରୁତର ଭାବେ ଆହତ ହେବା ପରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ଅନ୍ୟ ଜଣେ ଡିଏସ୍ପିଙ୍କ ସମେତ ଆହୁରି ବହୁ ପୁଲିସ କର୍ମ·ରୀ ମଧ୍ୟ ଆହତ ହୋଇଥିଲେ । ତେବେ, ସଂପ୍ରତି ଭାରତ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସପ ରିବାର ଆଉ ଅଳ୍ପ ଘଂଟା ମଧ୍ୟରେ ଦିଲ୍ଲୀରେ ପହଞ୍ଚିବାକୁ ଥିବାବେଳେ ଦିଲ୍ଲୀର ବାତାବରଣ ଉତେଜନାପୂର୍ଣ୍ଣ ହୋଇପଡ଼ିବା ଘଟଣା ଉଭୟ ଦିଲ୍ଲୀ ପ୍ରଶାସନ ଓ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇପଡ଼ିଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article