35 C
Bhubaneswar
Sunday, May 9, 2021

ବନ୍ଦର ସାମୁଦ୍ରିକ ବିଭାଗର ସମୟୋଚିତ ପଦକ୍ଷେପ ।

Must read

ପାରାଦୀପ,ତା ,୨୨ା୧୦: ଅଶାନ୍ତ ସମୁଦ୍ରରେ ଶାନ୍ତ ହୋଇ କାର୍ଯ୍ୟକରିବାର ଶୈଳୀ, ପାରାଦୀପ ବନ୍ଦରର ସାମୁଦ୍ରିକ କର୍ମଚାରୀଙ୍କୁ ବେଶ୍ ଭଲଭାବେ ଜଣା । ଏହା ଆଜି ପୁଣି ପ୍ରମାଣିତ ହୋଇଛି । ମାଲ୍ଟା ଫ୍ଲାଗ୍ ବହନକାରୀ ଲୁହାପଥର ପରିବହନ କରିବାକୁ ବାଂଲାଦେଶରୁ ଆସିଥିବା ଓ ସେଞ୍ଚୁରୀ ନାମକ ଜାହାଜ ପାରାଦୀପର ଆଙ୍କରେଜ୍ରେ ଆଜି ଅପେକ୍ଷା କରିଥିଲାା ତେବେ କୌଣସି କାରଣ ବଶତଃଏହାର ୩ଜଣ ବାଂଲାଦେଶୀ ନାବିକସମୁଦ୍ର ମଧ୍ୟକୁ ଖସି ପଡିଥିଲେ ଓ ଅଶାନ୍ତସମୁଦ୍ର ମଧ୍ୟରେ ଭାସି ଯାଉଥିଲେ ।

ସେମାନଙ୍କ ମଧ୍ୟରୁ ୨ଜଣ ସେକେଂଡଓ ଥାର୍ଡ ଇଂଜିନିୟର ଓ ଆଉ ଜଣେଇଲେ ଇଲେକଟ୍ରିକାଲ ଇଂଜିନିୟର ।ସୂଚନା ପାଇବା ମାତ୍ରେ ପାରାଦୀପବନ୍ଦର ହାର୍ବର ମାଷ୍ଟର କ୍ୟାପଟେନ୍ ଅଲେଖ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଠିକଣା ପଦକ୍ଷେପ ନିଆଯାଇ, ବନ୍ଦରର ପେଟ୍ରୋଲିଂ କ୍ରାଫ୍ଟ ଓ ଟଗ୍ ବୋଟ୍କୁସେଠାକୁ ପଠାଯାଇ ଆଜି ଅପରାହ୍ନରେ ଲଗାଣ ବର୍ଷା ବିତ୍ପାତ ଓ ଅଶାନ୍ତ ସମୁଦ୍ରସତ୍ୱେ ସହିତ ନାବିକମାନଙ୍କୁ ଉଦ୍ଧାର କରାଯାଇଛି ଓ ସେମାନଙ୍କୁ ପାରାଦୀପବନ୍ଦର ଚିକିତ୍ସାଳୟରେ ପ୍ରାଥମିକ ଉପଚାର କରାଯାଇଛି । ସେମାନେ ସୁସ୍ଥଅଛନ୍ତି ।

ବୁଡିଯାଇଥିବା ରେସ୍କ୍ୟୁ ବୋଟ୍କୁବି ଉଦ୍ଧାର କରି ବନ୍ଦର ମଧ୍ୟକୁ ଅଣାଯିବାପାଇଁ ଉଦ୍ୟମ ଜାରୀ ରହିଛି । ବନ୍ଦରରଉପ ସଂରକ୍ଷକ କ୍ୟାପଟେନ ଅତୁଲ୍ୟକୁମାର ମହାପାତ୍ର, ବିଭାଗୀୟଅଧିକାରୀଙ୍କ ଓ କର୍ମଚାରୀଙ୍କ ଦୁଃସାହସିକପଦକ୍ଷେପର ଭୂୟସୀ ପ୍ରଶଂସା କରିଛନ୍ତି ।ପାରାଦୀପ ସହରରେ ବିଭାଗୀୟକର୍ମଚାରୀଙ୍କ ସମୟୋଚିତ ପଦକ୍ଷେପସଂପର୍କରେ ଜୋରସୋରରେ ଚର୍ଚ୍ଚା ହେଉଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article