ବାଲେଶ୍ୱର, ୨୨/୧୦; ବାଲେଶ୍ୱର ଉପ-ନିର୍ବାଚନ ପାଇଁ ପ୍ରମୁଖ ଦଳମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ କ୍ରମଶଃ ଜୋରଦାର ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବାଲେଶ୍ୱର ସହରର ବିଭିନ୍ନ ଓା୍ୱର୍ଡରେ ଘରକୁ ଘର ଯାଇମାରାଥନ୍ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ପଢୁଆଁପଦା ନୂଆପୋଖରୀ ନିକଟ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶ୍ରୀ ଦାସ ନିଜ ସାଥୀ ସମସର୍ଥକଙ୍କୁ ଧରିଆରମ୍ଭ କରିଥିଲେ ଡୋର କ୍ୟାମ୍ପନିଂ ।
ଏହି ଅବସରରେ ପୌରପାଳିକାର ୧୬ ନମ୍ବର ୱାର୍ଡରେ ଦଳୀୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଏହି କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ସାଙ୍ଗକୁ ନିର୍ମଳ ଭାବମୂର୍ତ୍ତିକୁ ଗୁରୁତ୍ୱ ଦେଇବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଅଧିକ ସଂଖ୍ୟକ ଭୋଟରେ ବିଜୟ ପାଇଁ ସେ ନିବେଦନକରିଥିଲେ । ପ୍ରାର୍ଥô ଶ୍ରୀ ଦାସଙ୍କ ସମେତ ପୂର୍ବତନ ପୌରପାଳ ଆଲୋକ ସାହୁ, ପୂର୍ବତନପୌର ଉପାଧ୍ୟକ୍ଷ ମୋନଜ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବାଲେଶ୍ୱର ସହର ତଥା ଜିଲ୍ଲାର ବିକାଶ ଏବଂ ପ୍ରତ୍ୟେକଟି ସମସ୍ୟାର ସାମାଧାନ ପାଇଁ ବିଜେଡିପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ସମର୍ଥନ ଜଣାଇବାକୁ ଭୋଟରମାନଙ୍କୁ ନିବେଦନ କରିଥିଲେ ।
ପରେ ସ୍ଥାନୀୟ ଅଂଚଳରେ ପ୍ରାର୍ଥô ଶ୍ରୀ ଦାସ ଘରକୁ ଘରକୁ ବୁଲି ଲୋକଙ୍କୁ ଭେଟିବା ସହଆର୍ଶୀବାଦ ଭିକ୍ଷା କରିଥିଲେ । ବାଲେଶ୍ୱର ସହରର ବିକାଶକୁ ବିଜେଡି ସବୁବେଳେଅଗ୍ରାଧିକାର ଦେଇ ଆସିଥିବା ବେଳେ ଚଳିତ ନିର୍ବାଚନରେ ତାଙ୍କୁ ଅଧିକ ମାତ୍ରାରେସମର୍ଥନ ପାଇଁ ସେ ନିବେଦନ କରିଥିଲେ । ତେବେ ଦିନ ତମାମ ବିଜେଡି ପ୍ରାର୍ଥô ଶ୍ରୀ ଦାସସାଥୀ ଓ ସମର୍ଥକଙ୍କ ସହ ବାଲେଶ୍ୱର ସହରର ନୂଆବଜାର, ଝାଡେଶ୍ୱର ମନ୍ଦିର,ରାଣିପାଟଣା, ଅଙ୍ଗାରଗଡିଆ, ଶୋଭାରାମପୁର, ଗୁଡିପଦା, ଗୋଧିବସା, ସହଦେବଖୁଂଟା,ବାରବାଟୀ, ସୁଏଲପୁର, ଚୁନଭାଟି, ଗୋପାଳ ଗାଁ ଓ ଅରଡ ବଜାର ପ୍ରଭୃତି ଅଂଚଳରେଘରକୁ ଘର ବୁଲି ପ୍ରଚାର କାର୍ଯ୍ୟ ଚଳାଇଥିଲେ । ପ୍ରତ୍ୟେକ ୱାର୍ଡ ପାଇଁ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତ ରାଜ୍ୟସ୍ତରୀୟ ନେତାମାନେ ଏହି ପ୍ରଚାର କାର୍ଯ୍ୟରେ ଯୋଗଦେଇଥିଲେ ।