ବାଲେଶ୍ୱର, ୨୨/୧୦ ; ବାଲେଶ୍ୱର ଜିଲ୍ଲା ପୁଲିସ ପକ୍ଷରୁ ୬୧ତମ ପୁଲିସଶହୀଦ୍ ଦିବସ ସହରର ପୁଲିସ ଲାଇନ୍ ରିଜର୍ଭ ପଡ଼ିଆରେ ଆଜି ପାଳିତ ହୋଇଯାଇଛି ।ପୂର୍ବଞ୍ଚଳ ଜୋନ୍ ପୁଲିସ ଆଇଜି ଦୀପ୍ତେଶ ପଟ୍ଟନାୟକ ଏଥିରେ ମୁଖ୍ୟଅତିଥି ଭାବେଯୋଗଦେଇ ଶହୀଦ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋକପାତ କରିଥିଲେ ।କର୍ତ୍ତବ୍ୟନିଷ୍ଟ କାର୍ଯ୍ୟଧାରା ପୁଲିସକୁ ସାଧାରଣରେ ପ୍ରଶଂସାଭାଜନ ସହ ମହନିୟତାକୁପ୍ରତିପାଦିତ କରିଥିବା ସେ ପ୍ରକାଶ କରିଥିଲେ । ୧୯୫୯ ମସିହାର ଅକ୍ଟୋବର ୨୧ତାରିଖରେ ଚୀନ୍ ସୈନ୍ୟଙ୍କ ଅତର୍କିତ ଆକ୍ରମଣରେ ଭାରତର ଏକାଳୀନ ୧୧ ଜଣସିଆରପିଏଫ ସୈନ୍ୟ ମୃତୁ୍ୟ ବରଣ କରିଥିଲେ ।
ସ୍ମୃତିରକ୍ଷା ସହ ଶହୀଦଙ୍କୁ ଶ୍ରଦ୍ଧାଂଜଳିପ୍ରଦାନ ଉଦେ୍ଦଶ୍ୟରେ ୧୯୬୦ ମସିହାଠାରୁ ପ୍ରତିବର୍ଷ ଏହି ଦିନକୁ ଶହୀଦ ଦିବସରୂପେ ପାଳନ କରାଯାଉଥିବା ଶ୍ରୀପଟ୍ଟନାୟକ ପ୍ରକାଶ କରିଥିଲେ । ୨୦୧୯ ରୁ୨୦୨୦ ମସିହା ମଧ୍ୟରେ ଅର୍ଥାତ ଗୋଟିଏ ବର୍ଷରେ ଭାରତର ବିଭିନ୍ନ ରାଜ୍ୟରେମୋଟ ୨୬୪ ଜଣ କର୍ତ୍ତବ୍ୟରତ ପୁଲିସଙ୍କର ମୃତୁ୍ୟ ହୋଇଥିବା ସେ ସୂଚନାଦେଇଥିଲେ । ତେବେ ଏଥିରେ କରୋନା ଓ ଅନ୍ୟାନ୍ୟ ଘଟଣାକ୍ରମରେ ଓଡ଼ିଶାରୁ ମୋଟ୪୧ ଜଣ ଶହୀଦ ହୋଇଥିବା ସେ କହିଥିଲେ । ତନ୍ମଧ୍ୟରୁ ପୂର୍ବାଞ୍ଚଳ ଜୋନରମୟୂରଭଂଜର ଏଡିସନାଲ ଏସପି ଅଶୋକ କୁମାର ପଟ୍ଟନାୟକଙ୍କ ସମେତ ୨ ଜଣପୁଲିସ କର୍ମଚାରୀ ରହିଥିବା ଆଇଜି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ ।
ଏହିଅବସରରେ ଆଇଜି ଶ୍ରୀ ପଟ୍ଟନାୟକ, ଏସପି ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତଜିଲ୍ଲାପାଳ ସମ୍ବିତ୍ କୁମାର ନାୟକ, ଏଡିସନାଲ ଏସପି ଦୀପକ କୁମାର ରଥ, ଗୋବିନ୍ଦଚନ୍ଦ୍ର ସେଠୀ, ଅମରେଶ ପାଣିଗ୍ରାହୀ ଓ ମନୋରଂଜନ ସାମାଲ ପ୍ରମୁଖଙ୍କ ସମେତଡିଏସପି ମନୋଜ କୁମାର ରାଉତ, ଉମେଶ କୁମାର ପଣ୍ଡା, ସଂଗ୍ରାମ କେଶରୀବେହେରା ଓ ରବୀନ୍ଦ୍ର କୁମାର ସେଠୀ, ଇନସ୍ପେକ୍ଟର ଶୁଭ୍ରାଂଶୁ ଶେଖର ନାୟକ, କୃଷ୍ଣଚନ୍ଦ୍ରପଲେଇ, କ୍ଷମାସାଗର ପଣ୍ଡା ଓ ମୀନତି ବିଶ୍ୱାଳ ଏବଂ ଜିଲ୍ଲା ପୁଲିସର ବହୁ ବିରଷ୍ଠଅଧିକାରୀ ଶହୀଦ୍ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦିବଂଗତ ଆତ୍ମାଙ୍କପ୍ରତିଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ପୁଲିସଙ୍କ ଦ୍ୱାରା ପ୍ରଦର୍ଶନ ପ୍ୟାରେଡ଼୍କୁ ଆରଆଇଦିଲ୍ଲୀପ କୁମାର ସାମନ୍ତରାୟ ପରିଚାଳନା କରିଥିଲେ ।