କେନ୍ଦ୍ରାପଡା, ୨୨/୧୦ ; କେନ୍ଦ୍ରାପଡାଜିଲ୍ଲାର ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୁଧବାର ଡିଭିଜନାଲ ଶ୍ରମକ ମିଶନରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁରାଜ୍ୟ ସହ ସମ୍ପାଦକ ନଳିନୀକାନ୍ତ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ୭ଦଫା ସମ୍ବଳିତ ଦାବୀପତ୍ରପ୍ରଦାନ କରାଯାଇଛି । ଦାବୀ ଗୁଡିକ ମଧ୍ୟରେରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବାସୀ ଶ୍ରମିକମାନଙ୍କୁ ନିର୍ମାଣ ଶ୍ରମିକ ପଞ୍ଜିକରଣକାର୍ଡ ଦେବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲାରେ ତାହା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇପାରିନଥିବାରୁ ସେଥିପାଇଁପ୍ରତି ବ୍ଲକରେ ଦିନଧାର୍ଯ୍ୟ କରିଆର.ଏଲ.ଆଇ.ମାନଙ୍କ ତତ୍ୱାବଧାନରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ଦରଖାସ୍ତ ପୁରଣ କରାଯାଇ ସେମାନଙ୍କୁ ତୁରନ୍ତ କାର୍ଡ ପ୍ରଦାନ କରାଯିବା,
ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରିକୃତ କାର୍ଡଧାରୀମାନଙ୍କୁ କୋଭିଡ ସହାୟତା ବାବଦ ୧୫୦୦ଟଙ୍କା ପାଇବାରୁ ଅଧିକାଂଶପଞ୍ଜିକୃତ ନିର୍ମାଣ ଶ୍ରମିକ ବଂଚିତ ହୋଇଥିବାରୁ ତୁରନ୍ତ କାର୍ଡଧାରୀମାନଙ୍କୁ ସେହି ସହାୟତାବ୍ୟାଙ୍କ ପାସବହି ଜରିଆରେ ପ୍ରଦାନ କରାଯିବାସହ କୋଭିଡ ସହାୟତାର ଦ୍ୱିତୀୟ କିସ୍ତିପ୍ରଦାନର ବ୍ୟବସ୍ଥା କରାଯିବା,ନିର୍ମାଣଶ୍ରମିକମାନଙ୍କର ପଞ୍ଜିକରଣକୁ ତ୍ୱରାନ୍ୱିତ କରିତୁରନ୍ତ କାର୍ଡ ପ୍ରଦାନ କରାଯିବା ଓ ନିର୍ମାଣ ଶ୍ରମିକମାନଙ୍କ ବାର୍ଷିକ ନବୀକରଣକୁ ଉଛେଦ କରାଯାଉ,ରାଜ୍ୟ ସରକାରଙ୍କ ଗୃହ ଓ ନଗରଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୨୮୯୧୫ତା ୬.୧୦.୨୦୧୨ ଅନୁଯାଇ୧୯୯୯ଜଣ ପୈାରସଂସ୍ଥାରଡି.ଏଲ.ଆର.ଏସ. ଓଏନ.ଏମ.ଆର.ଏସ.ଶ୍ରମିକଙ୍କୁ ୱାର୍କଚାର୍ଯ୍ୟରେ ପଦୋନ୍ନତି ପ୍ରଦାନ କରାଯାଇଥିଲେ ମଧ୍ୟ କେନ୍ଦ୍ରାପଡା ପୈାରସଂସ୍ଥାର ଆଜି ପର୍ଯ୍ୟନ୍ତ୧୯୯୩ମସିହାରେ ୫୦ଜଣ ଅସ୍ଥାୟୀ ଶ୍ରମିକଙ୍କୁ ପଦୋନ୍ନତି ଦିଆଯାଇନାହିଁ ।ଏସମ୍ପର୍କରେ ତତକାଳୀନ ଜିଲ୍ଲା ଶ୍ରମଅଧିକାରୀଙ୍କ ପକ୍ଷରୁ ପରିଚୟପତ୍ର ଦେବାପାଇଁ ସେମାନଙ୍କୁ ଚିହ୍ନଟ କରାଯାଇନାହିଁ ।
କେନ୍ଦ୍ରାପଡା ଜିଲ୍ଲାରେ ୧୦ହଜାରରୁ ଉଦ୍ଧ୍ୱର୍ବିଡି ଶ୍ରମିକ ଥିଲେ ମଧ୍ୟ ସେମାନଙ୍କୁ ବିଡିଶ୍ରମିକ ପରିଚୟପତ୍ର ଦିଆଯାଇନାହିଁ କିମ୍ବାସେମାନଙ୍କୁ ଗୃହ ନିର୍ମାଣ ପାଇଁ କେନ୍ଦ୍ରୀୟ ସହାୟତାର ବ୍ୟବସ୍ଥା କରାଯାଉ,ବିଡିଶ୍ରମିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ରଡାକ୍ତରଖାନାର ବ୍ୟବସ୍ଥା କରାଯିବା ପାଇଁଜିଲ୍ଲା ଶ୍ରମ ବିଭାଗ କେନ୍ଦ୍ର ସରକାରଙ୍କୁଅବଗତ କରାନ୍ତୁ ପ୍ରଭୃତି ଦାବୀ ରହିଛି ।ଦାବୀପତ୍ର ପ୍ରଦାନ ସମୟରେ ଶତୃଘ୍ନସ୍ୱାଇଁ,ମୂରଲୀଧର ଦାସ,ଅର୍ଜ୍ଜୁନୀ ନାୟକ,ସୁବାଷଚନ୍ଦ୍ର ସ୍ୱାଇଁଙ୍କ ସମେତ ଶ୍ରମିକ ନେତାମାନେଉପସ୍ଥିତ ଥିଲେ । ଡିଭିଜନାଲ ଶ୍ରମ କମିଶନରଙ୍କସହିତ ଆଲୋଚନା ବେଳେ ପୈାରାଚଂଳର ବିଡିଶ୍ରମିକମାନଙ୍କ ଦାବୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହିଦାବୀପତ୍ରର ନକଲଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ,ବିଜୁ ଶ୍ରମିକସାମ୍ମୁଖ୍ୟର ସାଧାରଣ ସମ୍ପାଦକ ତଥା ରାଜ୍ୟସଭାସାସଂଦ ସୁବାଷ ସିଂ,କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ରାଜ୍ୟ ଶ୍ରମକମିଶନରଙ୍କୁ ପ୍ରଦାନ କରାଯାଇଥିବା ସାମ୍ମୁଖ୍ୟପକ୍ଷରୁ ସୂଚନା ଦିଆଯାଇଛି ।