ଭୁବନେଶ୍ୱର,୨୨ା୧୦ :ବିଗତ ୮ ବର୍ଷ ଧରି ସ୍ପର୍ଶ ହସ୍ପିଟାଲ୍ଏଣ୍ଡକ୍ରିଟିକାଲ୍ କେୟାର୍ ଏବଂ ଲାଇଅନ୍ସ୍ମିନତି ବେହେରା କ୍ୟାନସ୍ର ଫାଉଣ୍ଡନ ସ୍ତରଫରୁ ବିଶ୍ୱ ସ୍ତନ କର୍କଟ ଦିବସ ସଚେତନତା ପାଳନ କରି ଆସୁଅଛି ।ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟହସ୍ପିଟାଲ୍ ପରିସରରେ ସାମାଜିକ ଦୂରତ୍ୱରଖି ଅକ୍ଟୋବର ୨୧ ତାରିଖରେ ବିଶ୍ୱସ୍ତନ କର୍କଟ ଦିବସ ସଚେତନତା ଶିବରିଅନୁଷ୍ଠିତ ହୋଇଥିଲା । ଏହି ଦିବସରେ କର୍କଟରେ ଚିକିସôିତ, ସୁସ୍ଥ ହୋଇଯାଇଥିବା ରୋଗୀମାନଙ୍କୁ ଏବଂତାଙ୍କର ପରିବାରବର୍ଗଙ୍କୁ ସ୍ତନ କର୍କଟରୋଗ ବିଷୟରେ ସଚେତନତା ସହିତ ନୂତନ ଜ୍ଞାନ କୌଶଳ ବିଷୟରେ ଅବଗତ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଲକ୍ଷାଧିକ ରୁ ଅଧିକ ସ୍ତନ କର୍କଟ ରୋଗଚିହ୍ନଟ ହୋଉଛନ୍ତି ।
ଏଥିରେ ଜଣଙ୍କରମୃତ୍ୟୁ ସମ୍ଭାବନା ୫୦-୬୦ ପ୍ରତିଶତ ରହିଥିବାବେଳେ କେବଳ ସଚେତନତା ଏବଂ ପ୍ରାରମ୍ଭିକ ଅବସ୍ଥାରୁ ଚିହ୍ନଟ କରିବାଦ୍ୱାରା ହିଁ ଜଣେ ଏହି ରୋଗରୁ ମୁକ୍ତିପାଇପାରିବେ । ଅଧିକ ମେଦବହୁଳତା,ଧୂମପାନ, ମଦ୍ୟପାନ, ବ୍ୟାୟାମ ଅଭାବ,ଉଚ୍ଚରକ୍ତଚାପ, ଜଙ୍କ୍ଫୁଡ୍, ଦୈନିକଦିନର ଖାଦ୍ୟ ପ୍ରଣାଳିରେ ଅସ୍ଥିରତା,ମାନସିକ ସ୍ତରରେ ଅସ୍ଥିରତା, ଶିଶୁମାନଙ୍କୁସ୍ତନପାନ କରାଉନଥିବା ମହିଳାମାନେ,ହରମୋନରେ ଅସ୍ଥିରତା, ଡେରିରେବିବାହ ଏବଂ ମାତୃତ ଲାଭକରିବା ମହିଳାଙ୍କଠାରେ ସ୍ତନ କର୍କଟ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ପୂର୍ବରୁ ବିଭିନ୍ନ କାରଣରୁ ସ୍ତନ କର୍କଟ ରୋଗ ହେଉଥିାବେଳେ ବର୍ତ୍ତମାନ କ୍ଷତ୍ରରେ ପରିବର୍ତ୍ତିତଜୀବନ ଶୈଳୀ କେତେକାଂଶରେ ଦାୟୀବୋଲି କର୍କଟ ବିଶେଷଜ୍ଞ ପ୍ରଫେସର ଡ଼ା.ଘନଶ୍ୟାମ ବିଶ୍ୱାସ କହିଛନ୍ତି ।
ଯଦିଆଧୁନିକ ଜୀବନ ଶୈଳୀରେ ପରିବର୍ତ୍ତିନ ସମୟରେ ସମସ୍ତଙ୍କ ନିକଟରେ ସଚେତନତା ରହିଲେ ଏହି ରୋଗକୁ କେତେକାଂଶରେ ଏଡାଇ ଦେଇପାରିବେ । ବର୍ତ୍ତମାନ ମେମୋଗ୍ରାଫି ମେସିନ୍ ଦ୍ୱାରାଏହାକୁ ସହଜରେ ଚିହ୍ନଟକରାଯାଇପାରୁଛି । ଏହି ସଚତନତାଶିବରି ରେ ଡ଼ା.ସ୍ୱପ୍ନା କବରାଜ (ରଞ୍ଜନରଶ୍ମି ଚିକିସôକ) ଏବଂ ପୁସ୍ପଲତାସେଠୀ (ସେବିକା) ଙ୍କୁ ଲାଇଅନ୍ସ୍ ମିନତିବେହେରା କ୍ୟାନସ୍ର ଫାଉଣ୍ଡନ ସ୍ତରଫରୁ ସମ୍ମାନିତ କରାଯାଇଥିଲା । ଏହିସଚେତନତା ଶିବିରରେ ସ୍ପର୍ଶ ହସ୍ପିଟାଲ୍ରମୁଖ୍ୟ ପରିଚାଳନ କାର୍ଯ୍ୟ ନିର୍ବହୀନିଦେ୍ର୍ଦଶକ ପ୍ରଫେସର ଡ଼ା. ଘନଶ୍ୱାମବିଶ୍ୱାସ, ଅଧୀକ୍ଷକ ଡ଼ା. ଶୁସାନ୍ତ କିଶୋରନାୟକ, କର୍କଟ ବିଭାଗର ଡ଼ା. ଭରତଦାସ, ଡ଼ା. ଦେବାଶିଷ ଦାସ, ଡ଼ା. ଶୁବାଷଚନ୍ଦ୍ର ଜେନା ଏବଂ ଲାଇଅନ୍ସ୍ ମିନତି ବେହେରା କ୍ୟାନସ୍ର ଫାଉଣ୍ଡନସ୍ ଅଧ୍ୟକ୍ଷଡ଼ା. ସୂର୍ଯ୍ୟ ନାରାୟଣ ବେହେରା ଏବଂସମ୍ପାଦକ ଶୁଚିସ୍ମିତା ପୃଷ୍ଟି ଉପସ୍ଥିତ ଥିଲେଏବଂ ଲାଇଅନ୍ସ୍ ମିନତି ବେହେରାକ୍ୟାନସ୍ର ଫାଉଣ୍ଡନସ୍ ସମ୍ପାଦକ ଶୁଚିସ୍ମିତାପୃଷ୍ଟି ସଭାକୁ ଧନ୍ୟବାଦ ଅର୍ପଣକରିଥିଲେ ।