19 C
Bhubaneswar
Tuesday, November 24, 2020

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ସମ୍ପର୍କରେ ସିପିଆଇଏମ୍ ନିଷ୍ପତି ।

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଭୁବନେଶ୍ୱର, ୨୨/୧୦:ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନ ସଭା ଆସନନିମନ୍ତେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ସାଂପ୍ରଦାୟିକତାବାଦୀ କର୍ପୋରେଟ ସପକ୍ଷବାଦୀ ବିଜେପି ଓ ଏହାର ଅଘୋଷିତ ସହଯୋଗୀ ବିଜେଡି ଦଳକୁ ପ୍ରତ୍ୟାଖ୍ୟାନ କରିବାକୁ ସି.ପି.ଆଇ.(ଏମ୍) ଓଡିଶ ରାଜ୍ୟକମିଟି ଆହ୍ୱାନ ଜଣାଇଛି ।୨୦୧୯ ନିର୍ବାଚନରେ ବିଜେପି କେନ୍ଦ୍ରସରକାର ରେ ଅଧିଷ୍ଠିତ ହେବା ପରେ ଦେଶରସଂଖ୍ୟାଲଘୁ ସଂପ୍ରଦାୟ, ଦଳିତ ମହିଳାଆଦିଙ୍କ ଉପରେ ଆକ୍ରମଣ ଆହୁରିଯୋରଦାର ହୋଇଛି । ସାଂପ୍ରଦାୟିକ ଓଭେଦଭାବମୁଳକ କାର୍ଯ୍ୟକଳାପ ବୃଦ୍ଧି ପାଇଛିା କର୍ପୋରେଟ୍ ସପକ୍ଷବାଦୀ ଆର୍ଥିକ ନିତୀଯୋଗୁଁ ପୂର୍ବରୁ ଦେଶର ଅର୍ଥନୀତିରେ ଘୋରଅବନତି ଦେଖା ଦେଇଥିଲା । ବର୍ତ୍ତମାନକରୋନା ମହାମରୀ କାଳରେ ଅର୍ଥନୀତିଆହୁରି ସଂଗୀନ ହୋଇ ପଡିଛି ।

ପ୍ରତ୍ୟେକପରିବାରକୁ ୧୦ କେଜି ଖାଦ୍ୟ ଶସ୍ୟମାଗଣାରେ ଛ’ମାସ ପର୍ଯ୍ୟନ୍ତ ଯୋଗାଇବାଏବଂ ଆୟକର ଦେବା ପରିସର ବାହାରେଥିବା ସମସ୍ତ ପରିବାରକୁ ମାସିକ ୭୫୦୦ଟଙ୍କା କରି ଛ’ମାସ ଯାଏଁ ପ୍ରଦାନ କରିବାପରି ସର୍ବନିମ୍ନ ଦାବୀକୁ ମଧ୍ୟ କେନ୍ଦ୍ର ବିଜେପିସରକାର ପ୍ରତ୍ୟାଖ୍ୟାନ କରିଛି । ଅନ୍ୟ ଦିଗରେବଛା ବଛା ଅତ୍ୟଧିକ ଧନୀକ ପରିବାରରସମ୍ପତ୍ତି ଓ ମୁନାଫା ବୃଦ୍ଧିକୁ ସୁନିଶ୍ଚିତକରାଯାଇଛି । ସ୍ୱାଧୀନତା ପରେ ପ୍ରଚଳିତ ଶ୍ରମଓ ଶ୍ରମିକ ସମ୍ପର୍କିତ ୪୪ଟି ଶ୍ରମ ଆଇନକୁଅକାମୀ କିମ୍ବା ବ୍ୟାପକ ସଂଶୋଧନ କରି ୪ଟିଦନ୍ତହୀନ କୋର୍ଡରେ ପରିଣତ କରିବା ଯୋଗୁଁଶ୍ରମିକ ଓ କର୍ମଚାରୀମାନେ ଯତ୍ କିଞ୍ଚôତଆଇନଗତ ସୁରକ୍ଷା ପାଉଥିଲେ ସେଥିରୁବଞ୍ଚôତ ହୋଇଛନ୍ତି । ସେହିପରି ନିକଟରେପାର୍ଲାମେଣ୍ଟରେ ଅତ୍ୟାବଶ୍ୟକ ସାମଗ୍ରୀର ଆଇନରେ ସଂଶୋଧନ ଏବଂ ନୂତନ କୃଷିଆଇନ ଯୋଗୁଁ କୃଷି କ୍ଷେତ୍ର ଏବଂକୃଷକମାନଙ୍କୁ ଗଭୀର ସଂକଟ ମଧ୍ୟକୁଠେଲିଦିଆଯାଇଛି ।

ରେଳବାଇ, ବୀମା,ବ୍ୟାଙ୍କ, କୋଇଲା ଆଦି ପ୍ରତିଟି କ୍ଷେତ୍ରକୁଘରୋଇକରଣ କରି ବର୍ଷ ବର୍ଷ ଧରି ଦେଶରଅର୍ଜିତ ସମ୍ପଦକୁ ଘରୋଇ ମାଲିକାନା ହାତକୁଟେକି ଦେବା ବିଜେପି ସରକାରର ଏକଦୈନନ୍ଦିନ ରୁଟିନ କାର୍ଯ୍ୟକ୍ରମ । ବ୍ରିଟିଶସାମ୍ରାଜ୍ୟବାଦୀ ଶାସନ କାଳରେ ପ୍ରତିବାଦ ଓବିରୋଧି କାର୍ଯ୍ୟକ୍ରମକୁ ଦେଶଦ୍ରୋହୀ ଆଖ୍ୟାଦେଇ ଗିରଫ କରାଯାଉଥିଲା । ଆଜି ମଧ୍ୟସେହି ଢାଞ୍ଚାରେ ସମସ୍ତ ପ୍ରତିବାଦ,ବିରୋଧିତା, ସ୍ୱାଧିନ ମତପୋଷଣକୁଦେଶଦ୍ରୋହୀ ଆଖ୍ୟା ଦେଇ ଗରିଫକରାଯାଉଛି । ଦେଶର ସାମ୍ବାଦିକ, ଲେଖକ,ବୁଦ୍ଧିଜୀବି, କଳାକାର, ଛାତ୍ର , ଯୁବକ, ମହିଳା, ରାଜନୈତିକ ସାମାଜିକ କର୍ମୀ ଏଥିରୁ ବାଦପଡୁନାହାନ୍ତି । ଦେଶର ସମ୍ବିଧାନ,ସାମ୍ବିଧାନିକ ସଂସ୍ଥା ଏବଂ ପାର୍ଲାମେଣ୍ଟ ଉପରେହେଉଛି ଯୋରଦାର ଆକ୍ରମଣ । ଏତିକିବେଳେ ଓଡିଶାର ବିଜେଡି ଦଳ ଏକ ଆଞ୍ଚଳିକଦଳ ଭାବେ ବିଜେଡିର ସହଯୋଗୀ ଦଳରୂପେ କାର୍ଯ୍ୟ କରୁଛି । ବିଜେଡି, କୌଣସି ଟିରାଜନୈତିକ ଅର୍ଥନୈତିକ ଓ ସଂପ୍ରଦାୟିକକାର୍ଯ୍ୟକ୍ରମକୁ ବିରୋଧ କରୁନାହିଁ ।

ବରଂଠିକଣା ସମୟରେ ପାର୍ଲାମେଣ୍ଟ ଭିତରେ ସମର୍ଥନ କରିଆସୁଛି । ମୋଦି ସରକାର କ୍ଷମତାସୀନ ହେବା ପରେ ଆରମ୍ଭ ହୋଇଥିବାଏହି କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ହୋଇନାହିଁ । ରାଜ୍ୟ ସ୍ୱାର୍ଥ ରକ୍ଷାକାରୀ ଦଳରୂପେ ନିଜକୁ ପ୍ରତିପାଦିତ କରୁଥିବା ବିଜେଡିଦଳ ରାଜ୍ୟମାନଙ୍କ ଅଧିକାର ଉପରେ କେନ୍ଦ୍ରର ହସ୍ତକ୍ଷେପ ବେଳେ ନିରବ । ଜିଏସଟି ପ୍ରାପ୍ୟରାଜ୍ୟମାନଙ୍କୁ ଦେବାରେ କେନ୍ଦ୍ରର ଅସ୍ୱୀକାର କଲାବେଳେ କିମ୍ବା କରୋନା ମହାମାରୀ ସମୟରେ ରାଜ୍ୟ ଅର୍ଥନୀତି ଦୁର୍ବଳହେବାବେଳେ ପି.ଏମ୍ କେଆର ଫଣ୍ଡ ପରିପ୍ରଧାନମନ୍ତ୍ରୀ ନାମକୁ ବ୍ୟବହାର କରି ଗଠିତଘରୋଇ ଟ୍ରଷ୍ଟ ଫଣ୍ଡରୁ ରାଜ୍ୟକୁ ସାହାଯ୍ୟ ପାଇଁମଧ୍ୟ ଦାବୀ କରୁନାହିଁ । ବରଂ କେନ୍ଦ୍ରସରକାରଙ୍କ ପରି ରାଜ୍ୟରେ ଠିକା ଚାଷବ୍ୟବସ୍ଥା, ଆଠ ଘଣ୍ଟିଆ ଶ୍ରମ ଦିବସକୁ ୧୨ଘଣ୍ଟା କରିବା, ୨ ବର୍ଷ ପର୍ଯ୍ୟନ୍ତ ନୂତନ ନିଯୁକ୍ତିବେଆଇନ କରିବା, ବିଦ୍ୟୁତ୍ ବିତରଣବ୍ୟବସ୍ଥାକୁ ଘରୋଇକରଣ କରିବା ଓଘରୋଇ କମ୍ପାନୀର ମୁନାଫା ସୁନିଶ୍ଚିତକରିବା ପାଇଁ ୟୁନିଟ୍ ପିଛା ୨୦ ପଇସାବିଦ୍ୟୁତ୍ ଶୁଳ୍କ ପ୍ରସ୍ତାକୁ ସମର୍ଥନ କରିଛିବିଜେଡି ଦଳ ।

୨୦୧୯ ମସିହା ସାଧାରଣ ନିର୍ବାଚନ ବେଳେ ବିଜେପି ଓ ଏହାରଅଘୋଷିତ ସହଯୋଗୀ ଓଡିଶାର ବିଜେଡିକୁପରାସ୍ତ କରିବାକୁ ସି.ପି.ଆଇ.(ଏମ୍)ଆହ୍ୱାନ ଦେଇଥିଲା । ତତ୍କାଳୀନ ସମୟରେସି.ପି.ଆଇ.(ଏମ୍)ର ଏହି ରାଜନୈତିକମୂଲ୍ୟାୟନ ଏବଂ ନିର୍ବାଚନୀ କୌଶଳ ସଠିକ୍ବୋଲି ପ୍ରମାଣିତ ହୋଇଛି । ନିର୍ବାଚନପରର୍ତ୍ତୀ ଏହି ୧୮ ମାସର ପରିସ୍ଥିତି ଆହୁରୀଗମ୍ଭୀର ଏବଂ ସଙ୍କଟଜନକ ହୋଇଛି ।ସୁତରାଂ ବିଜେପି ସୃଷ୍ଟି କରିଥିବାଚ୍ୟାଲେଞ୍ଜର ସମ୍ମୁଖୀନ ହେବା, ଦେଶରସମ୍ବିଧାନ ଓ ଧର୍ମନିରପେକ୍ଷତାର ସୁରକ୍ଷାଲାଗି ଆବଶ୍ୟକ ହେଉଛି ସକଳ ବିଜେପିବିରୋଧି ଶକ୍ତିମାନଙ୍କର ମିଳିତ ମୁକାବିଲା ।ନିର୍ବାଚନରେ ବିଜେପି ଓ ଏହାର ଘୋଷିତଏବଂ ଅଘୋଷିତ ସହଯୋଗୀଙ୍କୁ ପରାସ୍ତକରିବା ହେଉଛି ସି.ପି.ଆଇ.(ଏମ୍)ରଆହ୍ୱାନ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେବିଜେଡି ଓ ବିଜେପିି ଦଳର ପ୍ରାର୍ଥୀମାନଙ୍କୁପରାସ୍ତ କରି କଂଗ୍ରେସ ପ୍ରାର୍ଥୀଙ୍କୁ ଉଭୟସ୍ଥାନରେ ବିଜୟୀ କରିବା ପାଇଁସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟିଆହ୍ୱାନ ଜଣାଉଛି ।

- Advertisement -ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ସମ୍ପର୍କରେ ସିପିଆଇଏମ୍ ନିଷ୍ପତି  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ସମ୍ପର୍କରେ ସିପିଆଇଏମ୍ ନିଷ୍ପତି  ।

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...