27.1 C
Bhubaneswar
Friday, July 23, 2021

ବିହାରବାସୀ ପୁଣି ମୋଦି ସରକାରକୁ ନିଶ୍ଚିିତ ସମର୍ଥନ କରିବେ ।

Must read

ଭୁବନେଶ୍ୱର, ୨୨/୧୦;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାରମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରରବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିିତ ସମର୍ଥନ କରିବେ ବୋଲି ସେଠାରେ ନିର୍ବାଚନ ପ୍ରଚାରକରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ବିହାରରବାଙ୍କା, ଭାଗଲପୁର, ପାଟନାରେ ନିର୍ବାଚନ ପ୍ରଚାର କରିବା ପରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦେଶରେ ଅନେକ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦେଶର ବିକାଶ ଦ୍ରୁତଗାମୀ ହୋଇଛି ।

ବିହାର ଠାରୁ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ଗରିବଙ୍କୁ ଘର, ବିଜୁଳି,ଶୌଚାଳୟ ଓ ବିଶୁଦ୍ଧ ପାନୀୟ ଜଳଯୋଗାଇବା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି । କୃଷି, ଉଦ୍ୟୋଗ,ସ୍ୱାସ୍ଥ୍ୟ, ଶିକ୍ଷା ତଥା ସବୁ କ୍ଷେତ୍ରରେ ଉନ୍ନତିହୋଇଛି । ତେଣୁ ଏହି ବିକାଶର କାମକୁଆଗକୁ ନେବା ପାଇଁ ମୋଦି ସରକାରଙ୍କ ଅନୁଗାମୀଙ୍କୁ ଜିତାଇବାର ଆବଶ୍ୟକତାରହିଛି । ଅପରପକ୍ଷରେ କଂଗ୍ରେସ ଦଳପାଖରେ କୌଣସି ପ୍ରସଙ୍ଗ ନାହିଁ । କଂଗ୍ରେସଦଳର ନେତା ପାକିସ୍ତାନର ଭାଷା କହୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପୂର୍ବଭାରତର ବିକାଶ ନହେଲେ ସମଗ୍ରଭାରତର ବିକାଶ ଅସମ୍ଭବ ବୋଲିପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ତେଣୁବିହାର ସମେତ ପୂର୍ବ ଭାରତର ବିକାଶପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତିବଦ୍ଧ ।ସେହିପରି ଭାରତ ଧୀରେଧୀରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ରୂପେ ଉଭା ହେଉଛି ।

ତେବେ ଭାରତକୁ ବିଶ୍ୱଗୁରୁ କରିବା ପାଇଁମୋଦି ସରକାରଙ୍କ ହାତ ମୁଠାକୁ ଅଧିକଟାଣ କରିବାର ଆବଶ୍ୟକତା ରହିଛି । ଏହି ଅବସରରେ ଶ୍ରୀ ପ୍ରଧାନ ଆଗାମୀ ୨୮ତାରିଖରେ ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଶ୍ରୀ ପ୍ରଧାନକହିଛନ୍ତି ବିହାରରକୁ ଆର୍ଥିକ ରୂପେ ସମ୍ପନ୍ନକରି ମୁଖ୍ୟସ୍ରୋତରେ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ଉଦ୍ୟମରତ ।ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହିଁ ବିହାରରେଦୀର୍ଘ ଦିନରୁ ଅଚଳ ପଡିଥିବା ବରୋନିବିଶୋଧନା ଗାରକୁ କାର୍ଯ୍ୟକ୍ଷମ କରାଗଲାା ସେହିପରି ନିକଟରେ ବିହାରରେ ଗ୍ୟାସର ଚାହିଦାକୁ ପୂରଣ କରିବାନିମନ୍ତେ ପାରାଦୀପ-ହଳଦିଆ-ଦୁର୍ଗାପୁର-ମୁଜାଫରପୁର ପାଇପଲାଇନର ବାଙ୍କା ପର୍ଯ୍ୟନ୍ତ ସଂପ୍ରସାରଣ ଏବଂବିହାରର ବାଙ୍କା ଠାରେ ଏଲପିଜି ବଟଲିଂପ୍ଲାଂଟ୍ ଏବଂ ଚମ୍ପାରନରେ ଏଲପିଜିବଟଲିଂ ପ୍ଲାଂଟ୍ର ଲୋକାର୍ପଣ କରାଯାଇଛି ବୋଲି ସେ କହିଛନ୍ତି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article