ଅନୁଗୁଳ, ୨୨/୧୦ : ଛେଣ୍ଡିପଦାବ୍ଲକ ଦୁର୍ଗାପୁର ଗ୍ରାମପଞ୍ଚାୟତର ଜରପଡା-ଛେଣ୍ଡିପଦା ରାସ୍ତା ପାଶ୍ୱର୍ରେ ଅବକାରୀ ବିଭାଗପକ୍ଷରୁ ଏକ ମଦ ଗୋଦାମ ପ୍ରତିଷ୍ଠାକୁ ନେଇ ଦୁର୍ଗାପୁର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ରଅସନ୍ତୋଷ ପ୍ରକାଶ ପାଇଛି । ଆଜି ଗ୍ରାମ୍ୟକମିଟି ନେତୃତ୍ୱରେ ଏକ ପ୍ରତିନିଧି ଦଳଜିଲ୍ଲାପାଳଙ୍କୁ ଭେଟି ଅବିଳମ୍ବେ ମଦ ଗୋଦାମ ନିର୍ମାଣ ବନ୍ଦ କରିବାକୁ ଉଲ୍ଲେଖ କରି ଏକଦାବିପତ୍ର ପ୍ରଦାନ କରିଛନ୍ତି । ଅବକାରୀ ବିଭାଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି । ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଗ୍ରାମରେ ସାଧାରଣତଃ ଚାଷୀ ଓ ଗରିବ ଶ୍ରେଣୀର ଲୋକ ବାସକରନ୍ତି ।
ଅନେକ ଭୂମିହୀନ ପରିବାର ମଧ୍ୟ ଅଛନ୍ତି । କିନ୍ତୁ ଗ୍ରାମବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ ଭୋଗଦଖଲ କରିଆସୁଥିବା ଜମିରେ ମଦ ଗୋଦାମ ନିର୍ମାଣ କରାଯାଉଛି । ଏ ସମ୍ପର୍କରେ ପୂର୍ବରୁ ଗ୍ରାମବାସୀଙ୍କ ପକ୍ଷରୁ ଛେଣ୍ଡିପଦା ଠାରେପୂର୍ବତନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ମଧ୍ୟ ଗ୍ରାମବାସୀ ଲିଖିତଭାବେ ଗୋଦାମ ପ୍ରତିଷ୍ଠା ବନ୍ଦ ପାଇଁ ଜଣାଇଥିଲେ । କିନ୍ତୁ ବନ୍ଦ କରିବା ପରିବର୍ତ୍ତେ ଏପରିକି ଗ୍ରାମବାସୀଙ୍କ ଅଗୋଚରରେ କର୍ତ୍ତୃପକ୍ଷ କାର୍ଯ୍ୟାରମ୍ଭ କରିଛନ୍ତି । ମଦ ଭଳି ଏକ ଅନିଷ୍ଟକାରୀ ଦ୍ରବ୍ୟର ପ୍ରସାର କରାଗଲେ ଗ୍ରାମବାସୀ କ୍ଷତିଗ୍ରସ୍ତ ହେବେ, ଅଞ୍ଚଳର ସାମାଜିକ ପରିବେଶ ନଷ୍ଟ ହେବ ।
ଏଣୁତୁରନ୍ତ ଜନବସତି ନିକଟରେ ନିର୍ମାଣ କରାଯାଉଥିବା ଏହି ଗୋଦାମକୁ ହଟାଯାଉ ବୋଲି ପ୍ରତିନିଧି ଦଳରେ ସାମିଲଥିବା ଗ୍ରାମ୍ୟ କମିଟି ସଭାପତି ବଶିଷ୍ଠ ଦେହୁରୀ,ସମ୍ପାଦକ କାର୍ତ୍ତିକ ସାହୁ, ସୁରେଶ କୁମାରପ୍ରଧାନ, ଚରଣ ବେହେରା, ରବୀନ୍ଦ୍ର ସାହୁ,ମହେଶ୍ୱର ସାହୁ, ଶହଦେବ ଦେହୁରୀ, ଭରତନାଏକ, ଚନ୍ଦନ ସାହୁ ପ୍ରମୁଖ ଦାବି କରିଛନ୍ତି ।