ଭୁବନେଶ୍ୱର,୨୧ା୧୦: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧିଉଲ୍ଲଘଂନ କରିଛି । ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳଏବେ ନିର୍ବାଚନ ବୈତରଣୀ ପାର ହେବା ଲାଗି ବିଭିନ୍ନପନ୍ଥା ଆପଣାଉଛି । ଉପନିର୍ବାଚନ ଜିତିବା ପାଇଁ ସରକାରୀକଳକୁ ଖୋଦ୍ ଶାସକ ଦଳର ମନ୍ତ୍ରୀ ମାନେ ଅପବ୍ୟବହାର କରୁଛନ୍ତି । ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପର୍ଯ୍ୟଟନ ମନ୍ତ୍ରୀଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ବିଜେଡି ବିଧାୟକ ପ୍ରାର୍ଥୀସ୍ୱରୂପ ଦାସ ଭୋଟରଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରିଚାଲିଛନ୍ତି । ବିଭିନ୍ନ ସରକାରୀ ସୁବିଧା ଯୋଗାଇଦେବା ଓ ଅର୍ଥ ଲୋଭ ଦେଖାଇ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଖୁଲମଖୁଲା ଭାବେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଛି ଶାସକ ବିଜେଡି ।
ଏହାବିରୁଦ୍ଧରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ପ୍ରସଙ୍ଗରେ ଏକ ସ୍ମାରକପତ୍ର ପ୍ରଦାନ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।ବାଲେଶ୍ୱର ଉପନିର୍ବାଚନରେ ଭୋଟ ପାଇବା ଲକ୍ଷ୍ୟ ନେଇବିଜେଡି ସରକାରୀ କଳ ଲଗାଇ ରାସ୍ତା କାମ, ନଳକୂପଖନନ କରିବା ସହ ନେସ୍କୋ ସହାୟତାରେ ନୂଆ ବିଦ୍ୟୁତ ଖୁଂଟି ପକାଇ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ ଚଲାଇଛିା ନିର୍ବାଚନ ପ୍ରଚାର ସମୟରେ ଅକ୍ଟୋବର ୧୮ତାରିଖରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଦର ନିର୍ବାଚନମଣ୍ଡଳୀ ପାରିଖି ପଂଚାୟତରେ ବିଦୁ୍ୟତ ସଂଯୋଗୀ କରଣକରିବା, ଟ୍ରାନ୍ସଫରମର ନୂଆ ଲଗାଇବା ଏବଂ ୩ ଫେଜ୍ଲାଇନ ଟଣାଯିବା ନେଇ ଭୋଟରଙ୍କୁ ପ୍ରତିଶୃତି ଦେଇଥିଲେ । ମନ୍ତ୍ରୀଙ୍କ ପ୍ରତିଶୃତିର ଠିକ୍ ଦିନକ ପରେବିନା ଟେଣ୍ଡରରେ ନେସ୍କୋ ପକ୍ଷରୁ ବିଦ୍ୟୁତ ଖୁଂଟି ଏକଗାଡିରେ ଅଣାଯାଇ ଗତକାଲି ବଡଡିହ ରାସ୍ତା କଡରେଥିବା ପୂର୍ବତନ ସରପଂଚ ସୁନିଲ ସେଠୀଙ୍କ ଘର ଆଗରେରଖାଯାଇଛି ।
ଗତ ଦୁଇ ଦିନ ତଳେ ନେସ୍କୋ ଦ୍ୱାରାନୂଆ ଟ୍ରାନ୍ସଫରମର ଲଗାଇ ଶ୍ରୀରାମପୁର ପଂଚାୟତକୁ ବିଦ୍ୟୁତ ସଂଯୋଗ କରାଯାଇଥିଲା । ଏହି ଘଟଣାରେ ନିର୍ବାଚନ ଅଧିକାରୀ ନିରପେକ୍ଷ ତଦନ୍ତ କରି ଶକ୍ତିମନ୍ତ୍ରୀଏବଂ ନେସ୍କୋ କର୍ତୃପକ୍ଷଙ୍କ ବିରୁଦ୍ଧରେ ଥାନାରେ ଏତଲାଦେବା ସହ କାରଣ ଦର୍ଶାଅ ନୋଟିସ ପଠାଇବାକୁପ୍ରତିନିଧୀ ଦଳ ଦାବି କରିଛି ।ସେହିପରି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଏବଂ ବିଜେଡି ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ଗାଁ ଗାଁ ବୁଲିନିର୍ବାଚନ ପ୍ରଚାର କରିବା ସମୟରେ ଭୋଟରଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରିଛନ୍ତି । ଭୋଟରଙ୍କ ପାଇଁ ସରକାର ଯଦିକିଛିି ସୁବିଧା ଯୋଗାଇ ଦେବେନି ତେବେ ସେ ନିଜେସବୁ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଭୋଟରଙ୍କୁ କହୁଛନ୍ତି ।
ନିର୍ବାଚନ ଆଚରଣ ବିଧି ଲାଗୁହେବା ସମୟରେ ଶାସକ ଦଳର ମନ୍ତ୍ରୀ ଭୋଟରଙ୍କୁ ଅର୍ଥବାଂଟିବା, ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରେଇବା ପାଇଁ କହି ପ୍ରଲୋଭନ ଦେଖାଇବା ହେଉଛି ଏକ ଅପରାଧିକ ମାମଲା । ପୂର୍ବରୁ ବିଜେପୁର ଉପନିର୍ବାଚନ ସମୟରେ ବି ଶାସକ ଦଳର ନେତାମାନେ ଭୋଟରମାନଙ୍କୁ ଟଙ୍କା ବାଂଟି ନିର୍ବାଚନକୁ ନିଜ ସପକ୍ଷକୁ ଆଣିଥିଲେ । ଏବେ ପୁଣିଥରେ ବାଲେଶ୍ୱରରେ ଶାସକଦଳର ମନ୍ତ୍ରୀ ସମାନ ପନ୍ଥା ଆପଣାଇ ଭୋଟରଙ୍କୁ ଆକୃଷ୍ଟକରୁଛନ୍ତି ।
ଅପରପଟେ ପ୍ରଚାର ସମୟରେ ଖୋଦ୍ ମନ୍ତ୍ରୀକୋଭିଡ ଗାଇଡଲାଇନକୁ ବି ଉଲ୍ଲଘଂନ କରି ଚାଲିଛନ୍ତିିବୋଲି ବିଭିନ୍ନ ଫଟୋ ଓ ଭିଡିଓରେ ଦୃଶ୍ୟମାନ ହୋଇଛିାଏହି ଘଟଣାରେ ନିର୍ବାଚନ ଅଧିକାରୀ ନିରପେକ୍ଷ ତଦନ୍ତକରି ବାନେଶ୍ୱରରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିଦେ୍ର୍ଦଶ ଦେବା ସହ ନିର୍ବାଚନଆଚରଣ ବିଧି ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିନିଧୀ ଦଳ ଦାବି କରିଛି ।ଏହି ସମସ୍ତ ବେଆଇନ କାର୍ଯ୍ୟର ଫଟୋ ଓ ଭିଡିଓନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରି ଆଗାମୀ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁବିଜେପି ଦାବି କରିଛି ।ଏହି ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସଂପାଦିକାଡ.ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଲିଗାଲ୍ କୋଡିନେଟର ଜୟନ୍ତ ଜେନା ପ୍ରମୁଖସାମିଲ ଥିଲେ ।