26 C
Bhubaneswar
Thursday, April 15, 2021

ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ବୃଦ୍ଧି ।

Must read

ଭୁବନେଶ୍ୱର,୨୨/୧୦:କୋଭିଡ୍- ୧୯ ମହାମାରୀ ମଧ୍ୟରେ ରାଜ୍ୟ ବିଧାନସଭା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନୀ ଖର୍ଚ୍ଚର ସୀମା (ସିଲିଂ) କୁ୧୦% ବୃଦ୍ଧି କରାଯାଇଛି ନିର୍ବାଚନ ଆୟୋଗର ସୁପାରିସ୍ ଆଧାରରେ କେନ୍ଦ୍ରସରକାର ଏପରି ନିଷ୍ପତ୍ତି ଗ୍ରହଣ କରିବାପରେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଥିବା ଆଜି ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ।

ଫଳରେ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ଏବେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ ବାବଦରେ ସର୍ବାଧିକ୩୦.୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ପୂର୍ବରୁ ଏହା ୨୮ ଲକ୍ଷରେ ସୀମିତ ଥିଲା ଉଲ୍ଲେଖଯୋଗ୍ୟ, କୋଭିଡ ମହାମାରୀ ସମୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ର୍ନିବାଚନୀ ଖର୍ଚ୍ଚରେ ୧୦% ବୃଦ୍ଧି କରିବା ପାଇଁ ନିର୍ବାଚନ ଆୟୋଗ ସୁପାରିସ୍କ ରିଥିଲେ ।

ମହାମାରୀ ମଧ୍ୟରେ ରାଲି ଆୟୋଜନ କରିବା ସହିତ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ପ୍ରକାରର କୋଭିଡ୍-୧୯ ପ୍ରତିବନ୍ଧକ ମଧ୍ୟରେ ପ୍ରାର୍ଥୀମାନେ ପ୍ରଚାରରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଧ୍ୟାନରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୁପାରିସ୍ କରାଯାଇଥିଲା ।

ଏହି ନୂତନ ନିଷ୍ପତ୍ତି ଫଳରେ ଏବେରାଜ୍ୟର ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରୁ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ତାଙ୍କରନିର୍ବାଚନ ଖର୍ଚ୍ଚ ବାବଦରେ ସର୍ବାଧିକ୩୦.୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ପୂର୍ବରୁ ଏହା ୨୮ ଲକ୍ଷରେ ସୀମିତ ଥିଲା ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article