35 C
Bhubaneswar
Sunday, May 9, 2021

ବୋନସ୍ ଅନୁମୋଦନକଲା କ୍ୟାବିନେଟ୍ ।

Must read

ନୂଆଦିଲ୍ଲୀ,୨୧ା୧୦:ଦଶହରା ପୂର୍ବରୁ ୨୦୧୯-୨୦୨୦ ବର୍ଷନିମନ୍ତେ କେନ୍ଦ୍ର ସରକାର ବୋନସ୍ ଘୋଷଣା କରିଛନ୍ତି । ଏହି ବୋନସ୍ ୩୦.୬୭ ଲକ୍ଷ ଅଣଗେଜେଟେଡ୍ କର୍ମଚାରୀଙ୍କୁ ଉପକୃତକରିବ । ଏଥିନିମନ୍ତେ ସମୁଦାୟ ୩, ୭୩୭କୋଟି ବ୍ୟୟ ହେବ । କେନ୍ଦ୍ର କ୍ୟାବିନେଟ୍ ଉଭୟ “ପ୍ରଡକ୍ଟିଭିଟି-ଲିଙ୍କ୍ଡ୍ ବୋନସ୍’ ଏବଂ”ପ୍ରଡକ୍ଟିଭିଟି-ଲିଙ୍କଡ୍ ବୋନସ୍’

ଅନୁମୋଦନ କରିଥିବା କଥା ବୁଧବାର ଦିନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଘୋଷଣା କରିଛନ୍ତି । ବିଜୟା ଦଶମୀ ପୂର୍ବରୁ ଗୋଟିଏକିସ୍ତିରେ “ଡାଇରେକ୍ଟ୍ ବେନିଫିଟ୍ଟ୍ରାନ୍ସଫର୍’ ମାଧ୍ୟମରେ ବୋନସ୍ ଟଙ୍କା ପଠାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀକହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ,ଗୋଟିଏ ସପ୍ତାହ ମଧ୍ୟରେ ପ୍ରଦାନ କରାଯିବାକୁ ଥିବା ଏହି ବୋନସ୍ମଧ୍ୟ ବର୍ଗୀୟଙ୍କୁ ଖର୍ଚ୍ଚ ନିମନ୍ତେ ଉତ୍ସାହିତକରିବା । ପ୍ରତିବର୍ଷ ଦଶହରା ପୂର୍ବରୁ ଏହିବୋନସ୍ ଘୋଷଣା କରାଯାଇଥାଏ ।କୋଭିଡ୍-୧୯ ଯୋଗୁଁ ଏ ବର୍ଷ ବୋନସ୍ଘୋଷଣା ବାବଦରେ କେନ୍ଦ୍ର ସରକାରୀ କର୍ମଚାରୀ ମାନେ ଅନିଶ୍ଚିତ ଥିଲେ । କିନ୍ତୁ,ବୁଧବାର ପର୍ଯ୍ୟନ୍ତ ବୋନସ୍ ଘୋଷଣା କରାଯାଇନ ଥିବାରୁ, ଏଥର ବୋନସ୍ ହରାଇବେ ବୋଲିସରକାରୀ କର୍ମଚାରୀମାନେ ଆଶଙ୍କା କରୁଥିଲେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article