21 C
Bhubaneswar
Tuesday, November 24, 2020

ବିଳମ୍ବ ହେଉଛି ୬ କୁଳପତି ନିଯୁକ୍ତି

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୨୧ା୧୦: ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ଯେଉଁ ୬ଟି ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ଚଳିତବର୍ଷର ପ୍ରଥମାର୍ଦ୍ଧରେ ସରିଯାଇଛି ସେଗୁଡ଼ିକ ଲାଗିନୂଆ କୁଳପତି ନିଯୁକ୍ତି ଏ ବର୍ଷ ଶେଷ ସୁଦ୍ଧା ହେବା ସମ୍ଭାବନା କମ୍‍ । ଉକ୍ରଳ, ଫକୀରମୋହନ, ଉତ୍ତର ଓଡ଼ିଶା, ଗଙ୍ଗାଧରମେହେର, ଖଲ୍ଲିକୋଟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେମାନଙ୍କ ଉତ୍ତରାଧିକାରୀ ଚୟନ ହୋଇପାରିନଥିଲା । ତେଣୁ ଏହି ୬ଟି ଯାକ ବିଶ୍ୱବିଦ୍ୟାଳୟରେ ଯେଉଁମାନେ କୁଳପତି ଭାବେ କାର୍ଯ୍ୟ କରୁଥିଲେ ସେମାନଙ୍କ କାର୍ଯ୍ୟକାଳ ୬ ମାସ ପର୍ଯ୍ୟନ୍ତ ବଢ଼ା ଯାଇଥିଲା । ଏହିବର୍ଦ୍ଧିତ ସମୟ ମଧ୍ୟରେ ନୂଆ କୁଳପତି ଚୟନ ହୋଇନ ପାରିବାରୁ ପୁଣିଥରେ ସେମାନଙ୍କ କାର୍ଯ୍ୟକାଳ ବଢ଼ା ଯାଇଛି ।

ପୁରୁଣା ଆଇନ ଆଧାରରେ ଏହି ୬ଟି ଯାକ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା ଏବଂ ସେଥିଲାଗି ଅନେକ ଆଶାୟୀ ପ୍ରାର୍ଥୀ ମଧ୍ୟ ଆବେଦନ କରିଥିଲେ । ନିଯୁକ୍ତି ପ୍ରକ୍ରିୟା ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଆରମ୍ଭ ହୋଇଥିବା ଦୃଷ୍ଟିରୁ ଆଇନାନୁଯାୟୀ ଯେଉଁ ଆଇନ୍‍ ଆଧାରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ସେହି ଆଇନ୍‍ ଆଧାରରେ ପ୍ରାର୍ଥୀ ଚୟନ ଓ ନିଯୁକ୍ତିହେବା କଥା ବୋଲି ଆଇନ୍‍ ବିଶାରଦ ମାନେ ମତ ଦେଉଛନ୍ତି ।କିନ୍ତୁ ଇତିମଧ୍ୟରେ ରାଜ୍ୟ ସରକାର ଗତ ସେପ୍ଟେମ୍ବର ମାସରେ ବିଶ୍ୱବିଦ୍ୟାଳୟ ଆଇନ୍‍ ସଂଶୋଧନ କରି କୁଳପତିମାନଙ୍କ କାର୍ଯ୍ୟକାଳ ୪ ବର୍ଷ ଏବଂ ଏହି ପଦବୀ ଲାଗି ସର୍ବନିମ୍ନ ବୟସସୀମା ୬୫କୁ ବୃଦ୍ଧି କରିଛନ୍ତି ।

ସଂଶୋଧିତ ଆଇନ୍‍ ଆଧାରରେ ପୁନର୍ବାର କୁଳପତି ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇବାରୁ ଏବେ ଆଶାୟୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ି ଯାଇଛି । ଇତିମଧ୍ୟରେ ଉକ୍ରଳ ବିଶ୍ୱବିଦ୍ୟାଳୟ କୁଳପତି ପଦବୀ ପାଇଁ୮୫ ଜଣ ପ୍ରାର୍ଥୀ ଆବେଦନ କରିଥିବା ବେଳେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପାଇଁ ୯୦ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟ ଲାଗି୧୦୫ ଜଣ ପ୍ରାର୍ଥୀ ଦରଖାସ୍ତ କରିଛନ୍ତି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପଦବୀ ପାଇଁ ୬୨ ଜଣ ଆବେଦନ କାରୀଥିବା ବେଳେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ୭୩ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପାଇଁ ୮୧ ଜଣ ଦରଖାସ୍ତ ଦେଇଛନ୍ତି । ବ୍ୟବସ୍ଥା ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀ ଚିହ୍ନଟ ଲାଗି ସର୍ଚ୍ଚ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ମଧ୍ୟ ନିଯୁକ୍ତ ହୋଇଛନ୍ତି । ନୂଆ ଆଇନ୍‍ ଆଧାରରେ ଉଚ୍ଚଶିକ୍ଷା ବିଭାଗ ଏହି ପ୍ରକ୍ରିୟାର ଯାଞ୍ଚ ପରତାଳ କରିବା କଥା ।

ଗୋଟିଏ ପଟେ ବହୁ ସଂଖ୍ୟକ ଆବେଦନ ଆସିଥିବା ବେଳେ ଅନ୍ୟପଟେ କୋଭିଡ୍‍ ମହାମାରୀ ଯୋଗୁ ଆବେଦନ ପତ୍ରଗୁଡ଼ିକର ତ୍ୱରିତ ଯାଞ୍ଚ ହୋଇପାରିନଥିଲା । ତେବେ ଇତିମଧ୍ୟରେ ଆବେଦନ କାରୀମାନଙ୍କ ସଂକ୍ରାନ୍ତରେ ସର୍ଚ୍ଚ କମିଟିକୁ କର୍ତ୍ତୃପକ୍ଷ ବିବରଣୀ ପ୍ରଦାନ କରିଛନ୍ତି । କୁଳପତି ଚୟନ ଲାଗି ମନୋନୟନ କମିଟିରେ ରାଜ୍ୟ ବାହାରୁ ବିଶେଷଜ୍ଞ ସଦସ୍ୟମାନେ ମଧ୍ୟ ରହୁଛନ୍ତି ।ସର୍ଚ୍ଚ କମିଟିର ଯାଞ୍ଚ ଆଧାରରେ ମନୋନୟନ କମିଟି ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ଏବଂ ଅନ୍ୟାନ୍ୟ ମାଧ୍ୟମରେ ଚୟନକରି ବିଶ୍ୱବିଦ୍ୟାଳୟ ୱାରୀ ପ୍ୟାନେଲ୍‍ ପ୍ରସ୍ତୁତ କରିବା । ଏହି ପ୍ୟାନେଲ୍‍ରୁ କୁଳାଧିପତିଙ୍କ ଅନୁମୋଦନ କ୍ରମେ ନିଯୁକ୍ତି ଦିଆଯିବ ।ଏ ସବୁ ପ୍ରକ୍ରିୟା ଶେଷ ହୋଇ ନୂଆ କୁଳପତିମାନେ ନିଯୁକ୍ତି ପାଇବାବେଳକୁ ୨୦୨୧ ମସିହା ଆସି ଯାଇଥିବ ବୋଲି ଆଶଙ୍କା କରାଯାଉଛି

- Advertisement -ବିଳମ୍ବ ହେଉଛି ୬ କୁଳପତି ନିଯୁକ୍ତି

More articles

LEAVE A REPLY

Please enter your comment!
Please enter your name here

- Advertisement -ବିଳମ୍ବ ହେଉଛି ୬ କୁଳପତି ନିଯୁକ୍ତି

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...