37 C
Bhubaneswar
Sunday, March 7, 2021

ବିଜେପି ପ୍ରାର୍ଥୀ ମାନସଙ୍କ ପ୍ରଚାର ଜୋରଦାର ।

Must read

ମୁଥୁଥ ଫାଇନାନ୍ସ ମୁଖ୍ୟ ଏମ.ଜି ଜର୍ଜଙ୍କର ୭୧ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ତାଙ୍କ ଘରର ଚତୁର୍ଥ ମହଲାରୁ ଖସିପଡିବା ପରେ ଶୁକ୍ରବାର ସନ୍ଧ୍ୟାରେ ମୁଥୁଟ୍ ଫାଇନାନ୍ସ କମ୍ପାନୀର ଚେୟାରମ୍ୟାନ୍ ଏମ.ଜି ଜର୍ଜ ମୁଥୁଟଙ୍କ ଦେହାନ୍ତ...

୧୬୮ ରୋହିଙ୍ଗ୍ୟା ଶରଣାର୍ଥୀ ଜମ୍ମୁ କାଶ୍ମୀର ରେ ‘ହୋଲଡିଂ ସେଣ୍ଟର’କୁ ଚାଲିଗଲେ |

ଜମ୍ମୁ କାଶ୍ମୀର: କାଥୁଆର ହିରାନଗର ଉପ-ଜେଲରେ ବିଦେଶୀ ଅଧିନିୟମ ଅନୁଯାୟୀ ଏହା “ହୋଲଡିଂ ସେଣ୍ଟର” ସ୍ଥାପନ କରିବାର ଗୋଟିଏ ଦିନ ପରେ ଜାମ୍ମୁ କାଶ୍ମୀର...

ଆଇଏମଏ ଦେହରାଡୁନରେ ଭାରତୀୟ, ବିଦେଶୀ କ୍ୟାଡେଟଙ୍କ ମଧ୍ୟରେ ଝଗଡା |

ଦେହରାଡୁନ୍: ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଦେହରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (ଆଇଏମ୍ଏ) ରେ ପ୍ରି-କମିଶନ ଟ୍ରେନିଂ ନେଉଥିବା ଭାରତୀୟ ଏବଂ ବିଦେଶୀ କ୍ୟାଡେଟ୍ଙ୍କ...

ପଞ୍ଜାବ ବିଧାନସଭା ଚାଷ ଆଇନ ବିରୁଦ୍ଧରେ ସଂକଳ୍ପ ପାରିତ କରିଛି

ପଞ୍ଜାବ: ବିଧାନସଭା ଶୁକ୍ରବାର ଦିନ ଏକ ସଂକଳ୍ପ ପାରିତ କରି କୃଷକ ଏବଂ ପଞ୍ଜାବର ସ୍ୱାର୍ଥରେ ଚାଷ ଆଇନକୁ ସର୍ତ୍ତମୂଳକ ପ୍ରତ୍ୟାହାର କରିବାକୁ...

ବାଲେଶ୍ୱର,୨୧/୧୦(ନି.ପ୍ର): ଚଳିତ ବାଲେଶ୍ୱର ସଦର ଉପ-ନର୍ବାଚନର ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ସମେତ ଦଳୀୟ କର୍ମକର୍ତ୍ତାଙ୍କ ପକ୍ଷରୁ ପ୍ରଚାର କ୍ରମଶଃ ଜୋରଦାର ହେବାରେ ଲାଗିଛି । ଆଜି ଦିନ ତମାମ ବାଲେଶ୍ୱର ସହରର ବିଭିନ୍ନ ଅଞ୍ଚଳରେ ଏହି ପ୍ରଚାର କାର୍ଯ୍ୟ ଜାରି ରହିଥିବା ଦେଖିବାକୁ ମିଳିଥିଲା । ସକାଳେ ପ୍ରଥମେ ରାଣୀ ପାଟଣାରେ ଏହି ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ନୂଆବଜାର, ଗୋପାଳଗାଁ, ମାନସିଂବଜାର, ବାରବାଟୀ ପ୍ରଭୃତି ସ୍ଥାନରେ ଡୋର କ୍ୟାମ୍ପନିଂ ସହ ବୈଠକଓ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା ।

ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରଚାର କାର୍ଯ୍ୟରେ ପ୍ରାର୍ଥୀଶ୍ରୀ ଦତ୍ତଙ୍କ ସମେତ ଧାମନଗରର ବିଜେପି ବିଧାୟକ ବିଷ୍ଣୁ ସେଠୀ, ବିଜେପି ରାଜ୍ୟମୁଖପାତ୍ର ସତ୍ୟବ୍ରତ ପଣ୍ଡା, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଂଗଠକ ବିପିନ ବିହାରୀ ଦାସ, ଜିଲ୍ଲା ମିଡିଆ ପ୍ରଭାରୀ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ପାତର ଅନ୍ତର ନୀତିର ଊଦ୍ଧ୍ୱର୍ରେ ରହି ସମସ୍ତ ସରକାରୀ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ବକ୍ତାମାନେ କହିଥିଲେ ।

ସନ୍ଧ୍ୟାରେ ରାଣୀ ପାଟଣାଠାରେ ଆୟୋଜିତ ଏକନିର୍ବାଚନୀ ସଭା ଓ କର୍ମୀ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପ୍ରାର୍ଥୀଶ୍ରୀ ଦତ୍ତ, ବିଜେପି ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ୍ ମିଶ୍ର, ସୀତାକାନ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ବିଜେଡି ସରକାରରେ ବୃଦ୍ଧି ପାଇଥିବା ଦୁର୍ନୀତି ଓ ପ୍ରତିଟି ଯୋଜନାରେ ହେଉଥିବା ପାତରଅନ୍ତ ନୀତିରୁ ଉପେକ୍ଷିତ ଲୋକଙ୍କୁ ରକ୍ଷା କରିବାକୁ ଏକମାତ୍ର ପ୍ରାର୍ଥୀ ସ୍ୱର୍ଗତମଦନ ମୋହନ ଦତ୍ତଙ୍କ ସୁପୁତ୍ର ମାନସ ଦତ୍ତଙ୍କୁ ଭୋଟ ଦେବା ପାଇଁ ସମସ୍ତେ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଚିତ୍ରାନନ୍ଦ ଦାସ ସଭାପତିତ୍ୱ କରିଥିଲେ ।

- Advertisement -ବିଜେପି ପ୍ରାର୍ଥୀ ମାନସଙ୍କ ପ୍ରଚାର ଜୋରଦାର ।

More articles

LEAVE A REPLY

Please enter your comment!
Please enter your name here

- Advertisement -ବିଜେପି ପ୍ରାର୍ଥୀ ମାନସଙ୍କ ପ୍ରଚାର ଜୋରଦାର ।

Latest article

ମୁଥୁଥ ଫାଇନାନ୍ସ ମୁଖ୍ୟ ଏମ.ଜି ଜର୍ଜଙ୍କର ୭୧ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ତାଙ୍କ ଘରର ଚତୁର୍ଥ ମହଲାରୁ ଖସିପଡିବା ପରେ ଶୁକ୍ରବାର ସନ୍ଧ୍ୟାରେ ମୁଥୁଟ୍ ଫାଇନାନ୍ସ କମ୍ପାନୀର ଚେୟାରମ୍ୟାନ୍ ଏମ.ଜି ଜର୍ଜ ମୁଥୁଟଙ୍କ ଦେହାନ୍ତ...

୧୬୮ ରୋହିଙ୍ଗ୍ୟା ଶରଣାର୍ଥୀ ଜମ୍ମୁ କାଶ୍ମୀର ରେ ‘ହୋଲଡିଂ ସେଣ୍ଟର’କୁ ଚାଲିଗଲେ |

ଜମ୍ମୁ କାଶ୍ମୀର: କାଥୁଆର ହିରାନଗର ଉପ-ଜେଲରେ ବିଦେଶୀ ଅଧିନିୟମ ଅନୁଯାୟୀ ଏହା “ହୋଲଡିଂ ସେଣ୍ଟର” ସ୍ଥାପନ କରିବାର ଗୋଟିଏ ଦିନ ପରେ ଜାମ୍ମୁ କାଶ୍ମୀର...

ଆଇଏମଏ ଦେହରାଡୁନରେ ଭାରତୀୟ, ବିଦେଶୀ କ୍ୟାଡେଟଙ୍କ ମଧ୍ୟରେ ଝଗଡା |

ଦେହରାଡୁନ୍: ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଦେହରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (ଆଇଏମ୍ଏ) ରେ ପ୍ରି-କମିଶନ ଟ୍ରେନିଂ ନେଉଥିବା ଭାରତୀୟ ଏବଂ ବିଦେଶୀ କ୍ୟାଡେଟ୍ଙ୍କ...

ପଞ୍ଜାବ ବିଧାନସଭା ଚାଷ ଆଇନ ବିରୁଦ୍ଧରେ ସଂକଳ୍ପ ପାରିତ କରିଛି

ପଞ୍ଜାବ: ବିଧାନସଭା ଶୁକ୍ରବାର ଦିନ ଏକ ସଂକଳ୍ପ ପାରିତ କରି କୃଷକ ଏବଂ ପଞ୍ଜାବର ସ୍ୱାର୍ଥରେ ଚାଷ ଆଇନକୁ ସର୍ତ୍ତମୂଳକ ପ୍ରତ୍ୟାହାର କରିବାକୁ...

ରିକ୍ସା-ପଲର୍, ଲେଖକ ପରେ, ବାଇପାରୀ ନୂତନ ଭୂମିକା ପାଇଁ ପ୍ରସ୍ତୁତ

ପଶ୍ଚିମବଙ୍ଗ: ତାଙ୍କର ୨୦ ଦଶକର ଶେଷ ଭାଗରେ, ନକ୍ସଲ ରାଜନୀତିରେ ଅସନ୍ତୁଷ୍ଟ, ଯାହା ଏକଦା ସମାନତାର ପ୍ରତିଜ୍ ପାଇଁ ତାଙ୍କୁ ନିବେଦନ କରିଥିଲା, ଯେତେବେଳେ ମନୋରଂଜନ ବାଇପାରୀ ପୁଣିଥରେ...