27.1 C
Bhubaneswar
Tuesday, June 15, 2021

ଗରିବଙ୍କ ରାସନ ସାମଗ୍ରୀ ହଡ଼ପକରୁଛନ୍ତି ବିଭାଗୀୟ ଅଧିକାରୀ ।

Must read

ପୋଲସରା,୨୧ ।୧୦: ଗରିବଙ୍କ କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ରାସନ କାର୍ଡଧାରୀଙ୍କୁଖାଦ୍ୟ ସାମଗ୍ରୀ ଯୋଗାଉଉଛନ୍ତି । ହେଲେ ଗରିବଙ୍କ ରାସନ ସାମଗ୍ରୀକୁ ଲୁଟିନେଉଛନ୍ତି ବିଭାଗୀୟ ଅଧିକାରୀ । ଏଭଳି ଅଭିଯୋଗ ଆସିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମଜିଲ୍ଲା ବୁଗୁଡା ଏନଏସିରେ ବସବାସ କରୁଥିବା ୧୩ ଟି ୱାର୍ଡର ଗରିବ ଲୋକଙ୍କୁ ଚିହ୍ନଟକରି ରାସନ ସାମଗ୍ରୀ ଯୋଗାଉଛନ୍ତି ସରକାର ।

କିନ୍ତୁ ସରକାରୀ ବାବୁଙ୍କ ବାଟମାରଣାନୀତି ଯୋଗୁଁ ଯୋଜନାର ସୁଫଳ ପାଇ ପାରୁନାହାଁନ୍ତି ହିତାଧିକାରୀ । ଯାହା ଫଳରେ ଡିଲର ଓ ଯୋଗାଣ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ·ଲିଛି ହରିଲୁଟ୍ । ଯାହାକୁ ନେଇପ୍ରତେକ ରାସନ କାର୍ଡ ପିଛା ଦୁଇକିଲୋ ଗହମ ୫କିଲୋ ଚାଉଳ କାଟୁଥିବା ଅଭିଯୋଗକରିଛନ୍ତି ହିତାଧିକାରୀ । ହେଲେ ଯେଉଁଠି ଲାଇସେନ୍ସ ପ୍ରାପ୍ତ ଡିଲର ରହି ରାସନ ସାମଗ୍ରୀ ଯୋଗାଇବା କଥା ସେଠି ହିତାଧିକାରୀମାନଙ୍କୁ ଦେଉଛନ୍ତି ଡ଼ିଲରଙ୍କ ସ୍ତ୍ରୀ । ତାହାଲେ ଏଠିକିଭଳି ଚାଲିଛି ସରକାରୀ ବାବୁ ଓ ଡ଼ିଲରଙ୍କ ମଧୁଚନ୍ଦ୍ରିକା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ।

ଏଭଳି ଅଭିଯୋଗକୁ ନେଇ ଅନ୍ୟ ଏକ ଡିଲରଙ୍କୁ ପ·ରିବାରୁ ବ୍ଲକ ଯୋଗାଣ ଅଧିକାରୀଙ୍କନିଦେ୍ର୍ଦଶରେ କାର୍ଡ ପିଛା ଦୁଇକିଲୋ ଗହମ ଏବଂ ·ଉଳ କାଟିବା ପାଇଁ କହିଛନ୍ତି ।ସେପଟେ ଯୋଗାଣ ଅଧିକାରୀଙ୍କ ପାଖକୁ ଅନେକ ଥର ଯାଇଛନ୍ତି ହିତାଧିକାରୀ କିନ୍ତୁଅଧିକାରୀଙ୍କ କାର୍ଯ୍ୟାଳୟରେ ଅଧିକାଶଂ ସମୟଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି । ତେବେ ଘଟଣା ସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article