30 C
Bhubaneswar
Friday, May 14, 2021

ରାସ୍ତା ଖାଲଖମା ଯୋଗୁଁ ମରଣଯନ୍ତା ପାଲଟିଛି ।

Must read

ମାଲକାନଗିରିତା,୨୧/୧୦:ମାଲକାନଗିରିରୁ ମୋଟୁ ୩୨୬ ନମ୍ବରଜାତୀୟ ରାଜପଥ । ରାସ୍ତା ନିର୍ମାଣ ପାଇଁଦୀର୍ଘଦିନ ହେଲା ପଡ଼ିରହିଛି ୨୭ କୋଟି୪୨ ଲକ୍ଷ ଟଙ୍କା । ଟେଣ୍ଡର ଓ ଏଗ୍ରିମେଣ୍ଟହେବା ପରେ ବି ଆରମ୍ଭ ହେଉନିମାଲକାନଗିରିରୁ ମୋଟୁ ରାସ୍ତା କାମ ରାଞ୍ଚି-ବିଜୟୱଡାକୁ ଲମ୍ବିଥିବା ଏହି ମୁଖ୍ୟରାସ୍ତାର ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଗଡ଼ିଆ ପାଲଟିଛି । ଫଳରେ ଏହିରାସ୍ତାରେ ଦିନକୁ ଦିନ ବଢି ·ଲିଛିଦୁର୍ଘଟଣା । ଦୀର୍ଘ ବର୍ଷ ହେଲା ଏନ୍ଏଚ୍ବିଭାଗ ପକ୍ଷରୁ ଏହାର ରକ୍ଷଣାବେକ୍ଷଣକିମ୍ବା ମରାମତି କରାଯାଉନି ଫଳରେବିଭିନ୍ନ ଜାଗାରେ ଉକ୍ତ ରାସ୍ତାରୁ ପିଚୁଉଠିଯିବା ସହ ରାସ୍ତାରୁ ମେଟାଲ ବାହାରିବର୍ତ୍ତମାନ ରାସ୍ତା ସମୂର୍ଣ୍ଣ ଜରାଜୀର୍ଣ୍ଣଅବସ୍ଥାରେ ପଡି ରହିଛି । ଏହି ରାସ୍ତାରେ ଯାତାୟତ କରୁଥିବା ଲୋକେ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ୟସୂଚନା ଥାଉକି ମାଲକାନଗିରିରୁ ମୋଟୁଏହି ଜାତୀୟରାଜପଥ କାଲିମେଳା, ମୋଟୁସମେତ ପଡୋଶୀ ଅନ୍ଦ୍ର, ଛତିଶଗଡ ଓତେଲେଙ୍ଗାନାକୁ ସଂଯୋଗ କରୁଛି ୟପୂର୍ବରୁ୨୫ ନମ୍ବର ରାଜ୍ୟ ରାଜପଥ ଭାବେ ଏହାରହିଥିଲା । କିଛି ବର୍ଷ ପୂର୍ବେ ଏହା ୩୨୬ ନମ୍ବର ଜାତୀୟ ରାଜପଥର ମାନ୍ୟତାପାଇଛି । ମାଲକାନଗିରି ଜିଲ୍ଲା ଏନ୍ଏଚ୍ବିଭାଗ ପକ୍ଷରୁ ମିଳିଥିବା ସୂଚନାଅନୁଯାୟୀ ଏହି ଜାତୀୟ ରାଜପଥର ରାସ୍ତାନିର୍ମାଣ ନିମନ୍ତେ ବିଭାଗ ପକ୍ଷରୁମାଲକାନଗିରିର ଭୈରବୀ ମନ୍ଦିର ଠାରୁଏମ୍ପିଭି-୧୭ନମ୍ବର ଗାଁ ପର୍ଯ୍ୟନ୍ତ ମୋଟ୧୬ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟପାଇଁ ୧୩କୋଟି ୩୭ ଲକ୍ଷ ଟଙ୍କାର ଏକଟେଣ୍ଡର କରାଯାଇଥିଲା ।

ଏହି କାମକୁମାଲକାନଗିରିର ରାମଚନ୍ଦ୍ର ସିଂ ନାମକଜଣେ ଠିକାଦାର ଗତ ମାର୍ଚ୍ଚ ମାସ ୧୭ତାରିଖରେ ପାଇଛନ୍ତି । ସେହିପରି ଏହିରାଜପଥର ଏମ୍ପିଭି-୧୭ ଠାରୁକାଲିମେଳା ସହର ଦେଇ ଏମ୍ପିଭି-୧୨୭ ନମ୍ବର ଗାଁ ପର୍ଯ୍ୟନ୍ତ ନୂତନ ରାସ୍ତାନିର୍ମାଣ ପାଇଁ ୧୪ କୋଟି ୫ ଲକ୍ଷ ଟଙ୍କାରବିଭାଗ ପକ୍ଷରୁ ଟେଣ୍ଡେର ହୋଇଥିଲା ।ଗତ ଏପ୍ରିଲ ୧୬ ତାରିଖରେ ଏହି କାର୍ଯ୍ୟଛତିଶଗଡରାଜ୍ୟର ରାୟପୁର ବିଏମ୍ସିପ୍ରୋଜେକ୍ଟକୁ ମିଳିଛି । ମାଲକାନଗିରି ରୁକାଲିମେଳା -ମୋଟୁ ଏହି ରାଜପଥର ମୋଟ ୭୨ କିଲୋମିଟର ରାସ୍ତା ନିର୍ମାଣପାଇଁ ମୋଟ ୨୭ କୋଟି ୪୨ ଲକ୍ଷଟଙ୍କାର ଟେଣ୍ଡେର ପ୍ରକ୍ରିୟା ଓ କାମପାଇଥିବା ଠିକାଦାର ମାନଙ୍କ ସହ ବିଭାଗପକ୍ଷରୁ ଗତ ସେପ୍ଟେମ୍ବର ମାସରେ ଶେଷହୋଇ ସାରିଥିବ ଏନ୍ଏଚ୍ ବିଭାଗରକନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସାହୁକହିଛନ୍ତି ।

ବର୍ତ୍ତମାନ ଲାଗି ରହିଥିବା ବର୍ଷାଓ ସାମ୍ଭବ୍ୟ ଲଘୁ·ପ ଯୋଗୁଁ କାମ ହୋଇପାରିନି ୟଦୁର୍ଗାପୂଜା ପରେ ରାସ୍ତା ନିର୍ମାଣକାର୍ଯ୍ୟ ଆରମ୍ଭ କରାଯିବ ବୋଲି କନିଷ୍ଠଯନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି । ବର୍ତ୍ତମାନରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଗତକାଲି ଏମ୍ଭି-୭୬ ନମ୍ବରଗାଁର କିଛି ଯୁବକ ରାସ୍ତା କଡରୁ ମାଟିଅ ।ଣି ରାଜପଥରେ ଥିବା ଖାଲ ଖମାଗୁଡିକୁ ପୋତୁଥିବା ଦେଖିବାକୁ ମିଳିଛି । ତେବେ ଦେଖିବାକୁ ବାକି ରହିଲାବିଭାଗ ପକ୍ଷରୁ କେବେ ରାସ୍ତା ନିର୍ମାଣକରଯାଉଛି ଓ ଜିଲ୍ଲାବାସୀ କେବେ ଏହିରାସ୍ତକୁ ନେଇ ଭୋଗୁଥବା ଦୁର୍ଦଶାରୁବଞ୍ଚିତ ହେଉଛନ୍ତି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article