27.1 C
Bhubaneswar
Friday, July 23, 2021

ପାର୍ବଣ ଋତୁରେ ସଂକ୍ରମଣ ଭୟ ଅଛି ।

Must read

ଭୁବନେଶ୍ୱର,୨୦ା୧୦ ଆଗାମୀ ଦଶହରା ଓ ଦୀପାବଳି ଅବସରରେ ଲୋକେ ଅଧିକ ସତର୍କ ହେବାଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଆଜି ଓଡ଼ିଶାବାସୀଙ୍କ ଉଦେ୍ଦଶ୍ୟରେ ଉଦବୋଧନ ଦେଇମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତଦିନଗୁଡ଼ିକରେ ଆମେ କରୋନାକୁ ନିୟନ୍ତ୍ରଣ କରିପାରିଥିବା ବେଳେ ଆଗାମୀ ଦିନରେ ସତର୍କ ନ ହେଲେ ସବୁ ପରିଶ୍ରମ ପାଣିରେପଡ଼ିଯିବ । ତେଣୁ ଲୋକେ ପାର୍ବଣରେ ନିଜନିଜ ଘରେ ରହି ପର୍ବ ପାଳିବା ସହିତ ଅଧିକ ସତର୍କ ହେବାକୁ ସେ ଅନୁରୋଧ କରିଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ସାତମାସ ହେଲା ଓଡିଶା କରୋନା ବିରୋଧରେ ଲଢେଇ ଜାରି ରଖିଛି । ଏଥିପାଇଁ ଲୋକମାନଙ୍କୁ ଅନେକ କଷ୍ଟ, ଅନେକ ତ୍ୟାଗସ୍ୱୀକାର କରିବାକୁ ହେଉଛି । ବିଶେଷକରି ଆମର ପିଲାମାନେ ଓ ବୟସ୍କ ଲୋକମାନଙ୍କୁଘରେ ରହିବାକୁ ପଡୁଛି । ପିଲାମାନେ ସ୍କୁଲସାଙ୍ଗସାଥୀ ଓ ଖେଳିବାର ମଜାନେଇପାରୁନାହାନ୍ତି । ବୟସ୍କ ଲୋକ ଏବଂପିଲାମାନେ ଘରେ ରହିବା ଦ୍ୱାରା ଆମେକରୋନା ବିରୋଧରେ ଲଢେଇକୁ ଭଲଭାବରେ ଲଢିପାରିବା ।

ମୁଁ କହିବାକୁ ·ହେଁ ଯେ,ଆପଣମାନଙ୍କ ତ୍ୟାଗ ବୃଥା ଯାଇନାହିଁ ।ଓଡିଶା ଗତ ୬ ମାସରେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି ।ଏଥିରେ ରାଜ୍ୟର ସବୁ ନାଗରିକଙ୍କସହଯୋଗ ରହିଛି । ଆପଣମାନେ ମୋରଅନୁରୋଧ ରକ୍ଷା କରି ମାସ୍କ ପିନ୍ଧୁଛନ୍ତି । ହାତ ଧୋଉଛନ୍ତି ଏବଂ ସାମାଜିକ ଦୂରତାବଜାୟ ରଖୁଛନ୍ତ । ଆବଶ୍ୟ କିଛି ଲୋକଟିକେ ଅମାନିଆ ହେଉଛନ୍ତି ସେମାନେ ପରିସ୍ଥିତିକୁ ଠିକ୍ ଭାବରେ ବୁଝିବା ଦରକାର । ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା କମିବା ଆରମ୍ଭକରିଛି ।୨୬ ସେପ୍ଟେମ୍ବରରେ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୪ ହଜାରରୁ ଅଧିକଥିବା ବେଳେ ଆଜି ସଂକ୍ରମଣ ଦୁଇ ହଜାରତଳକୁ ଖସିଛି, ସଂକ୍ରମିତ ହାର ମଧ୍ୟ କମିଛିଏବଂ ଆଗକୁ ଆହୁରି କମିବ । ଆପଣ ଗଞ୍ଜାମ ଓ ଗଜପତି କଥା ଦେଖନ୍ତୁ ।

ଦୁଇମାସ ତଳେ ଗଞ୍ଜାମ ହଟସ୍ପଟ ଥିଲା । ପ୍ରତିଦିନ ଶହ ଶହ ସଂକ୍ରମିତ ବାହାରୁଥିଲା । ଲୋକଙ୍କ ସହଯୋଗ ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି । ଗଞାମ ଓ ଗଜପତିରେ ସଂକ୍ରମଣ ବହୁତ କମିଯାଇଛି ଏବଂ ସେମାନେ ଏବେ ଅନ୍ୟଜିଲ୍ଲା ପାଇଁ ପ୍ରେରଣା ପାଲଟିଛନ୍ତି । କିନ୍ତୁଏଥିରେ ଆତ୍ମସନ୍ତୋଷ କରିବାର କିଛି ନାହିଁ । ତେଣୁ ଆମକୁ କରୋନା ଟୀକା ବାହାରିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବ ।ଆପଣ ୟୁରୋପ କଥା ଦେଖନ୍ତୁ । ସେଠାରେ ମାର୍ଚ୍ଚ-ଅପ୍ରେଲରେ କରୋନା ଭୟଙ୍କର ରୂପ ନେଇଥିଲା । ଅନେକ ଲୋକଜୀବନ ହରାଇଲେ । ତା’ପରେ କରୋନାଟିକେ କମିଥିଲେ ମଧ୍ୟ ଏବେ ପୁଣି ସଂକ୍ରମଣ ବହୁତ ବି ଯାଇଛି ଏବଂ ପୂର୍ବଠାରୁ ଅଧିକ ଭୟଙ୍କର ହୋଇଛି ।

ସେପ୍ଟେମ୍ବର ମାସରେଇଂଲଣ୍ଡରେ ଦୈନିକ ୧୨୦୦ ରୁ ଅଧକକରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେଅକ୍ଟୋବରରେ ଏହା ୧୭ ହଜାରରୁ ଅଧିକହେଲାଣି । ସେହିପରି ଫ୍ରାନ୍ସରେ ୩୧ଅଗଷ୍ଟରେ ୩ହଜାରରୁ ଅଧିକ ସଂକ୍ରମିତଚିହ୍ନଟ ହେଉଥିବା ବେଳେ ୧୦ଅକ୍ଟୋବରରେ ଏହା ୨୬ ହଜାରରୁ ଅଧିକହେଲାଣି । ଆମ ଭାରତ କଥା ଦେଖନ୍ତୁ ।ଆମେରିକା ପରେ ଭାରତ ଏବେକରୋନା ସଂକ୍ରମଣ କ୍ଷେତ୍ରରେ ବିଶ୍ୱରେଦୁଇ ନମ୍ବରରେ ରହିଛି । କେରଳସଫଳତାର ସହିତ କରୋନାସଂକ୍ରମଣକୁ ରୋକିଥିଲା । କିନ୍ତୁ ଓନାମପର୍ବ ପରେ ଏବେ କେରଳରେସଂକ୍ରମଣ ତିନି ଗୁଣ ବି ଯାଇଛି । ବିଶେଷଜ୍ଞମାନେ କହୁଛନ୍ତି ଶୀତ ଋତୁରେକରୋନା ଆହୁରି ଭୟଙ୍କର ରୂପ ନେବ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article