28 C
Bhubaneswar
Thursday, May 6, 2021

୨୨ରେ ୧୫ ମିନିଟ୍ ବିଦ୍ୟୁତ ବ୍ୟବହାରନ କରିବାକୁ ପିସିସି ସଭାପତିଙ୍କ ଅନୁରୋଧ ।

Must read

ଭୁବନେଶ୍ୱର,୧୯ା୧୦; ବିଦ୍ୟୁତ ଉତ୍ପାଦନ ପାଇଁ ଆବଶ୍ୟକ ଥିବାଜଳ, କୋଇଲା ଯଥେଷ୍ଟ ପରିମାଣରେ ସୂର୍ଯ୍ୟକିରଣ ଓ କୁଣ୍ଡା ଉପଲବ୍ଧ ଅଛି । ତେଣୁ ଆମ ରାଜ୍ୟରେ ସବୁଠାରୁ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ କମ୍ ହେବା କଥା । କିନ୍ତୁଯାହା ଉତ୍ପାଦନ ହେଉଛି ୩୫ ପ୍ରତିଶତ ବ୍ୟବସାୟିକ ଏବଂ ବୈଷିୟକ କ୍ଷତିହେଉଛି । ଏହା ଅନ୍ୟାନ୍ୟ କେତେକ ରାଜ୍ୟରେ ବହୁତ କମ୍ କ୍ଷତି । ଏପରିକି ଦିଲ୍ଲୀରେ ଶତକଡ଼ା ୮ ପ୍ରତିଶତକ୍ଷତି ହେଉଛି । ଓଡ଼ିଶାରେ ବେଶି କ୍ଷତିର କାରଣ ଆମସରକାର ଓ ବିଦ୍ୟୁତିକ ବିତରଣ ସଂସ୍ଥାର ଅପାରଗତା

।ସଂସ୍କାର ଆଣିବା ପାଇଁବିଶ୍ୱବ୍ୟାଙ୍କ ଠାରୁ ସହାୟତା ଆଣି ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୨୦୦୦ମସିହାରେ ଏହାକୁ ବନ୍ଦକରିଦିଆଗଲା । ଅପରାଗତା ପାଇଁ ୩୫ ପ୍ରତିଶତ କ୍ଷତିହୋଇଛି । ବିଦ୍ୟୁତ ବିତରଣକାରୀ କମ୍ପାନୀ ଗୁଡ଼ିକୁ ଲାଭ ହେବା ପାଇଁ ବିଦ୍ୟୁତ ଦର ବଢ଼ାଇ ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଛି ।

ଯେଉଁଥିପାଇଁ ୨୦ ପଇସା ବିଦ୍ୟୁତ ଦର ବଢ଼ାଇ ଦିଆଯାଇଛି । ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦ ପାଇଁ ସବୁ ରାଜନୈତିକ ଦଳ ମିଶି ଆସନ୍ତା ୨୨ ଅକ୍ଟୋବର ଗୁରୁବାର ଦିନ ସନ୍ଧ୍ୟ ୬ଘଟିକାରୁ ୬.୧୫ମି. ପର୍ଯ୍ୟନ୍ତ ବିଦୁ୍ୟତ୍ ବ୍ୟବହାର ବନ୍ଦ କରିବା ପାଇଁ ନେଇଥିବା ନିଷ୍ପତିକୁ କଂଗ୍ରେସଦଳ ସମର୍ଥନ କରିଛି । ବିଦୁ୍ୟତ ଦର ବୃଦ୍ଧି ପ୍ରତିବାଦର ସ୍ୱର ସରକାରଙ୍କ ପାଖରେପହଂଚାଇବା ପାଇଁ ୧୫ ମିନିଟ୍ ସ୍ୱଇଚ୍ଛାରେ ବିଦ୍ୟୁତ କାଟ କରିବାକୁ ଓଡ଼ିଶାବାସୀଙ୍କୁ ନିବେଦନ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article