ଭୁବନେଶ୍ୱର,୧୯ା୧୦:ବିଜେପି କ୍ଷମତାରେ ରହୁ କିମ୍ବା ବିରୋଧୀଦଳ ଭୂମିକାରେ ସର୍ବଦା ଗରିବ, ବଂଚିତଏବଂ ଜନଜାତିଙ୍କ ବିକାଶ ପାଇଁ ସମର୍ପିତରହିବ ବୋଲି ସୋମବାର ଭୁବନେଶ୍ୱରରୁଭିଡିଓ କନଫରେନ୍ସିଂ ମାଧ୍ୟମରେ ଛତିଶଗଡ କାର୍ଯ୍ୟକାରିଣୀ ବୈଠକରେ ଯୋଡିହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ଆହ୍ୱାନକୁ ସଠିକ୍ଭାବରେ କ୍ରିୟାନ୍ୱୟନ କରିବା ପାଇଁଦାୟିତ୍ୱ ନେବାକୁ କାର୍ଯ୍ୟକର୍ତା ମାନଙ୍କୁସେ ଆହ୍ୱାନ କରିଛନ୍ତି ।
ଶ୍ରୀ ପ୍ରଧାନକହିଛନ୍ତି ନୂଆ କୃଷି ନୀତି କାରଣରୁ ଛତିଶଗଡ ସମେତ ଭାରତବର୍ଷର ସବୁଚାଷୀମାନେ ଲାଭବାନ ହେବେ । ଏହିନୂଆ ନୀତି ଆସିବା ଦ୍ୱାରା ଚାଷୀମାନେ ଯେକୌଣସି ସ୍ଥାନରେ ନିଜର କୃଷିଜାତ ସାମଗ୍ରୀକୁ ବିକ୍ରି କରି ନିଜ ହିସାବରେସଠିକ୍ ମୂଲ୍ୟପାଇପାରିବେ । ଏହି ନୂଆକୃଷି ନୀତି କଂଟ୍ରାକ୍ଟ ଫାର୍ମିଂକୁ ସୁବିଧାପ୍ରଦାନ କରିବ । ସେହିପରି ଆତ୍ମନିର୍ଭର ଭାରତ ପ୍ୟାକେଜରେ ୧ ଲକ୍ଷ କୋଟିରକୃଷି ଭିତ୍ତିଭୂମି ପାଣ୍ଠି କୃଷି ଭିତ୍ତିଭୂମିକୁମଜବୁତ୍ କରିବ ଏବଂ ଛତିଶଗଡର ଚାଷୀମାନେ ଉତ୍ପାଦିତ ସାମଗ୍ରୀର ସଂରକ୍ଷଣ କରିବା କରିବା ସହ ଅନେକ ସୁବିଧା ପାଇପାରିବେ ।
ପ୍ରଧାନମନ୍ତ୍ରୀଙ୍କକୃଷି ନୀତିରେ ସଂସ୍କାର କାରଣରୁଛତିଶଗଡରେ ରେକର୍ଡ ପରିମାଣର ଧାନଉତ୍ପାଦନ ହେଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କନେତୃତ୍ୱରେ ଆତ୍ମନିର୍ଭର ଭାରତ ଏବଂଲୋକାଲ ଫର୍ ଭୋକାଲ ଭଳି ଉଦ୍ୟମଛତିଶଗଡ ଭଳି ରାଜ୍ୟ ସବୁଠୁ ଅଧିକଲାଭ ନେଇପାରିବ ବୋଲି ସେ କହିଛନ୍ତିା ଅପରପକ୍ଷରେ କରୋନା ମହାମାରୀର ଘଡିସନ୍ଧି ମୁହୂର୍ତରେ ଗରିବ ଓ ଅସହାୟଙ୍କୁଖାଦ୍ୟାନ୍ନ ଦେବା ପାଇଁ ପ୍ରଧାନମନ୍ତ୍ରୀ‘ଗରିବ କଲ୍ୟାଣ ଯୋଜନା’ ଆରମ୍ଭ କରିଭାରତ ଓ କରୋନା ମୁକାବିଲାକୁମଜବୁତ୍ କରିଛନ୍ତି ।
ନିକଟରେ ପ୍ରତିଷେଧକ ଟୀକା ନଆସିବା ପର୍ଯ୍ୟନ୍ତକରୋନା ମୁକାବିଲା କରିବା ପାଇଁପ୍ରଧାନମନ୍ତ୍ରୀ ଏକ ଜନ ଆନ୍ଦୋଳନଆରମ୍ଭ କରିଛନ୍ତି । ଏହି ଅଭିଯାନରେ ପ୍ରଧାନମନ୍ତ୍ରୀ ଦେଶର ସାଧାରଣ ଜନତାଙ୍କୁଠିକ୍ ଭାବରେ ମାସ୍କ ପିନ୍ଧିବା,ସର୍ବସାଧାରଣରେ ଦୁଇ ମିଟର ଦୂରତାଅବଲମ୍ବନ କରିବା ଏବଂ ନିୟମିତବ୍ୟବଧାନରେ ସାବୁନରେ ହାତଧୋଇବା ପାଇଁ ଆହ୍ୱାନ କରିଛନ୍ତି ।ତେବେ ଏହି ଜନଆନେ୍ଦାଳନରେ ସବୁବର୍ଗର ଲୋକଙ୍କୁ ସାମିଲ କରିବା ପାଇଁକାମ କରିବାକୁ କାର୍ଯ୍ୟକର୍ତା ମାନଙ୍କୁ ଶ୍ରୀପ୍ରଧାନ ଆହ୍ୱାନ କରିଛନ୍ତି ।