ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ଭଳି ମହାମାରୀ ସହଲଢ଼ିବା ପାଇଁ ଅନେକ ଟିକା ଉପରେ ପରୀକ୍ଷଣ ·ଲୁ ରହିଥିବାବେଳେ ଏବେ ଟିକା ପ୍ରସ୍ତୁତିକୁ ନେଇ ଏକ ବଡ ଖବର ସାମ୍ନାକୁଅ ।ସିଛି । ଏବେ ନାକରେ ଦିଆଯାଇ ପାରୁଥିବା କରୋନା ଟିକାବାହାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ଖୁବ ଶୀଘ୍ର ଏନେଇ ସେରମ ଇନଷ୍ଟିଚ୍ୟୁଟ ପରୀକ୍ଷା ଆରମ୍ଭ କରିବ ବୋଲିଜଣା ପଡିଛି । ଏ ବିଷୟରେ ସରକାର ସୂଚନା ଦେଇ କହିଛନ୍ତିଯେ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତବାୟୋଟେକ୍ ନିୟାମକ ଅନୁମୋଦନ ପାଇବା ପରେ ନାଜାଲକରୋନାଭାଇରସ୍ ଟିକା(ନାକରେ ଦିଆଯାଇପାରୁଥିବା ଟିକା)ରପରୀକ୍ଷା ଆରମ୍ଭ କରିବେ ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ, ବର୍ତମାନଭାରତରେ କୌଣସି ନାଜାଲ କରୋନାଭାଇରସ୍ ଟିକା ଉପରେପରୀକ୍ଷା କରାଯାଇ ନାହିଁୟ ଭାରତରେ ନାଜାଲ କରୋନାଭାଇରସ୍ଟିକାର ପରୀକ୍ଷଣ ପାଇଁ ଭାରତୀୟ କାଉନସିଲ୍ ଅଫ୍ ମେଡିକାଲରିସର୍ଚ୍ଚ (ଆଇସିଏମଆର) ସହଯୋଗରେ ଭାରତ ବାୟୋଟେକୱାଶିଂଟନ ବିଶ୍ୱବିଦ୍ୟାଳୟ ଏବଂ ସେଣ୍ଟ ଲୁଇସ ବିଶ୍ୱବିଦ୍ୟାଳୟ ସହିତଏକ ଚୁକ୍ତି କରିଛି ।
ଭାରତ ବାୟୋଟେକ୍ ୱାଶିଂଟନ୍ ୟୁନିଭରସିଟିସ୍କୁଲ୍ ଅଫ୍ ମେଡିସିନ୍ ସହିତ କରିଥିବା ଚୁକ୍ତିରେ କରୋନାଭାଇରସ୍ସଂକ୍ରମଣ ସୃଷ୍ଟି କରୁଥିବା ଭୂତାଣୁ ପାଇଁ ଏକ ଇଣ୍ଟ୍ରାନାଜାଲ ଟିକାଉତ୍ପାଦନ କରାଯିବ ଏବଂ ଏହାର ପରୀକ୍ଷଣ ସହ ଏହାକୁ ବଜାରରେମଧ୍ୟ ବିକ୍ରି କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେରମ୍ଇନଷ୍ଟିଚ୍ୟୁଟ୍ ଏବଂ ଭରତ ବାୟୋଟେକ୍ ଖୁବ୍ ଶୀଘ୍ର ଭାରତରେ ନାଜାଲକରୋନାଭାଇରସ୍ ଟିକାର “ଲେଟ-ଷ୍ଟେଜ’ ପରୀକ୍ଷଣ ଆରମ୍ଭକରିବେୟ “ଲେଟ-ଷ୍ଟେଜ’ ପରୀକ୍ଷଣ ସାଧାରଣତଃ ହଜାର ହଜାରସ୍ୱେଚ୍ଛାସେବୀଙ୍କୁ ସାମିଲ କରିଥାଏ, ବେଳେବେଳେ ଏହି ପରୀକ୍ଷଣରେ୩୦,୦୦୦ ରୁ ୪୦,୦୦୦ ସ୍ୱେଚ୍ଛାସେବୀ ସାମିଲ ହୋଇଥାନ୍ତି