36 C
Bhubaneswar
Thursday, March 4, 2021

ପିପିଲି ଉପନିର୍ବାଚନ ପାଇଁ ବଢ଼ିଲାଣି ଉତ୍ସୁକତା ।

Must read

ନିରାପଦ ଅନୁଭବ କରିଛି, ନିରାପଦରେ ଯାତ୍ରା କରିବ: ଜୟଶଙ୍କର |

ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତ ବାୟୋଟେକର କୋଭାକ୍ସିନ୍ର ଏକ ଜାବ୍ ନେଇ କହିଛନ୍ତି ଯେ କୋବିଡ-୧୯ ବିରୋଧରେ ଇନୋକୁସନ ପରେ...

ଗ୍ଲୋବାଲ୍ କୋଭିଡ୍ -୧୯ କ୍ୟାସେଲୋଡ୍ ଟପ୍ ୧୧୪.୪ ମି

ୱାଶିଂଟନ୍:ବିଶ୍ଵ ର କୋଭିଡ୍ -୧୯ ମାମଲାର ମୋଟ ସଂଖ୍ୟା ୧୧୪.୪ ମିଲିୟନରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨.୨୫୩ ମିଲିୟନରୁ ଅଧିକ ହୋଇଛି ବୋଲି ଜନ୍ ହପକିନ୍ସ ୟୁନିଭରସିଟି ଅନୁଯାୟୀ...

ଧର୍ମେନ୍ଦ୍ର ପ୍ରଧାନ ମୂଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଭୁବନେଶ୍ବର: ଓଡିଶାର କୃଷକଙ୍କ ସୁବିଧା ପାଇଁ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକ୍ରିୟାଗତ ଆନୁଷ୍ଠାନିକତାକୁ ଶୀଘ୍ର ପାଳନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ଓଡ଼ିଶାରେ ଏହି...

ସତ୍ୟଜିତ୍ ମହାନ୍ତି ଚେୟାରମ୍ୟାନ୍ ଭାବରେ ଦାୟିତ୍। ଗ୍ରହଣ କରନ୍ତି |

ଭୁବନେଶ୍ବର: ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଡ ସତ୍ୟଜିତ୍ ମହାନ୍ତି ସୋମବାର ଓଡିଶା ଜନସେବା ଆୟୋଗ (ଓପିଏସ୍ସି) ର ଚେୟାରମ୍ୟାନ୍ ଭାବରେ ଦାୟିତ୍। ଗ୍ରହଣ କରିଛନ୍ତି।...

ଭୁବନେଶ୍ୱର,୧୮ା୧୦ ଖାଲିପଡ଼ିଥିବା ପିପିଲି ବିଧାନସଭା ଆସନ ପାଇଁଉପନିର୍ବାଚନ ଘୋଷଣା ଆସନ୍ତା ଡିସେମ୍ବର କିମ୍ବାଜାନୁଆରୀ ମାସରେ ହୋଇପାରେ । ଏହାକୁ ଆଖିଆଗରେ ରଖି ପିପିଲି-ଡେଲାଙ୍ଗ ଅଞ୍ଚଳରେ ରାଜନୈତିକ ତତ୍ପରତା ବୃଦ୍ଧି ପାଇଥିବା ବେଳେଆଶାୟୀ ପ୍ରାର୍ଥୀମାନଙ୍କ ଲବି ମଧ୍ୟ ଆରମ୍ଭହୋଇଯାଇଛି ।ପିପିଲିର ବିଧାୟକ ଥିବା ପୂର୍ବତନ ମନ୍ତ୍ରୀପ୍ରଦୀପ ମହାରଥୀଙ୍କ ଇତିମଧ୍ୟରେ ଆକସ୍ମିକବିୟୋଗ ଘଟିଛି । ୧୯୮୫ରୁ ଏଯାବତ୍‍ମହାରଥୀ ପିପିଲି ରାଜନୀତିରେ ନିଜକୁଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ପ୍ରତିଷ୍ଠା କରିଥିବାବେଳେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣଭୂମିକା ନିଭାଇ ଆସୁଥିଲେ । ଜରୁରୀ ପରିସ୍ଥିତିବେଳେ ପୁରୀ ଏସ୍‍ସିଏସ୍‍ କଲେଜର ଛାତ୍ର ଥାଇସେ ମିଶା ଆଇନ୍‍ ବଳରେ ଗିରଫ ହୋଇଥିଲେ ।

ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଭାରତୀୟ ଜନତା ପାର୍ଟିରେ ତାଙ୍କର ରାଜନୈତିକମୂଳଦୁଆ ପଡ଼ିଥିଲା । ତେବେ ୧୯୮୩ ମସିହାରୁସେ ବିଜେପି ଛାଡ଼ି ବିଜୁବାବୁଙ୍କ ସଙ୍ଗଠନରେସାମିଲ ହେବା ସହ ପରେ ବିଧାୟକ ମଧ୍ୟହୋଇଥିଲେ । ବିଜୁବାବୁଙ୍କ ବିୟୋଗ ପରେ ବିଜୁଜନତା ଦଳ ଗଢ଼ା ଯାଇଥିଲା ଓ ସେବେଠାରୁସେ ମୃତୁ୍ୟ ପର୍ଯ୍ୟନ୍ତ ବିଜେଡିରେ ରହି ୨୦ ବର୍ଷଧରି ଲଗାତର ବିଧାନସଭା ସଦସ୍ୟ ଥିଲେ । ଏହାପୂର୍ବରୁ ବି ସେ ଆଉ ଦୁଇଥର ବିଧାନସଭାକୁନିର୍ବାଚିତ ହୋଇଥିଲେ ।ମହାରଥୀଙ୍କ ମୃତୁ୍ୟପରେ ପିପିଲି-ଡେଲାଙ୍ଗଅଞ୍ଚଳରେ ଯେଉଁ ଭାବପ୍ରବଣ ବାତାବରଣ ସୃଷ୍ଟିହୋଇଛି ସେଥିରୁ ବିଜେଡି ତାଙ୍କ ପରିବାରରୁଜଣଙ୍କୁ ପ୍ରାର୍ଥୀ କରି ବିଧାନସଭାକୁ ଆଣିବା ସହଜହେବ ବୋଲି କୁହାଯାଉଛି ।

ଏହି କ୍ରମରେମହାରଥୀଙ୍କ ପତ୍ନୀ, ପୁତ୍ର ଓ କନ୍ୟାଙ୍କ ନାମ କର୍ମୀମହଲରେ ଚର୍ଚ୍ଚିତ ହେଉଥିବା ବେଳେ ବିଜେଡିକିମ୍ବା ମହାରଥୀଙ୍କ ପରିବାର ପକ୍ଷରୁ ଏଯାବତ୍‍କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଉପନିର୍ବାଚନ ଘୋଷଣା ପରେ ବିଜେଡି ସୁପ୍ରିମୋନବୀନ ପଟ୍ଟନାୟକ ପିପିଲି ପାଇଁ ଦଳୀୟ ପ୍ରାର୍ଥୀଙ୍କସମ୍ପର୍କରେ ଠିକଣା ସମୟରେ ଠିକଣା ନିଷ୍ପତ୍ତିନେବେ ବୋଲି ଦଳୀୟ ନେତାମାନେ କହୁଛନ୍ତି ।ପ୍ରାୟ ଦେଢ଼ବର୍ଷ ତଳେ ଏଠାରେ ହୋଇଥିବା ନିର୍ବାଚନରେ ବିଜେପି ଓ କଂଗ୍ରେସ ନୂଆ ପ୍ରାର୍ଥୀଦେଇଥିଲେ ମଧ୍ୟ ମହାରଥୀଙ୍କ ତୁଳନାରେ ଢେର୍‍କମ୍‍ ଭୋଟ୍‍ ପାଇଥିଲେ । ଏ ଦୃଷ୍ଟିରୁ ପିପିଲିଉପନିର୍ବାଚନ ବିଜେପି ଓ କଂଗ୍ରେସ ପାଇଁ ବଡ଼ଆହ୍ୱାନ ଭାବେ ଉଭା ହୋଇଛି । ଏହି ଦୁଇ ଦଳର ନେତାମାନେ ଏବେ ବାଲେଶ୍ୱର ଓ ତିର୍ତ୍ତୋଲଉପନିର୍ବାଚନରେ ବ୍ୟସ୍ତ ଅଛନ୍ତି ।

ତେବେଉପନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଓକଂଗ୍ରେସ ପୁଣି ନିଜ ନିଜର ସଙ୍ଗଠନକୁ ସଜାଡ଼ିବାକାମରେ ଲାଗିଛନ୍ତି ।ଇତିମଧ୍ୟରେ ମହାରଥୀଙ୍କ ଦଶାହ ଓଏକାଦଶାହ କାର୍ଯ୍ୟକ୍ରମ ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସ୍ଥାନୀୟ ବିଜେଡି ନେତାମାନେ ପ୍ରମୁଖଭୂମିକା ଗ୍ରହଣ କରିଥିଲେ ମଧ୍ୟ ସାଧାରଣ ଜନତାଓ ଅନ୍ୟ ଦଳର ଲୋକଙ୍କୁ ବି ଏହି କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି । ମୋଟାମୋଟି ଭାବେମହାରଥୀଙ୍କ ଶବ ଶୋଭାଯାତ୍ରା ଠାରୁ ଆରମ୍ଭ କରିତାଙ୍କ ଶୁଦ୍ଧି କାର୍ଯ୍ୟକ୍ରମରେ ଯେଭଳି ଭାବାବେଗପରିବେଶ ସୃଷ୍ଟି ହୋଇଛି ସେଥିରୁ ଏଠାରେବିଜେଡିର ବିଜୟ ସମ୍ଭାବନା ଉଜ୍ଜ୍ୱଳ ବୋଲି ଚର୍ଚ୍ଚାଚାଲିଛି । ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନରଫଳାଫଳ ମଧ୍ୟ ପିପିଲି ଉପନିର୍ବାଚନକୁ ପ୍ରଭାବିତକରିପାରେ । ବିଧି ବ୍ୟବସ୍ଥା ଆସନ ଖାଲି ହେବାର୬ ମାସ ମଧ୍ୟରେ ଉପନିର୍ବାଚନ ହେବାକୁ ଥିବାରୁଏଥିପାଇଁ ପିପିଲି ନିର୍ବାଚନମଣ୍ଡଳୀରେ ବିଭିନ୍ନଦଳ ପକ୍ଷରୁ ସଜବାଜ ଚାଲିଛି ।

- Advertisement -ପିପିଲି ଉପନିର୍ବାଚନ ପାଇଁ ବଢ଼ିଲାଣି ଉତ୍ସୁକତା ।

More articles

LEAVE A REPLY

Please enter your comment!
Please enter your name here

- Advertisement -ପିପିଲି ଉପନିର୍ବାଚନ ପାଇଁ ବଢ଼ିଲାଣି ଉତ୍ସୁକତା ।

Latest article

ନିରାପଦ ଅନୁଭବ କରିଛି, ନିରାପଦରେ ଯାତ୍ରା କରିବ: ଜୟଶଙ୍କର |

ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତ ବାୟୋଟେକର କୋଭାକ୍ସିନ୍ର ଏକ ଜାବ୍ ନେଇ କହିଛନ୍ତି ଯେ କୋବିଡ-୧୯ ବିରୋଧରେ ଇନୋକୁସନ ପରେ...

ଗ୍ଲୋବାଲ୍ କୋଭିଡ୍ -୧୯ କ୍ୟାସେଲୋଡ୍ ଟପ୍ ୧୧୪.୪ ମି

ୱାଶିଂଟନ୍:ବିଶ୍ଵ ର କୋଭିଡ୍ -୧୯ ମାମଲାର ମୋଟ ସଂଖ୍ୟା ୧୧୪.୪ ମିଲିୟନରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨.୨୫୩ ମିଲିୟନରୁ ଅଧିକ ହୋଇଛି ବୋଲି ଜନ୍ ହପକିନ୍ସ ୟୁନିଭରସିଟି ଅନୁଯାୟୀ...

ଧର୍ମେନ୍ଦ୍ର ପ୍ରଧାନ ମୂଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଭୁବନେଶ୍ବର: ଓଡିଶାର କୃଷକଙ୍କ ସୁବିଧା ପାଇଁ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକ୍ରିୟାଗତ ଆନୁଷ୍ଠାନିକତାକୁ ଶୀଘ୍ର ପାଳନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ଓଡ଼ିଶାରେ ଏହି...

ସତ୍ୟଜିତ୍ ମହାନ୍ତି ଚେୟାରମ୍ୟାନ୍ ଭାବରେ ଦାୟିତ୍। ଗ୍ରହଣ କରନ୍ତି |

ଭୁବନେଶ୍ବର: ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଡ ସତ୍ୟଜିତ୍ ମହାନ୍ତି ସୋମବାର ଓଡିଶା ଜନସେବା ଆୟୋଗ (ଓପିଏସ୍ସି) ର ଚେୟାରମ୍ୟାନ୍ ଭାବରେ ଦାୟିତ୍। ଗ୍ରହଣ କରିଛନ୍ତି।...

ବିହାର ମୁଖ୍ୟମନ୍ତ୍ରୀମାନେ ଭାରତ ଦୀତୀୟ ପର୍ଯ୍ୟାୟ ଆରମ୍ଭ ହେବାବେଳେ ଟିକା ନେଇଛନ୍ତି ।

ଭୁବନେଶ୍ଵର: ଆଜି ସର୍ବଭାରତୀୟ କୋଭିଡ ଟୀକାକରଣର ଦ୍ଵିତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ହିତାଧିକାରୀ ଭାବରେ ଆରମ୍ଭ ହୋଇଥିବାରୁ ଓଡିଶା ଏବଂ ବିହାରର ମୁଖ୍ୟମନ୍ତ୍ରୀମାନେ ହିତାଧିକାରୀଙ୍କ ମଧ୍ୟରେ ଥିଲେ।...