ପୁରୀ: ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା । ଆଜିଠୁ ଜିଲ୍ଲା ପ୍ରଶାସନତରଫରୁ ଏହି କଟକଣା ହଟାଯାଇଛି ।ଏବେ ପୁରୀ ଜିଲ୍ଲା ବାହାରର ଯେକେହି ନିଜ ଆତ୍ମୀୟଙ୍କ ଶବଦାହ କରିପାରିବେ । ହେଲେ କରୋନାରେମୃତ ବ୍ୟକ୍ତିଙ୍କ ପାଇଁ କଟକଣା ରହିବବୋଲି ଜିଲ୍ଲାପାଳ ବଳୱନ୍ତ ସିଂ ସୂଚନାଦେଇଛନ୍ତି ।
ପୁରୀ ଜିଲ୍ଲାରେ ସଂକ୍ରମଣ କମିଥିବାରୁ କଟକଣା ହଟାଯାଇଛି ।ହେଲେ ଶବଦାହ ବେଳେ କୋଭିଡ ଗାଇଡଲାଇନ ପାଳନ କରାଯିବ । ୨୦ଜଣରୁ ଅଧିକ ଉପସ୍ଥିତ ନ ରହିବା ସହସମସ୍ତେ ମାସ୍କ ପିନ୍ଧିବା ଭଳି ନିୟମପାଳନ କରିବେ ବୋଲି କହିଛନ୍ତି ପୁରୀଜିଲ୍ଲାପାଳ ।ପୂର୍ବରୁ ପୁରୀରେ କରୋନା ସଂକ୍ରମଣବଢୁଥିବା ହେତୁ ସ୍ୱର୍ଗଦ୍ୱାରରେ ଶବଦାହକୁବନ୍ଦ କରାଯାଇଥିଲା । ହେଲେ ଏହିକଟକଣାକୁ ଆଜି ହଟାଇ ଦିଆଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଥିଲେ ଜିଲ୍ଲାପାଳ ।
ବର୍ତମାନ ପୁରୀରେ ସଂକ୍ରମଣ ହାର ଅନ୍ୟଜିଲ୍ଲା ତୁଳନାରେ କମ ଥିବାରୁ କଟକଣାହଟାଯାଇଛି ।ସୂଚନା ମୁତାବକ, କରୋନାସଂକ୍ରମଣକୁ ରୋକିବାକୁ ସ୍ୱର୍ଗଦ୍ୱାରରେବାହାର ଜିଲ୍ଲା ଲୋକଙ୍କ ପ୍ରବେଶଉପରେ କଟକଣା ଲଗାଯାଇଥିଲା ।ପୂର୍ବରୁଏହି କଟକଣା ସେପ୍ଟେମ୍ବର ୩୦ପର୍ଯ୍ୟନ୍ତ ବଳବତର ରହିଥିଲାୟ କିନ୍ତୁପରେ ଏହି କଟକଣାକୁ ଅକ୍ଟୋବର ୩୧ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲାୟ ଏମଧ୍ୟରେ ସଂକ୍ରମଣ କମ ହେଉଥିବା ଦେଖିସମୟସୀମା ପୂର୍ବରୁ କଟକଣାକୁ ହଟାଇଦେଇଛନ୍ତି ଜିଲ୍ଲାପାଳ