30 C
Bhubaneswar
Friday, May 14, 2021

ଭାରତ ସୀମା ନିକଟରେ ମିସାଇଲ୍ ଛାଡିଲା ଚୀନ୍ ।

Must read

ନୂଆଦିଲ୍ଲୀ,୧୮ା୧୦: ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଶେଷହେବାର ନାଁ ନେଉନାହିଁ । ଚୀନ ସେନାପିପୁଲ୍ସ ଲିବେରେସନ ଆର୍ମି ଭାରତୀୟସୀମାର ଅତି ନିକଟରେ ମିସାଇଲଚଲାଇଛି । ରକେଟ ଲଞ୍ଚର ଦ୍ୱାରାଲଗାତାର ଗୋଳାବାରୁଦ ଛାଡିବା ପରେଲଦାଖ ପାହାଡ ଥରି ଉଠିଥିଲା । ଚୀନରଏହି ଯୁଦ୍ଧାଭ୍ୟାସ ପଛରେ ଉଦେ୍ଦଶ୍ୟହେଲା ଭାରତ ଉପରେ ମନୋବୈଜ୍ଞାନିକ·ପ ସୃଷ୍ଟି କରିବା । ଚୀନର ସରକାରୀଖବରକାଗଜ ଗ୍ଲୋବାଲ ଟାଇମ୍ସ ଦାବିକରିଛି ଯେ ଏହି ଅଭ୍ୟାସରେ ୯୦ପ୍ରତିଶତ ନୂଆ ଅସ୍ତ୍ର ବ୍ୟବହାରକରାଯାଇଛି । ଭାରତ ଓ ଚୀନ ମଧ୍ୟରେଆସନ୍ତା ସପ୍ତାହରେ ୮ମ ସୈନ୍ୟସ୍ତରୀୟଆଲୋଚନା ହେବା ପୂର୍ବରୁ ଚୀନ ଏଭଳିକାମ କରିଛି । ଚୀନର ଯୋଜନା ଯେ,ଭାରତକୁ ଚେତାବନୀ ଦେଲେ ନରମହେବ ।

ମାତ୍ର କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହା କହିଛନ୍ତି, ଆମେ ଭାରତର ଏକଏକ ଇଞ୍ଚ ଜମିକୁ ସୁରକ୍ଷିତ ରଖିବାକୁପ୍ରସ୍ତୁତ ଅଛୁ । ଭାରତୀୟ ବୈଦେଶିକମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେସୀମାରେ ବହୁ ସଂଖ୍ୟାକ ଚୀନ ସେନାନିୟୋଜିତ କରିବା, ଉଭୟ ପକ୍ଷରୁହୋଇଥିବା ଚୁକ୍ତିର ବିପରୀତୟଯେତେବେଳେ ଉବଭ । ଦେଶର ସେନାଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଉପସ୍ଥିତ ରୁହନ୍ତିସେତେବେଳେ ତାହା ହିଁ ଘଟେ ଯାହାଜୁନ ୧୫ ତାରିଖରେ ଘଟିଥିଲା । ଏହିବ୍ୟବହାର କେବଳ କଥାବାର୍ତ୍ତାକୁ ପ୍ରଭାବିତକରୁନି ବରଂ ୩୦ ବର୍ଷର ସମ୍ପର୍କକୁ ମଧ୍ୟପ୍ରଭାବିତ କରୁଛି ବୋଲି ଜୟଶଙ୍କରକହିଛନ୍ତି ।ଗ୍ଲୋବାଲ ଟାଇମ୍ସ କହିଛି ଯେପିଏଲଏର ତିବ୍ୱତ ଥିଏଟର କମାଣ୍ଡତରଫରୁ ଅଭ୍ୟାସ କରାଯାଇଥିଲା । ଏହିଯୁଦ୍ଧାଭ୍ୟାସ ୪ ହଜାର ୭୦୦ ମିଟରଉଚ୍ଚରେ କରାଯାଇଥିଲା ।

ଗ୍ଲୋବାଲ ଟାଇମ୍ସଏହି ଅଭ୍ୟାସର ଏକ ଭିଡିଓ ମଧ୍ୟ ଜାରିକରିଛି । ଚୀନ ସେନା ଅନ୍ଧାରରେ ହମଲାକରିଥିବା ଏବଂ ଡ୍ରୋନ ବିମାନସାହାଯ୍ୟରେ ହମଲା କରିଥିବା ଭିଡିଓରେଦେଖିବାକୁ ମିଳିଛି ଏହି ଭିଡିଓରେ ଚୀନସେନା ଏକ ପାହାଡିଅ । ଅଞ୍ଚଳକୁ ଧ୍ୱଂସକରୁଥିବା ନଜର ଆସିଛି ।ଗ୍ଲୋବାଲ ଟାଇମ୍ସ ମାଧ୍ୟମରେଚେତାବନୀ ଦେଇଛି ଯେ, ଭାରତରସୀମା ବାର୍ତ୍ତା ନେଇ ତାଇୱାନ ପ୍ରଶ୍ନଉଠାଇଲେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନହେବ । ଚୀନ ବିଶେଷଜ୍ଞ ତାଇୱାନ ଓଭାରତର ସଂପର୍କ ନିବିଡ଼ ହେବା ପରେଭାରତ ମହାସାଗରରେ ପରିବହନନେଇ ମଧ୍ୟ ଚେତାବନୀ ଦେଇଛି । ଏହାପୂର୍ବରୁ ଗ୍ଲୋବାଲ ଟାଇମ୍ସ ଚୀନରଯୁଦ୍ଧାଭ୍ୟାସ ଓ ଅସ୍ତ୍ରଶସ୍ତ୍ରର ଭିଡିଓ ସେୟାରକରି ଭାରତକୁ ବାର୍ତ୍ତା ଦେବାକୁ ଉଦ୍ୟମକରିଥିଲା ।

ଚୀନ ଦୀର୍ଘ ଦିନରୁ ତାଇୱାନଉପରେ ନିଜର ଦାବି ସାବ୍ୟସ୍ତ କରିଆସିଛି । ତାଇୱାନକୁ ସମର୍ଥନ କରୁଥିବା ଅନ୍ୟଦେଶକୁ ମଧ୍ୟ ଚୀନ ଧମକଦେଇଛି ।ଏହାରି ମଧ୍ୟରେ ଭାରତରେତାଇୱାନକୁ ନେଇ ବିଥିବା ସମର୍ଥନକୁଦେଖି ଚୀନ ବିରକ୍ତି ପ୍ରକାଶ କରିଛି ।ଚୀନଖବରକାଗଜ ଗ୍ଲୋବାଲ ଟାଇମ୍ସରସଂପାଦକ ସିଧା ଧମକ ଦେଇଛି ଯେ,ଯଦି ଭାରତୀୟ ଶକ୍ତି ତାଇୱାନକୁ ନେଇଖେଳିଥାଏ, ତା’ହେଲେ ଚୀନ ପୂର୍ବୋତ୍ତରଭାରତରୁ ଭିନ୍ନ କରି କାର୍ଯ୍ୟାନୁଷ୍ଠାନନେଇପାରେ ।ଶୁକ୍ରବାର ଦିନ ଏସିଆ ସୋସାଇଟିରଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ୧୯୯୩ ମସିହା ପରଠାରୁ ଦୁଇ ଦେଶମଧ୍ୟରେ ଅନେକ ଚୁକ୍ତିନାମା ହୋଇଛ ।ିଯାହା ଶାନ୍ତି ଏବଂ ସ୍ଥିରତା ପାଇଁ ଢାଞ୍ଚାପ୍ରସ୍ତୁତ କରିଛି । ଏହି ଚୁକ୍ତିନାମାରେ ସୀମାପରି·ଳନା ଠାରୁ ଆରମ୍ଭ କରିସୈନିକଙ୍କ ଆଚରଣ ପର୍ଯ୍ୟନ୍ତ ସବୁକିଛିସାମିଲ କରାଯାଇଥିଲା, କିନ୍ତୁ ଚଳିତବର୍ଷ ଯାହା ଘଟିଛି ତାହା ସମସ୍ତଚୁକ୍ତିନାମାକୁ ମୂଲ୍ୟହୀନ ପ୍ରମାଣିତ କରିଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article