ବ୍ରହ୍ମପୁର,୧୭ା୨୦:ଭାରତୀୟ ମେଟ୍ରୋଲୋଜି ବିଭାଗର ପୂର୍ବସୂଚନା ଅନୁଯାୟୀ ଅ ।ଗାମୀ ୧୯ ଓ ୨୦ତାରିଖ ଦୁଇଦିନ ଧରି ଗଜପତି ଏବଂଗଞ୍ଜାମ ଜିଲ୍ଲାରେ ବଙ୍ଗୋପସାଗରରେ ସୃଷ୍ଟିହୋଇଥିବା ଲଘୁ·ପ ଫଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ହେବ ବୋଲିଜଣାଇଛନ୍ତି । ଅନେକ କ୍ଷୟକ୍ଷତିର ସମ୍ଭାବନା ରହିଛି, ଏଭଳି ପ୍ରାକୃତିକ ବିପର୍ଯ୍ୟୟପରିସ୍ଥିତିର ମୁକାବିଲା ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ କାଳୀନ ବୈଠକଭିଡିଓ କନଫରେନ୍ସିଂ ଜରିଆରେ ଆଜିଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତି କରି ରହିବାକୁକୁହାଯାଇଛି, ଚଳିତ ମାସ ଶେଷ ପର୍ଯ୍ୟନ୍ତଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜନିଜ ହେଡକ୍ୱାର୍ଟରରେ ରହିବେ ।
କେହିହେଡକ୍ୱାର୍ଟର ଛାଡିବେ ନାହିଁ ବୋଲି ଜିଲ୍ଲାପାଳ ରୋକଠୋକ୍ ଜଣାଇଛନ୍ତି । ରାଜ୍ୟବିପର୍ଯ୍ୟୟ ପରି·ଳନା ବିଭାଗର ନିଦେ୍ର୍ଦଶମୁତାବକ ଆଗାମୀ ୧୯ ଓ ୨୦ ତାରିଖଦିନ ଲଗାଣ ବର୍ଷାରେ ଅନେକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି ।ଜିଲ୍ଲାରେ ଯେପରି ଜିରୋକାଜୁଆଲିଟଚି ରହିବ ସେ ଦିଗରେ ସମସ୍ତଲାଇନ୍ ବିଭାଗ ଓ ରାଜସ୍ୱ ବିଭାଗ ପୂର୍ବପ୍ରସ୍ତୁତି କରି ରଖିବାକୁ ଜଣାଇ ଦିଆଯାଇଛି ।ଗତ ସପ୍ତାହରେ ଯେଉଁ ଲଗାଣ ବର୍ଷାହୋଇଥିଲା ସେଥିରେ ଡ୍ୟାମ୍, ଭୂମିର ଜଳପତ୍ତନ, ନଦୀ, ପୋଖରୀ ସବୁଥିରେପୂର୍ଣ୍ଣମାତ୍ରାରେ ଜଳ ଭରି ରହିଛି । ଆଗକୁ ଆସୁଥିବା ବର୍ଷାଜଳ ଯୋଗୁଁ ନିଶ୍ଚିତ ରୂପେଅନେକ କ୍ଷୟକ୍ଷତି ହୋଇ ପରିସ୍ଥିତି ସାଂଘାତିକ ହେବୟ ତିତିଲିରେ ଯେଉଁପରିସ୍ଥିତି ଦେଖାଦେଇଥିଲା ତାହାର ପୂନରାବୃତି ହୋଇପାରେ, ପବନର ଭୟନାହିଁ କିନ୍ତୁ ଜଳବୃଦ୍ଧି ଭୟ ରହିଛି । ଜିଲ୍ଲାର ଯେଉଁଯେଉଁ ଅଞ୍ଚଳ ଗୁଡିକରେ ବନ୍ୟାପରିସ୍ଥିତି ଦେଖା ଯାଉଛି ତାହାକୁ ଦେଖି ପୂର୍ବପ୍ରସ୍ତୁତି କରି ରହିବା ଜରୁର ।
ଆସ୍କା,ପାତ୍ରପୁର, ସୋରଡା, ପୁରୁଷୋତ୍ତମପୁର,ଛତ୍ରପୁର, ଗଞ୍ଜାମ, ବ୍ରହ୍ମପୁର ଇତ୍ୟାଦିଅଞ୍ଚଳର ଖାଲ ସ୍ଥାନ ଗୁଡିକରେ ବର୍ଷାଜଳପୂର୍ଣ୍ଣ ହୋଇ ବିପଦ ଅବସ୍ଥା ଆସିବାକୁବହୁତ ସମୟ ଲାଗିବ ନାହିଁ । ଏଣୁ ଖାଲୁଅ ଅଞ୍ଚଳରେ, କଚ୍ଚା ଘରେ, ବହୁ ପୂରାତନ କୋଠାଘରେ ଓ ବିପଦ ସଙ୍କୁଳ ଅବସ୍ଥାରେଥିବା ଘରେ ରହୁଥିବା ପରିବାର ବର୍ଗଙ୍କୁ ସ୍ଥାନାନ୍ତର କରି ଉଚ୍ଚ ସ୍ଥାନ, ବାତ୍ୟା ଆଶ୍ରୟସ୍ଥଳ, ସୁରକ୍ଷିତ ସ୍କୁଲ ଗୃହ ଇତ୍ୟାଦିରେରଖାଯିବ ଲୋକଙ୍କୁ ସ୍ଥାନାନ୍ତରୀତ ଏବଂ ସେମାନଙ୍କର ରହିବା ବ୍ୟବସ୍ଥା ବେଳେକୋଭିଡ୍ ନିୟମ ଯେପରି ପାଳନ ହେବ ସେଦିଗରେ ଦୃଷ୍ଟି ଦେବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଛି । ଆଜି ଠାରୁଚିହ୍ନଟ କରି ମାଇକ୍ ଦ୍ୱାରା ପ୍ରଚାର କରିସ୍ଥାନାନ୍ତର ଯୋଜନା କରିବାକୁ ନିର୍ଦେଶ ଦିଆଯାଇଛି । ଏତଦ୍ ବ୍ୟତୀତ ଲୋକଙ୍କ ଘରେ ରଖାଯାଇଥିବା ଖାଦ୍ୟ ଓ ବସ୍ତ୍ର ଗୁଡିକୁମଧ୍ୟ ଏକ ନିର୍ଦ୍ଦିଷ୍ଟ ସୁରକ୍ଷିତ ସ୍ଥାନରେରଖାଯିବ । ପୂର୍ବ ପରିସ୍ଥିତି