27.1 C
Bhubaneswar
Sunday, August 1, 2021

ମହାମାରୀ କରୋନାର ସର୍ବଗ୍ରାସୀ କରାଳ ମୁଖ ଗହ୍ୱର ହୋଇଛି ।

Must read

ମହାମାରୀ କରୋନାରସର୍ବଗ୍ରାସୀ କରାଳ ମୁଖ ଗହ୍ୱରରେଆଜି ସମଗ୍ର ବିଶ୍ୱ । ଭୀତତ୍ରସ୍ତ ମାନବସମାଜ । ସମସ୍ତେ ଏକ ସ୍ୱରରେକହୁଛନ୍ତି ହେ ଈଶ୍ୱର,ଆମକୁ ଏଭୟଙ୍କର ବିପଦରୁ ରକ୍ଷାକର ।ସର୍ବେହୋଇବେ ଏକମୁଖ,ଡାକିବେନାରାୟଣ ରଖ ।ତାଙ୍କ ଛଡା ଅନ୍ୟଗତି ନାହିଁ ।କରି କରାଉ ଥାଏମୁହିଁ,ମୋବିନୁ ଅନ୍ୟ ଗତି ନାହିଁ । ଗଡଇଜ୍ ଡିରେକ୍ଟର,ମ୍ୟାନ ଇଜ୍ଆକ୍ଟର ।ବିବର୍ତନବାଦରୁ ପୃଥିବୀସୃଷ୍ଟି ।ଧ୍ୱଂସତ ନିଶ୍ଚୟହେବ,ନହେଲେ ଏ ଝରିପୋକଭଳି ବର୍ବ୍ଦିତ ଜନସଂଖ୍ୟାକୁ ପୃଥିବୀକଣ ସମ୍ଭାଳି ପାରିବ?କଥାରେ ଅଛିଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳପାଇଁ ।ତେଣୁ ଉଚ୍ଛୃଙ୍ଖଳ ମାନବକୁଲଗାମ ଦେବାକୁ ସ୍ରଷ୍ଟାଙ୍କର ଏହାଏକ ପ୍ରୟାସ ମାତ୍ର । ମୃତୁ୍ୟତ ଚିରନ୍ତନସତ୍ୟ,କରୋନା ଦ୍ୱାରା ବହୁତ ଲୋକମୃତୁ୍ୟ ମୁଖରେ ପଡୁଛନ୍ତି ସତ, ମାତ୍ରଏହାଦ୍ୱାରା କିଛି ଲାଭ ମଧ୍ୟହୋଇଛି ।ସର୍ବ ପ୍ରଥମେ,(୧)ମୃତୁ୍ୟକୁସାମ୍ନାରୁ ଦେଖି ଭୟରେ କିଛିକ୍ରୁର,ଲୋଭୀ,ଗର୍ବୀ ,ଅହଂକାରୀଲୋକଙ୍କର ମାନସିକ ପରିବର୍ତନହୋଇଛି,ଭୟରୁ ଭକ୍ତି ଓମାନବକିତାରେ ବୃଦ୍ଧି ଘଟିଛି ।

ହୁଏତତାହା ସାମୟିକ ହୋଇପାରେ,କାରଣ ପ୍ରକୃତି ନୈବ ମୁଚ୍ୟତେନ୍ୟାୟରେ ,ସର୍ପ ମୁଖ ଗହ୍ୱରରେମଣ୍ଡୁକି ଥାଇ ମଧ୍ୟ ,ଆହାରଉଦେ୍ଦଶ୍ୟରେ ପତଙ୍ଗ ଉପରକୁ ଲମ୍ଫପ୍ରଦାନ କରିବା ଅଭ୍ୟାସ ତ୍ୟାଗକରିପାରେ ନାହିଁ ।(୨) କÿରୋନାମହାମାରୀର ବ୍ୟାପକ ସଂକ୍ରମଣଯୋଗୁ,ଲକ୍ଡାଉନ ଓ ସଟ୍ଡାଉନଫଳରେ ପ୍ରକୃତି ଓ ପରିବେଶକ୍ଷେତ୍ରରେ ଏକ ବୈପ୍ଳବିକପରିବର୍ତନ ସମ୍ଭବ ହୋଇପାରିଛି ।ଜଳ ବାୟୁ ଓ ପରିବେଶପ୍ରଦୁଷଣ ମାତ୍ରା ଅନେକାଂଶରେ କମିଯାଇଛି ।(୩)ମୃତୁ୍ୟ ଭୟରେ,ଲୋକମାନେ ଯୋଗ ବ୍ୟାୟାମକରିବା,କାଢା ପିଇବା,ଗରମ ପାଣିପିଇବା,ବାମ୍ଫ ନେବା ଇତ୍ୟାଦି କରିଶରୀରର ରୋଗ ପ୍ରତିରୋଧକ ଶକ୍ତିବୃଦ୍ଧିରେ ଲାଗି ପଡିଛନ୍ତି,ଯାହା ଆଗରୁକରିବାକୁ ସମୟ ହେଉ ନଥିଲାବୋଲି ଅଭିଯୋଗକରୁଥିଲେ ।(୪)କରୋନା ପାଇଁସରକାରୀ ଓ ଅନ୍ୟାନ୍ୟ ବେସରକାରୀସଂସ୍ଥାର କର୍ମଚାରୀ ମାନେ ଓାର୍କ ଫ୍ରମ୍ହୋମ ବା ଘରେ ରହି କାର୍ଯ୍ୟ କରିବାପଦ୍ଧତିକୁ ପ୍ରୟୋଗ କରାଇବାଦ୍ୱାରା,ଯାତାୟତ ଖର୍ଚ୍ଚ,ରାସ୍ତାଗହଳି,ଦୁର୍ଘଟଣା ଇତ୍ୟାଦିକୁ ବହୁତପରିମାଣରେ ରୋକା ଯାଇ ପାରିଛି ।

(୫)ଲକ୍ଡାଉନ ଓ ସଟ୍ଡାଉନରେପୁରୁଷ ଲୋକମାନେ ଘରେ ରହିରନ୍ଧନ କାର୍ଯ୍ୟରେ ଦକ୍ଷତା ଅର୍ଜନକରିପାରିଛନ୍ତି,ଯାହା ତାଙ୍କୁ ଦାମ୍ପତ୍ୟକଳହ ଜନୀତ ଅସୁବିଧା ସମୟରେସାହାଯ୍ୟ କରି ପାରିବ ।(୬)ରାସ୍ତାକଡରେ ବିକ୍ରୟ ହେଉଥିବା ବିଷାକ୍ତଚଟପଟି ଖାଦ୍ୟ,ଜଙ୍କଫୁଡ୍ ବିନାଆମର ବିଶେଷ କିଛି ଅସୁବିଧାହେଉନାହିଁ, ତା ବିନା ଆମେ ମଧ୍ୟଚଳିପାରିବା । (୭)ଗହଣାଗାଣ୍ଠି,ଲୁଗାପଟା, ପ୍ରସାଧାନ ସାମଗ୍ରୀ ପରିପାର୍ଥୀବ ଜିନିଷରୁ ଲୋକେ ଟିକିଏମୋହ ତୁଟାଇ ଦେଇଥିବାରୁବ୍ୟୟଭାରରୁ କିୟଦାଂଶରେ ରକ୍ଷାପାଇଯାଇଛନ୍ତି ।ଗହଣାଗାଣ୍ଠି,ଲୁଗାପଟା ସବୁ ଆଲମୀରା ଭିତରେରହି,ତାଙ୍କ ମାଲିକ ଅଛନ୍ତି କିମ୍ବାସ୍ୱର୍ଗାରୋହଣ କଲେଣି,ସନେ୍ଦହଭିତରେ ଅଛନ୍ତି ।(୮) ବେଶିଲାଭବାନ୍ ହୋଇଛନ୍ତି ମନ୍ଦିରରେଥିବା ଦେବଦେବୀ ମାନେ,ଆଶାୟୀଭକ୍ତ ମାନେ ତାଙ୍କୁ ନଡିଆ ଗୋଟାଏଉଖୁଡା ଦିଟା ଦେଖେଇ,ବଡ ବଡବର ସବୁ ମାଗିବା ପାଇଁ ଯେଉଁ ଗହଳିକରୁଥିଲେ,ସେଥିରୁ ସେ ମୁକ୍ତିପାଇଛନ୍ତି ।ସେବକ ମାନେ ଯାହାଦିଟା ଦଉଛନ୍ତି ଖାଇଦେଇ,ଆରାମରେ ହୋମକ୍ୱାରେଂଟାଇନରେ ଅଛନ୍ତି ।(୯)ସବୁଠାରୁ ବେଶି ଲାଭବାନ୍ହୋଇଛନ୍ତି,ସାପ,ବେଙ୍ଗ, ଝିଟିପିଟିଖିଆ,ଚେପେଟା ନାକିଆ ଚାଇନାବାଲା ।

ଯେମିତି ମହାଭାରତଯୁଦ୍ଧରେ ଶ୍ରୀକୃଷ୍ନ ଅସ୍ତ୍ର ଧରିବେ ନାହିଁକହି,ଅଦୃଶ୍ୟ ଚକ୍ରରେ ,ସମସ୍ତଙ୍କୁମାରି ପକେଇଲେ,ସେହିପରି ଚୀନ୍ବିନା ବନ୍ଧୁକ,ଗୁଳି,ବମ୍ ରେ ପୃଥିବୀର ୨୧୩ଟିରୁ ଅଧିକ ଦେଶରଲୋକ ମାନଙ୍କୁ ମାରିଦେଇ, ତୃତୀୟବିଶ୍ୱ ଯୁଦ୍ଧର ବିଜେତା ଏବଂ ବିଶ୍ୱରସର୍ବବୃହତ୍ ଶକ୍ତି ବୋଲି ମନେ ମନେଗର୍ବ ଅନୁଭବ କରୁଛି ।କରୋନାମହାମାରୀରୁ ଆମ୍ଭେମାନେ କିଛି ଶିକ୍ଷାମଧ୍ୟ ପାଇଛୁ ।ସେଗୁଡିକହେଲା(୧)ଗରିବ ମାନଙ୍କ ଅପେକ୍ଷାଧନୀ ମାନଙ୍କର ଜୀବନର ମୋହଅଧିକ,ଏବଂ ଧନୀ ମାନଙ୍କ ଅପେକ୍ଷାଗରିବ ମାନଙ୍କ ରୋଗ ପ୍ରତିରୋଧକଶକ୍ତି ଅଧିକ ।(୨)ଅଭିନେତା ଓଖେଳାଳି ମାନେ ସମାଜର ପ୍ରକୃତହିରୋ ନୁହନ୍ତି,ଜୀବନ ରକ୍ଷାକାରୀଚିକିତ୍ସକ ମାନେ ସମାଜର ପ୍ରକୃତହିରୋ(୩) କୌଣସି ଗୁଣିଗାରେଡି,ପୂଜକ,ଧର୍ମଯାଜକରୋଗୀକୁ ବଂଚାଇ ପାରିବେ ନାହିଁ ।

(୪) ଚିଡିଆ ଖାନାର ପଞ୍ଜୁରୀଭିତରେ ପଶୁ ପକ୍ଷୀ ଗୁଡିକ କିଅବସ୍ଥାରେ ରହୁଛନ୍ତି, ହୋମକ୍ୱାରେଂଟାଇନ ଆମକୁ ସେ ଅନୁଭୁତିପ୍ରଦାନ କରି ପାରିଛି ।(୫)ଇଉରୋପୀୟ ମାନେ ଯେତିକିଶିକ୍ଷିତ ଏବଂ ଚାଲାକ୍ ବୋଲି ନିଜକୁପ୍ରତିପାଦିତ କରନ୍ତି,ପ୍ରକୃତରେସେମାନେ ତାହା ନୁହନ୍ତି ।(୬)ମେଡିଆ ନିଜର ଖ୍ୟାତି ବଢାଇବାପାଇଁ ବହୁତ ଉଦ୍ଭଟ ଏବଂବିଭ୍ରାନ୍ତିକର ତଥ୍ୟ ପରିବେଷଣକରନ୍ତି ।(୭) ବ୍ୟବହାର ବିନାସମସ୍ତ ଜିନିଷ ମୂଲ୍ୟହୀନ ବୋଲିପ୍ରମାଣିତ ହୋଇଗଲା ।(୮)ପୃଥିବୀସ୍ଥବୃକ୍ଷଲତା,ପଶୁପକ୍ଷୀ,ଜଳ,ବାୟୁ,ପରିବେଶସମସ୍ତେ ମନୁଷ୍ୟର କ୍ରୁର ଅତ୍ୟାଚାରରୁଆଂଶିକ ରକ୍ଷା ପାଇଗଲେ । ସବୁଠାରୁ ବେଶୀକ୍ଷତିଗ୍ରସ୍ତ ହେଲା ବିଶ୍ୱର ଅର୍ଥନୈତିକଅବସ୍ଥା ।ଶ୍ରମିକ ଠାରୁ ଆରମ୍ଭ କରିଶିଳ୍ପପତି ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ।ସରକାର ଯଦି ସାଧାରଣ ଲୋକମାନଙ୍କର ଅର୍ଥନୈତିକ ଅଭିବୃଦ୍ଧିପାଇଁ କିଛି ବିକ୍ଳପ ବ୍ୟବସ୍ଥା ଗ୍ରହଣନକରନ୍ତି,ତେବେ ବୁଭୁକ୍ଷତେ କିଂନକରୋତି ପାପଃ ନ୍ୟାୟରେ,ଭୋକିଲା ପେଟ ଯେ,ଭବିଷ୍ୟତରେ ସମାଜ ,ଧନୀସଂପ୍ରଦାୟ ଓ ରାଜନୈତିକ ସ୍ଥିତିପ୍ରତି, ବିପଦର କାରଣ ନହେବ,ଏସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article