30 C
Bhubaneswar
Friday, May 14, 2021

କରୋନା ସମୟରେ ଓଡିଶାକୁ ୨୨,୨୬୭.୬୬ କୋଟିର ସହାୟତା ।

Must read

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬ା୧୦:କୋଭିଡ୍-୧୯ ସମୟରେ ମୋଦି ସରକାର ଓଡ଼ିଶାପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମେତକୋଭିଡ୍ ପରିଚାଳନା ଓ ମୁକାବିଲା ଏବଂ ବିଭିନ୍ନଯୋଜନା ମାଧ୍ୟମରେ ମୋଟ୍ ୨୨,୨୬୭.୬୬କୋଟିର ସହାୟତା ପ୍ୟାକେଜ୍ ପ୍ରଦାନ କରିଛନ୍ତିବୋଲି ଶୁକ୍ରବାର ନୂଆଦିଲ୍ଲୀରୁ ସାମ୍ବାଦିକ ସମ୍ମିଳନୀଜରିଆରେ ବିସ୍ତୁତ ସୂଚନା ଦେଇ କହିଛନ୍ତିକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏହି ଅବସରରେ ଶ୍ରୀ ପ୍ରଧାନ କରୋନାମହାମାରୀ ସମୟରେ ରାଜ୍ୟରେ ଆୟୁଷ୍ମାନ ଭାରତଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁନିବେଦନ କରିଛନ୍ତି । ଏହାସହ ଓଡିଶାକୁ ବିପୁଳକେନ୍ଦ୍ରୀୟ ସହାୟତା ଦିଆଯାଉଥିବା ବେଳେ ରାଜ୍ୟସରକାର ଏଥିପ୍ରତି ଯତ୍ନଶୀଳ ହୋଇ କାମ କରିବାଦରକାର ବୋଲି ସେ କହିଛନ୍ତି । ସେହିପରି ନିକଟରେକେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଉପଭୋକ୍ତାଙ୍କଅତିରିକ୍ତ ଚାହିଦା ପାଇଁ ଏଲଟିସି କ୍ୟାସ ଭାଉଚରସ୍କିମ୍ କରାଯାଇଛି । ଏହା ଦ୍ୱାରା କେନ୍ଦ୍ର ସରକାରଙ୍କଅଧୀନରେ କାମ କରୁଥିବା କର୍ମଚାରୀମାନେ ଲାଭପାଇବେ ।

ତେବେ ଏହି କଠିନ ସମୟରେ ରାଜ୍ୟସରକାର ମଧ୍ୟ ନିଜ କର୍ମଚାରୀ ତଥା ଓଡିଶାରପିଏସୟୁ କର୍ମଚାରୀଙ୍କ ପାଇଁ ଏପରି ସମାନ ଭାବେଏକ ସ୍ୱତନ୍ତ୍ର ପ୍ରୋତ୍ସାହନର ବ୍ୟବସ୍ଥା କରିବାକୁ ଶ୍ରୀପ୍ରଧାନ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତିପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରତିମାସରେ ବ୍ୟକ୍ତି ପିଛା ୫ କେଜି ଚାଉଳ ଯୋଗାଇଦିଆଯିବାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟର୩.୧୭ କୋଟି ହିତାଧିକାରୀଙ୍କୁ ମାସିକ ୫ କେଜିଚାଉଳ ପ୍ରଦାନ କରାଯାଇଛି । ଏହି ମର୍ମରେ ମୋଟ୭ ଲକ୍ଷ ୫୧ ହଜାର ୯୩୦ ଟନ୍ ଚାଉଳ ଓଡିଶାକୁପ୍ରଦାନ କରାଯାଇଛି । ସେହିପରି ପ୍ରତି ପରିବାରକୁମାସିକ ୧ କେଜି ଡାଲି ଯୋଗାଇ ଦିଆଯିବାରବ୍ୟବସ୍ଥା ହୋଇଥିବା ବେଳେ ଓଡିଶାର ୯୨.୮୫ଲକ୍ଷ ପରିବାରକୁ ଡାଲି ଯୋଗାଇ ଦିଆଯାଇଛି ।ମୋଟ ୪୪ ହଜାର ୧୩୦ ଟନ୍ ଡାଲି ଓଡିଶାକୁଯୋଗାଇ ଦିଆଯାଇଛି ।ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରହିତାଧିକାରୀଙ୍କୁ ମାଗଣାରେ ୩ଟି ଏଲପିଜି ସିଲିଣ୍ଡରରବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ ୪୪୦ କୋଟିଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡରଦିଆଯାଇଛି । ଜନଧନ ଆକାଉଣ୍ଟଧାରୀ ମହିଳାଙ୍କପାଇଁ ୧୫୦୦ ଟଙ୍କାର ବ୍ୟବସ୍ଥା ଥିବା ବେଳେଓଡ଼ିଶାର ୮୫.୨୦ ଲକ୍ଷ ହିତାଧିକାରୀ ଏହାର ଲାଭପାଇଛନ୍ତି ।

ଓଡ଼ିଶା ପାଇଁ ମୋଟ ୧୨୫୮.୦୨କୋଟି ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟକୁ ଟ୍ରାନ୍ସଫରକରାଯାଇଛି । ଜାତୀୟ ସାମାଜିକ ସୁରକ୍ଷା ଭତ୍ତା(ଏନଏସଏପି)ର ଯୋଜନାରେବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବାଙ୍କ ପାଇଁ୧ ହଜାର ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେରାଜ୍ୟରେ ଥିବା ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ୨୦୨.୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।ପ୍ରଧାନମନ୍ତ୍ରୀ କିଷାନ(କୃଷକ ସମ୍ମାନ ନିଧି) ଯୋଜନାରେରାଜ୍ୟର ୨୦.୩ ଲକ୍ଷ ହିତାଧିକାରୀଙ୍କୁ ୨ ହଜାର ଟଙ୍କାପ୍ରଦାନ କରାଯାଇଛି । ଏହି ଯୋଜନାରେ ଓଡ଼ିଶାର ଚାଷୀଙ୍କୁ ମୋଟ୪୦୦.୬୩ କୋଟି ଟଙ୍କା ପ୍ରଦାନ କରାଯାଇଛି ।କରୋନା ସମୟରେ ଓଡ଼ିଶାର ୨୦.୮୩ ଲକ୍ଷନିର୍ମାଣ ଶ୍ରମିକଙ୍କୁ କୋଠା ଏବଂ ନିର୍ମାଣ ଶ୍ରମିକକଲ୍ୟାଣ ପାଙଋିରୁ ମୁଣ୍ଡ ପିଛା ୧୫୦୦ ଟଙ୍କାପ୍ରଦାନ କରାଯାଇଥିବା ବେଳେ ମୋଟ ୩୧୨.୪୯କୋଟି ଟଙ୍କା ପ୍ରଦାନ କରାଯାଇଛି ।ଓଡ଼ିଶାରେ ୧.୫୪ ଲକ୍ଷ ଇପିଏଫଓଆକାଉଣ୍ଟଧାରୀଙ୍କୁ ଇ-ଚାଲାଣ କମ୍ ରସିଦ୍ଆକାରରେ ୫୯.୦୭ କୋଟି ଦିଆଯାଇଛି ।

୪୦,୬୬୬ ଇପିଏଫଓ ହିତାଧିକାରୀ ୮୭.୭୧ କୋଟିଟଙ୍କା ଇପିଏଫଓ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି ।୧.୬୨ ଲକ୍ଷ ହିତାଧିକାରୀଙ୍କ ପାଇଁ ୨୪ ପ୍ରତିଶତଇପିଏଫ୍ ଭାରତ ସରକାର ଦେଇଛନ୍ତି । ଓଡ଼ିଶାପାଇଁ ୧୦୧.୪୮ କୋଟି ଟଙ୍କା ସରକାରଦେଇଛନ୍ତି । ସେହିପରି ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଓଡ଼ିଶାକୁ ଜିଏସଟି କ୍ଷତିପୂରଣ ସ୍ୱରୂପ୫ ହଜାର ୧୨୨ କୋଟି ଟଙ୍କା ଦିଆଯାଇଛି ।୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଜିଏସଟିକ୍ଷତିପୂରଣ ସ୍ୱରୂପ ଓଡ଼ିଶାକୁ ୨ ହଜାର ୨୫୮କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ୧୧୨୯ କୋଟି ଟଙ୍କା ଦିଆଯାଇଛି । ଜିଏସଟିକ୍ଷତିପୂରଣ ବାବଦରେ ରାଜ୍ୟ ମୋଟ ଘରୋଇଉତ୍ପାଦର(ଜିଏସଡ଼ିପି)ର ୦.୫ ପ୍ରତିଶତ ମୂଲ୍ୟସମାନ ଅତିରିକ୍ତ ୨, ୮୫୮ କୋଟି ଋଣ ନେବାପାଇଁ ଓଡ଼ିଶାକୁ ଅନୁମତି ଦିଆଯାଇଛି । ଓଡ଼ିଶାକୁଆଶ୍ରୟ ସ୍ଥଳ ଏବଂ ୩ ଓଳା ଖାଇବା ପାଇଁ କେନ୍ଦ୍ରସରକାର ଏସଡ଼ିଆରଏଫ ପାଣ୍ଠିରୁ ୨ ହଜାର୧୩୯ କୋଟିଅଗ୍ରୀମ ରାଶି ଜାରୀ କରାଯାଇଛି ।

ତନ୍ମଧ୍ୟରୁ ପ୍ରଥମ କିସ୍ତିରେ ୮୦୨ କୋଟି ଟଙ୍କାଓଡ଼ିଶାକୁ ପ୍ରଦାନ କରାଯାଇଛି ।ଓଡ଼ିଶାର ନନ୍ ମିଲିୟନ ପ୍ଲସ ସିଟିକୁ ପ୍ରଥମକିସ୍ତିରେ ମୌଳିକ ଅନୁଦାନ ଆକାରରେ୨୭୧.୭୫ କୋଟି ଟଙ୍କା ଦିଆଯାଇଛି ।ବିନିଯୋଗ କରିବା ପାଇଁ ଡ଼ିଏମଏଫ ପାଙଋିରୁ ୨ହଜାର ୧୨ କୋଟି ମଞ୍ଜୁର ଦିଆଯାଇଥିବା ବେଳେ୬୪.୫ କୋଟି ଟଙ୍କା କରୋନା ମୁକାବିଲା ପାଇଁଖର୍ଚ୍ଚ ହୋଇଛି । ଏନଡିଆରଏଫ ପାଙଋିରୁ୧୭୯.୬୪ କୋଟି ଜାରୀ କରାଯାଇଛି ।୨୦୨୦ ମଇ ମାସରେ ହୋଇଥିବା ଅମ୍ପନ ବାତ୍ୟାପାଇଁ ୫୦୦ କୋଟି ଟଙ୍କା ଦିଆଯାଇଛି । ଶକ୍ତିମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ରାଷ୍ଟ୍ରୀୟତଉଦ୍ୟୋଗ(ପିଏସୟୁ) ଗୁଡ଼ିକ ଲକ୍ ଡ଼ାଉନସମୟରେ ଓଡ଼ିଶା ବିଦ୍ୟୁତ୍ ବିତରଣସଂସ୍ଥା(ଡ଼ିସକମ୍)କୁ ବିଜୁଳି କିଣିବା ପାଇଁ ୮୪.୯୩କୋଟିର ରିହାତି ପ୍ରଦାନ କରାଯାଇଛି ।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଜଳ ଜୀବନ ମିଶନଅଧୀନରେ ଓଡ଼ିଶା ପାଇଁ ୮୧୨ କୋଟି ଟଙ୍କାଆବଣ୍ଟନ କରାଯାଇଛି । ପ୍ରଧାନମନ୍ତ୍ରୀ ସ୍ୱ-ନିଧିଯୋଜନା ଅଧୀନରେ ଓଡ଼ିଶାର ଚିହ୍ନଟ ହୋଇଥିବା୬୩,୨୨୨ ସହରାଂଚଳର ଉଠା ଦୋକାନୀଙ୍କପାଇଁ ୮.୨ କୋଟି ମଞ୍ଜୁର କରାଯାଇଛି ।ମନରେଗା ଏବଂ ପିଏମ ଗରିବ କଲ୍ୟାଣରୋଜଗାର ଯୋଜନାରେ ବର୍ଷ ୨୦୨୦ ଏପ୍ରିଲରୁସେପ୍ଟେମ୍ବର ମଧ୍ୟରେ ୪.୫୧ ଲକ୍ଷ ଯବ୍ କାର୍ଡ୍ଜାରୀ କରାଯାଇଛି । ଏହା ୯.୨୫ କୋଟି ଶ୍ରମଦିବସ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣରୋଜଗାର ଯୋଜନା ଅଧୀନରେ ଓଡ଼ିଶାରେ୭୪.୪୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି ।ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ୨୦ହଜାର କୋଟି ଟଙ୍କାର ବ୍ୟବସ୍ଥା କାରଣରୁ ଓଡ଼ିଶାର୧୫ ଲକ୍ଷ ମତ୍ସ୍ୟଚାଷୀ ଉପକୃତ ହେବେ ।

ପଶୁପାଳନ ଦୁଗ୍ଧ ଭିତ୍ତିଭୂମି ବିକାଶ ପାଙଋିରେ ୧୫ହଜାର କୋଟି ଦ୍ୱାରା ଓଡ଼ିଶା ଓଭାରତବର୍ଷରଚାଷୀମାନେ ଉପକୃତ ହେବେ । ୨୦୧୯ ରବିଫସଲ ସମୟରେ ଓଡିଶାର ୨.୦୨ ଲକ୍ଷ ଚାଷୀବୀମା ଆପ୍ଲିକେସନ ଗ୍ରହଣ କରାଯାଇଛି । ଧାନରସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଂଟାଲପିଛା ୫୩ ଟଙ୍କା ବୃଦ୍ଧି କରାଯାଇଛି । ମୁଗ ଡ଼ାଲିରଏମଏସପି କ୍ୱିଂଟାଲ ପିଛା ୧୪୬ ଟଙ୍କା, ହର ଡ଼ାଲିକ୍ୱିଂଟାଲ ପିଛା ୩୦୦, ଟୁର ଡାଲି କ୍ୱିଂଟାଲ ପ୍ରତିଏମଏସପି ୨୦୦ ଟଙ୍କା ବୃଦ୍ଧି କରାଯାଇଛି ।୨୦୨୦-୨୧ରେ ଓଡ଼ିଶା ଚାଷୀଙ୍କ ଠାରୁ୪୯.୪୩ କୋଟି ଡାଲି ୭,୦୪୯ ଏମଏସପିମୂଲ୍ୟରେ କିଣାଯାଇଛି । ୨୦୨୦-୨୧ରେ୫୧୨୧ ଟଙ୍କାର ଏମଏସପି ମୂଲ୍ୟରେ ୧୦.୯୨କୋଟିର ତୈଳଜାତ ସାମଗ୍ରୀ କିଣାଯାଇଛି ।ପ୍ରବାସୀ ଶ୍ରମିକଙ୍କ ପାଇଁ ପଦକ୍ଷେପ ନିମନ୍ତେଗୋଟିଏ ଦେଶ ଗୋଟିଏ ରାସନ କାର୍ଡର ବ୍ୟବସ୍ଥାହୋଇଛି ।

ଓଡ଼ିଶାରୁ ଭାରତର ବିଭିନ୍ନ ରାଜ୍ୟକୁ ୨୪୭ରୁଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲୁ କରାଯିବା ଦ୍ୱାରା୪.୪୦ ଲକ୍ଷ ଯାତ୍ରୀ ଉପକୃତ ହୋଇଛନ୍ତି । ମିଶନବନେ୍ଦ ଭାରତରେ ବିମାନ ଯୋଗେ ଫସି ରହିଥିବାଲୋକଙ୍କୁ ଦୁବାଇରୁ ଭୁବନେଶ୍ୱର ଅଣାଯିବାର ବ୍ୟବସ୍ଥାହୋଇଛି । ସହାରାଞ୍ଚଳର ଗରିବଙ୍କ ପାଇଁ ପିଏମ ଆବାସଯୋଜନାରେ ସୁଲଭ ମୂଲ୍ୟରେ ଭଡ଼ା ଘରକୁ ବିକଶିତକରାଯାଇଛି । ଆତ୍ମନିର୍ଭର ଭାରତପ୍ୟାକେଜରେ ଓଡ଼ିଶାରୁ ୩୯ ଲକ୍ଷ ମୁଦ୍ରା ଶିଶୁ ଋଣହିତାଧିକାରୀଙ୍କୁ ୨ ପ୍ରତିଶତ ଇଣ୍ଟ୍ରେଷ୍ଟ୍ ସବଭିନସନ୍ଦିଆଯାଇଛି । ଓଡ଼ିଶାରେ ଥିବା ୬ ଲକ୍ଷ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ପାଇଁ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାପର୍ଯ୍ୟନ୍ତ ବନ୍ଧକବିହୀନ ଋଣକୁ ବୃଦ୍ଧି କରାଯିବ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article