ଭୁବନେଶ୍ୱର,୧୬ା୧୦: ନଭେମ୍ୱର ୩ ରେ ହେବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ । ସେଥିପାଇଁ ପ୍ରାର୍ଥୀମାନେ ପ୍ରାୟତଃ ପ୍ରାର୍ଥିପତ୍ର ଦାଖଲ କରିସାରିଲେଣି । ଏପରିକି ପ୍ରାର୍ଥୀମାନେ ପ୍ରଚାର ମଧ୍ୟ ଆରମ୍ଭ କରିସାରିଲେଣି । ତେବେ ଏହି ପ୍ରଚାରକୁ ଜୋରଦାର କରିବା ପାଇଁ ରାଜ୍ୟର ପ୍ରମୁଖଦୁଇ ରାଜନୈତିକ ଦଳ ବିଜେପି ଓବିଜେଡି ଆଜି ଷ୍ଟାର ପ୍ରଚାରକ ତାଲିକାପ୍ରକାଶ କରିଛି । ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ମନ୍ତ୍ରୀ ଓ ବିଧାୟକ ଥିବା ବେଳେ ବିଜେପିରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂଦୁଇ କେନ୍ଦ୍ରମନ୍ତ୍ରୀ ସାମିଲ ଅଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନରେ ପ୍ରଚାର କରିବେ ବୋଲି ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକାରୁ ପ୍ରକାଶ ପାଇଛି । ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ,ସୌମ୍ୟ ରଞ୍ଜନ ପଟ୍ଟନାୟକ,ଦେବୀପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ,ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀନୟକ, ଅରୁଣ ସାହୁ, ନବକିଶୋରଦାସ, ସୁଶାନ୍ତ ସିଂହ, ରାଜଶ୍ରୀ ମଲ୍ଲିକ,ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପକେଶରୀ ଦେବ, ନିରଞ୍ଜନ ପୂଜାରୀ,ସମୀର ରଞ୍ଜନ ଦାସ, ଅରିନ୍ଦମ ରାୟ,ଆକାଶ ଦାସ ନାୟକ, ଜୀବନ ପ୍ରଦୀପଦାସ, ସୁଦାମ ମାରାଣ୍ଡି, ପ୍ରଶାନ୍ତ କୁମାରମୁଦୁଲି, ରଘୁନନ୍ଦନ ଦାସ, ରବିନ୍ଦ୍ର କୁମାରଜେନା, ଦିବ୍ୟଶଙ୍କର ମିଶ୍ର, ଦେବାଶିଷ ସାମନ୍ତରାୟ, ପ୍ରେମାନନ୍ଦ ନାୟକ ପ୍ରମୁଖସ୍ଥାନ ପାଇଥିବା ବେଳେ ସାଂସଦ ଅନୁଭବ ମହାନ୍ତିଙ୍କୁ ବାଦ୍ ଦିଆଯାଇଥିବା ଜଣାପଡ଼ିଛି ।
ସେହିପରି ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ପ୍ରତାପରଞ୍ଜନ ଷଡ଼ଙ୍ଗୀ, ରାଜ୍ୟ ସଭାପତି ସମୀରମହାନ୍ତି, ପ୍ରଦୀପ୍ତ କୁମାର ନାୟକ, ଅରୁଣସିଂହ, ବୈଜୟନ୍ତ ପଣ୍ଡା, ସୁରେଶପୂଜାରୀ, ବସନ୍ତ କୁମାର ପଣ୍ଡା, କେ.ଭି.ସିଂହଦେଓ, ମନମୋନ ସାମଲ,ବିଶ୍ୱେଶ୍ୱର ଟୁଡୁ, ସମ୍ବିତ ପାତ୍ର,ଅପରାଜିତା ଷଡ଼ଙ୍ଗୀ, ଅଶ୍ୱିନୀ ବୈଷ୍ଣବ,ବିଷ୍ଣୁ ସେଠୀ, ବିଜୟ ମହାପାତ୍ର,ଖାରବେଳ ସ୍ୱାଇଁ, ପ୍ରକାଶ ମିଶ୍ର, ମୋହନଚରଣ ମାଝୀ, ସୁକାନ୍ତ କୁମାର ନାୟକ,ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା,ଜୟନାରାୟଣ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର,ଲେଖାଶ୍ରୀ ସାମନ୍ତ ସିଂହାର, ଭୃଗୁ ବକ୍ସିପାତ୍ର,ବିଭୁ ପ୍ରସାଦ ତରାଇ ସ୍ଥାନ ପାଇଛନ୍ତି ।