27.1 C
Bhubaneswar
Sunday, August 1, 2021

ଅନୁଭବଙ୍କ ଛାଡ଼ ମାମଲା ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ।

Must read

ନୂଆଦିଲ୍ଲୀ,୧୬ା୧୦:ବହୁଚର୍ଚ୍ଚିତ ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ସୁପ୍ରିମ୍ କୋର୍ଟରେ ପହଞ୍ଚିବା ପରେଆଜି ବର୍ଷାଙ୍କ ପକ୍ଷରୁ କରାଯାଇଥିବା ଟ୍ରାନ୍ସଫର ପିଟିସନ ମାମଲାରଶୁଣାଣି ହୋଇଛି । ଏହି ମାମଲାରଶୁଣାଣି ଜଷ୍ଟିସ୍ ହୃଷୀକେଶ ରାୟଙ୍କ ଜଣିକିଆ ଖଣ୍ଡପୀଠରେ ହୋଇଛି । ଦିଲ୍ଲୀର ପଟିଆଲା ହାଉସ୍ପାରିବାରିକ ଅଦାଲତରେ ଅନୁଭବଙ୍କ ଦ୍ୱାରା ଦାଖଲ ହୋଇଥିବା ଛାଡ଼ପତ୍ର ମାମଲା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତିସର୍ବୋଚ୍ଚ ନ୍ୟାୟାଳୟ ।

ଉଭୟପକ୍ଷ ମଧ୍ୟରେ ସହମତିଭିତ୍ତିକ ଆଲୋଚନା ଓ ସମାଧାନପାଇଁ ଉଭୟ ପକ୍ଷର ଓକିଲଙ୍କୁ ପରାମର୍ଶଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସର୍ବୋଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା କେନ୍ଦ୍ର ଜରିଆରେଏହି ବିବାଦର ସମାଧାନ କରିବାକୁକୁହାଯାଇଛି । ଅନୁଭବଙ୍କ ଦ୍ୱାରା ଦିଲ୍ଲୀରେଦାଖଲ ଛାଡ଼ପତ୍ର ମାମଲାକୁ କଟକ ପାରିବାରିକ ଅଦାଲତକୁ ସ୍ଥାନାନ୍ତର କରିବାଲାଗି ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଏକଟ୍ରାନ୍ସଫର ପିଟିସନ ଦାୟର କରାଯାଇଥିଲା ।

ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଅନୁଭବଯେଉଁ ମାମଲା ଦାୟର କରିଛନ୍ତି, ତାକୁବିଭିନ୍ନ କାରଣରୁ ସେଠାକୁ ଯାଇ ସମ୍ମୁଖୀନହେବା ସମ୍ଭବ ନୁହେଁ ବୋଲି ବର୍ଷା ଟ୍ରାନ୍ସଫରପିଟିସନରେ ଦର୍ଶାଇଥିଲେ । ସେଦର୍ଶାଇଥିଲେ ଯେ ତାଙ୍କ ଭାଇ ନାହାନ୍ତି, ତାଙ୍କଅସୁସ୍ଥ ମା’, ବଡ଼ ଭଉଣୀଙ୍କ ପାଖରେ ରହିଚିକିତ୍ସିତ ହେଉଛନ୍ତି । ତେଣୁ ଦିଲ୍ଲୀ ଯାଇମାମଲା ଲିବା ସମ୍ଭବ ନୁହେଁ ଫଅପରପକ୍ଷେଅନୁଭବ ଏକ କ୍ୟାଭିଏଟ ପିଟିସନ ଦାଖଲକରି ତାଙ୍କର ପକ୍ଷ ରଖିବା ପୂର୍ବରୁ ଏହି ମାମଲାକୁସ୍ଥାନାନ୍ତର ନ କରିବାକୁ ପ୍ରାର୍ଥନା କରିଥିଲେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article